'ଇନ୍ଦୋର ଟେଷ୍ଟ ପାଇଁ ଜୀବନ୍ତ ପିଚ୍'

ଇନ୍ଦୋର: ଭାରତ ଓ ବାଂଲାଦେଶ ମଧ୍ୟରେ ହୋଲକର ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ମ୍ୟାଚ୍ ପାଇଁ ଜୀବନ୍ତ ପିଚ୍ ପ୍ରସ୍ତୁତ କରାଯାଇଥିବା ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ)ର ଚିଫ୍ କ୍ୟୁରେଟର୍ ସମନ୍ଦର ସିଂହ ଚୌହାନ୍ କହିଛନ୍ତି। ସେ କହିଛନ୍ତି, “ଆମେ ଟେଷ୍ଟ କ୍ରିକେଟର ଆବଶ୍ୟକ ମୁତାବକ ଜୀବନ୍ତ ୱିକେଟ୍‌ ପ୍ରସ୍ତୁତ କରିଛୁ। ଏହି ୱିକେଟରେ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ସହଯୋଗ ମିଳିବ। ମୋର ଆଶା ଯେ ଦର୍ଶକ ଉଭୟ ଟିମ ମଧ୍ୟରେ ଏକ […]

holkar

holkar

Ranjit Kumar Jena
  • Published: Wednesday, 13 November 2019
  • Updated: 13 November 2019, 05:14 PM IST

Sports

Latest News

ଇନ୍ଦୋର: ଭାରତ ଓ ବାଂଲାଦେଶ ମଧ୍ୟରେ ହୋଲକର ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ମ୍ୟାଚ୍ ପାଇଁ ଜୀବନ୍ତ ପିଚ୍ ପ୍ରସ୍ତୁତ କରାଯାଇଥିବା ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ)ର ଚିଫ୍ କ୍ୟୁରେଟର୍ ସମନ୍ଦର ସିଂହ ଚୌହାନ୍ କହିଛନ୍ତି। ସେ କହିଛନ୍ତି, "ଆମେ ଟେଷ୍ଟ କ୍ରିକେଟର ଆବଶ୍ୟକ ମୁତାବକ ଜୀବନ୍ତ ୱିକେଟ୍‌ ପ୍ରସ୍ତୁତ କରିଛୁ। ଏହି ୱିକେଟରେ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ସହଯୋଗ ମିଳିବ। ମୋର ଆଶା ଯେ ଦର୍ଶକ ଉଭୟ ଟିମ ମଧ୍ୟରେ ଏକ ଭଲ ଟକ୍କର ଦେଖିବାକୁ ପାଇବେ।"

ମ୍ୟାଚର ଦିନକ ପୂର୍ବରୁ ବୁଧବାର ଆକାଶ ସାମାନ୍ୟ ମେଘୁଆ ରହିଥିଲା। ଏହା ସତ୍ତ୍ୱେ ଉଭୟ ଅଭ୍ୟାସ କରିଥିଲେ। ଏହାକୁ ନେଇ ଚୌହାନ୍ କହିଛନ୍ତି, "ଯଦି ଟେଷ୍ଟ ମ୍ୟାଚରେ ବର୍ଷା ହୁଏ, ତାହେଲେ ଆମେ ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ।" ଏହା ମଧ୍ୟରେ ପାଣିପାଗ ବିଭାଗର ଜଣେ ଅଧିକାରୀ ପୂର୍ବାନୁମାନ କରିଛନ୍ତି ଯେ ପାଞ୍ଚଦିନିଆ ଟେଷ୍ଟ ମ୍ୟାଚ୍ ସମୟରେ ଆକାଶ ମେଘୁଆ ରହିବ, କିନ୍ତୁ ବର୍ଷାର କୌଣସି ଆଶଙ୍କା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos