ହାଣ୍ଡିଆ ବିକୁଛନ୍ତି ଚାମ୍ପିୟନ୍ କ୍ରୀଡ଼ାବିତ୍

ରାଞ୍ଚି: ଦେଶରେ କ୍ରୀଡ଼ା ପ୍ରତିଭାର ଅଭାବ ନାହିଁ। କିନ୍ତୁ ଏହି ପ୍ରତିଭାଙ୍କୁ ମିଳିପାରୁନାହିଁ ପର୍ଯ୍ୟାପ୍ତ ସୁଯୋଗ। ଯେଉଁ କାରଣରୁ ଏମାନେ ଅନ୍ୟ ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଜଣେ ପ୍ରତିଭା ହେଉଛନ୍ତି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ରହୁଥିବା ଅନ୍ତର୍ଜାତୀୟ କରାଟେ ଚାମ୍ପିୟନ୍ ବିମଳା ମୁଣ୍ଡା, ଯିଏ ଖରାପ ଆର୍ଥିକ ସ୍ଥିତି କାରଣରୁ ଆଜି ହାଣ୍ତିଆ ବିକିବାକୁ ବାଧ୍ୟ ହେଉଛନ୍ତି। ହାଣ୍ଡିଆ ବିକି ହିଁ ସେ ନିଜର ପରିବାରର ପୋଷଣ କରୁଛନ୍ତି। ବିମଳା ମୁଣ୍ଡା ୨୦୦୮ରୁ ଟୁର୍ଣ୍ଣାମେଣ୍ଟ […]

bimala

bimala

Ranjit Kumar Jena
  • Published: Tuesday, 13 October 2020
  • Updated: 13 October 2020, 12:56 PM IST

Sports

Latest News

ରାଞ୍ଚି: ଦେଶରେ କ୍ରୀଡ଼ା ପ୍ରତିଭାର ଅଭାବ ନାହିଁ। କିନ୍ତୁ ଏହି ପ୍ରତିଭାଙ୍କୁ ମିଳିପାରୁନାହିଁ ପର୍ଯ୍ୟାପ୍ତ ସୁଯୋଗ। ଯେଉଁ କାରଣରୁ ଏମାନେ ଅନ୍ୟ ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଜଣେ ପ୍ରତିଭା ହେଉଛନ୍ତି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ରହୁଥିବା ଅନ୍ତର୍ଜାତୀୟ କରାଟେ ଚାମ୍ପିୟନ୍ ବିମଳା ମୁଣ୍ଡା, ଯିଏ ଖରାପ ଆର୍ଥିକ ସ୍ଥିତି କାରଣରୁ ଆଜି ହାଣ୍ତିଆ ବିକିବାକୁ ବାଧ୍ୟ ହେଉଛନ୍ତି। ହାଣ୍ଡିଆ ବିକି ହିଁ ସେ ନିଜର ପରିବାରର ପୋଷଣ କରୁଛନ୍ତି।

ବିମଳା ମୁଣ୍ଡା ୨୦୦୮ରୁ ଟୁର୍ଣ୍ଣାମେଣ୍ଟ ଖେଳିଆସୁଛନ୍ତି। ସେହି ବର୍ଷ ସେ ଜିଲ୍ଲାସ୍ତରରେ ପଦକ ନିଜ ନାଁରେ କରିଥିଲେ। ଏହା ପରେ ସେ ୨୦୦୯ରେ ଓଡ଼ିଶାରେ ମଧ୍ୟ ପଦକ ହାସଲ କରିଥିଲେ। ୩୪ତମ ଜାତୀୟ ଗେମ୍ସରେ ବିମଳା ରୌପ୍ୟ ପଦକ ଜିତି ରାଜ୍ୟର ନାଁକୁ ଗୌରବାନ୍ୱିତ କରିଥିଲେ। ସେହିପରି ଅକ୍ଷୟ କୁମାର ଅନ୍ତର୍ଜାତୀୟ କରାଟେ ଚାମ୍ପିୟନଶିପରେ ସେ ଡବଲ୍ ଗୋଲ୍ଡ ମେଡାଲ୍ ଜିତି ନିଜର ଏବଂ ନିଜ ରାଜ୍ୟର ନାଁକୁ ଉଚ୍ଚା କରିଥିଲେ। ଏହିପରି ଭାବେ ସେ ଶତାଧିକ ପଦକ ନିଜ ନାଁରେ କରିଛନ୍ତି।

ତେବେ ଆଜି ବିମଳା ନିଜର ପଦକ ଓ ସାର୍ଟିଫିକେଟ୍ ଦେଖି ଭାବବିହ୍ୱଳ ହୋଇଯାଇଛନ୍ତି। ବିମଳା କହିଛନ୍ତି, ପୂର୍ବରୁ ମୁଁ ନିଜର ମେଡାଲ୍ ଓ ସାର୍ଟିଫିକେଟକୁ ପ୍ରତିଦିନ ଦେଖିକି ଖୁସି ହେଉଥିଲି। କିନ୍ତୁ ଯେତେବେଳେ ବାସ୍ତବ ଜୀବନକୁ ସାମ୍ନା କଲି, ମୁଁ ନିଜର ମେଡାଲ୍ ଓ ସାର୍ଟିଫିକେଟକୁ ବାକ୍ସରେ ରଖିଦେଲି।

ବିମଳା ନିଜ କ୍ୟାରିୟରରେ ଏକାଧିକ ଥର ଆହତ ହୋଇଛନ୍ତି। ତଥାପି ସେ ପଛକୁ ନ ଚାହିଁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ବିମଳା ପିଲାଦିନରୁ ହିଁ ନିଜର ଜେଜେ ଓ ଜେଜେମା'ଙ୍କ ଘରେ ରହି ପ୍ରାକ୍ଟିସ୍ କରିଆସୁଛନ୍ତି। ବିମଳାଙ୍କ ମା' କ୍ଷେତରେ କାମ କରନ୍ତି ଏବଂ ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ ବାପା କୌଣସି କାମ କରିପାରୁନାହାନ୍ତି। ଜେଜେ ଓ ଜେଜେମା'ଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ମଧ୍ୟ ଖରାପ ରହୁଛି। ତେଣୁ ତାଙ୍କର ପୂରା ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି ଏବଂ ଏହି କାରଣରୁ ବିମଳାଙ୍କୁ ହାଣ୍ଡିଆ ବିକିବାକୁ ପଡ଼ୁଛି।

thvo7vmg

୨୦୧୯, ଅକ୍ଟୋବର-ନଭେମ୍ବରରେ କ୍ରୀଡ଼ାବିଭାଗ ଜାତୀୟ ପଦକ ବିଜେତାଙ୍କ ପାଇଁ କ୍ରୀଡ଼ା କୋଟା ଦ୍ୱାରା ସିଧାସଳଖ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଏଥିପାଇଁ କିଛି ଖେଳାଳି ଆବେଦନ ମଧ୍ୟ କରିଥିଲେ। ଚଳିତ ବର୍ଷ ଫେବୃଆରୀରେ କ୍ରୀଡ଼ା ବିଭାଗ ୩୪ ଜଣ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ଜାରି କରିଥିଲା। କିନ୍ତୁ ଏହା ପରେ ସମ୍ପୃକ୍ତ ଫାଇଲ୍ ଶୀତଳ ଭଣ୍ଡାରକୁ ଚାଲିଯାଇଛି। ବାସ୍ ଏହିଠାରେ ହିଁ ଜଣେ କ୍ରୀଡ଼ାବିତଙ୍କ ସବୁ ଆଶା ଧୂଳିସାତ୍ ହୋଇଗଲା।

ତେଣୁ ଏଠି ପ୍ରଶ୍ନ ଉଠୁଛି, ଜାତୀୟ ସ୍ତରରେ ଏତେ ସଂଖ୍ୟକ ପଦକ ଜିତିବା ସତ୍ତ୍ୱେ କାହିଁକି ଜଣେ କ୍ରୀଡ଼ାବିତଙ୍କୁ ନିଯୁକ୍ତି ମିଳିପାରୁନି। ଗୋଟିଏ ପଟେ ଦେଖିବାକୁ ଗଲେ ଦେଶ କିମ୍ବା ରାଜ୍ୟରେ କ୍ରୀଡ଼ାକୁ ମହତ୍ତ୍ୱ ଦିଆଯାଉଛି, କିନ୍ତୁ ଖେଳାଳିଙ୍କୁ ଅଣଦେଖା କରାଯାଉଛି। ଖେଳାଳିଙ୍କୁ ଆର୍ଥିକ ସହାୟତା, ନିଯୁକ୍ତି ଓ ଅନ୍ୟ ସମ୍ମାନ ଦେବା ପାଇଁ ପ୍ରତିଶ୍ରୁତି ତ ଦିଆଯାଉଛି। କିନ୍ତୁ ସରକାର କିଛି ଦିନରେ ନିଜର ପ୍ରତିଶ୍ରୁତିକୁ ଭୁଲି ଯାଆନ୍ତି। ଏହା ପରେ ଖେଳାଳି ଜଣକ ସିଷ୍ଟମ ଓ ସରକାରଙ୍କୁ ଏ ନେଇ ଜାଗ୍ରତ କରାନ୍ତି, କିନ୍ତୁ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story