ଆଇପିଏଲ୍ ପାଇଁ ଆଉଏକ ବାଟ କାଢ଼ିଲା ବିସିସିଆଇ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତ ଉପରେ କରୋନାଭାଇରସର ପ୍ରଭାବ ଅଧିକ ପଡ଼ିଛି। ଏହି ମହାମାରୀ ଯୋଗୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ କୁହାଯାଉଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣ ଚଳିତବର୍ଷ ଆୟୋଜିତ ହେବ କି ନାହିଁ, ତାକୁ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ। କରୋନାଭାଇରସକୁ ଆଖି ଆଗରେ ରଖି ବିସିସିଆଇ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ବର୍ତ୍ତମାନ ପରିସ୍ଥିତିକୁ ଯଦି ଆମେ ଦେଖିବା, ତାହେଲେ ଆଇପିଏଲ୍ ଆୟୋଜିତ ହେବା ପ୍ରାୟତଃ ଅସମ୍ଭବ […]

ipl

ipl

Ranjit Kumar Jena
  • Published: Tuesday, 31 March 2020
  • Updated: 31 March 2020, 09:05 PM IST

Sports

Latest News

ନୂଆଦିଲ୍ଲୀ: କ୍ରୀଡ଼ା ଜଗତ ଉପରେ କରୋନାଭାଇରସର ପ୍ରଭାବ ଅଧିକ ପଡ଼ିଛି। ଏହି ମହାମାରୀ ଯୋଗୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ କୁହାଯାଉଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣ ଚଳିତବର୍ଷ ଆୟୋଜିତ ହେବ କି ନାହିଁ, ତାକୁ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ। କରୋନାଭାଇରସକୁ ଆଖି ଆଗରେ ରଖି ବିସିସିଆଇ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ବର୍ତ୍ତମାନ ପରିସ୍ଥିତିକୁ ଯଦି ଆମେ ଦେଖିବା, ତାହେଲେ ଆଇପିଏଲ୍ ଆୟୋଜିତ ହେବା ପ୍ରାୟତଃ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଆଇପିଏଲ୍ ଯଦି ଏପ୍ରିଲ୍ ଓ ମେ' ମାସରେ ଆୟୋଜିତ ନହୁଏ, ତାହେଲେ କେବେ ହେବ।

ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ନୂଆ ବାଟ କାଢ଼ିଛି। ବିସିସିଆଇ ଏବେ ଆଇପିଏଲକୁ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବା ନେଇ ଯୋଜନା କରୁଛି। କିନ୍ତୁ ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଚଳିତବର୍ଷ ଶେଷଭାଗରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ସ୍ଥଗିତ ହୁଏ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବୋର୍ଡ ଅକ୍ଟୋବର-ନଭେମ୍ବରରେ ଆଇପିଏଲ୍ ଆୟୋଜନ କରିବା ନେଇ ଯୋଜନା କରୁଛି, କିନ୍ତୁ ଏହି ସମୟରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଯଦି ସ୍ଥଗିତ ହୁଏ, ତାହେଲେ ଏହା ସମ୍ଭବ ହେବ।

ଅଧିକାରୀ ଜଣକ ଆହୁରି କହିଛନ୍ତି, ବର୍ତ୍ତମାନ କିଛି ଦେଶ ତା'ର ସବୁ ସୀମାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଅଷ୍ଟ୍ରେଲିଆ ମଧ୍ୟ ନିଜ ଦେଶରେ ୬ମାସ ପର୍ଯ୍ୟନ୍ତ ଲକଡାଉନ୍ ସହ ତା'ର ସୀମାକୁ ବନ୍ଦ ଘୋଷଣା କରିଛି। ଆଗାମୀ ଦିନରେ ଏହି ସ୍ଥିତି ବଦଳିବାର ସମ୍ଭବନା ମଧ୍ୟ ରହିଛି । ଗ୍ରେଟ୍ ବ୍ରିଟେନ୍ ତା'ର ସୀମାକୁ ବନ୍ଦ କରିବା ନେଇ ଘୋଷଣା କରିପାରେ। ତେବେ ଭାରତ ସରକାର ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସୀମାକୁ ବନ୍ଦ କରିବା ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ।

ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ, ଏପ୍ରିଲ୍ ଓ ମେ' ମାସରେ ଆଇପିଏଲ୍ ହେବା ଅସମ୍ଭବ ଲାଗୁଛି। ତେଣୁ ଅକ୍ଟୋବର-ନଭେମ୍ବର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସବୁଠାରୁ ଶ୍ରେଷ୍ଠ ସମୟ। କିନ୍ତୁ ସେହି ସମୟରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ଯଦି ଆଇସିସି ବର୍ତ୍ତମାନ ପରିସ୍ଥିତିକୁ ଆଖି ଆଗରେ ରଖି ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖେ, ତାହେଲେ ଆମେ ଅକ୍ଟୋବର-ନଭେମ୍ବରରେ ଆଇପିଏଲ୍ ଆୟୋଜନ କରିବା ନେଇ ବିଚାର କରିପାରୁ। ଯଦି ସବୁ ଦେଶ ଏବେଠାରୁ ୬ମାସ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଦିଏ, ତାହେଲେ ଏହା ଅକ୍ଟୋବରରେ ଶେଷ ହୋଇଯିବ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ୬ମାସ ମଧ୍ୟରେ କରୋନାଭାଇରସର ପ୍ରକୋପ କମ୍ ହେବା ନିହାତି ଜରୁରୀ।

ଅଧିକାରୀ ଜଣକ କହିଛନ୍ତି, ଆଇସିସି ପାଇଁ ବିଶ୍ୱକପ୍ ସ୍ଥଗିତ କରିବା ଅନ୍ତିମ ବିକଳ୍ପ ହେବ। ଯଦି ୨୦୨୦ ଟି-୨୦ ବିଶ୍ୱକପ୍ ସ୍ଥଗିତ ହୁଏ, ତାହେଲେ ଏହା ୨୦୨୨ରେ ଆୟୋଜିତ ହେବ, କାରଣ ୨୦୨୧ରେ ବିଶ୍ୱକପ୍ ପାଇଁ କୌଣସି ସ୍ଥାନ ନାହିଁ। ଏହାଛଡ଼ା ୨୦୨୧ରେ ମଧ୍ୟ ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ବର୍ତ୍ତମାନ କିଛି ବି କହିବା ଠିକ୍ ହେବ ନାହିଁ। ଆମକୁ ଅତିକମରେ ଆଇସିସିର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।

ଆଇସିସିକୁ ଏ ସମ୍ବନ୍ଧରେ ପଚରା ଯାଇଥିଲା ବେଳେ ସେମାନେ କହିଛନ୍ତି, ବର୍ତ୍ତମାନ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବା ନେଇ କୌଣସି ଆଲୋଚନା ହୋଇନାହିଁ। ବିଶ୍ୱକପ୍ ନିର୍ଦ୍ଧାରିତ ସମୟରେ ହିଁ ଆୟୋଜିତ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। କିଛି ଦିନ ତଳେ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ୍ ରବର୍ଟ୍ସ କହିଥିଲେ ଯେ ଯଦି ସବୁକିଛି ଠିକଠାକ୍ ରୁହେ, ତାହେଲେ ଟି-୨୦ ବିଶ୍ୱକପ୍ ନିଶ୍ଚୟ ଆୟୋଜିତ ହେବ।

ନିକଟରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଆଇପିଏଲକୁ ଜୁଲାଇରୁ ସେପ୍ଟେମ୍ବର ମାସରେ ଆୟୋଜନ କରିବା ନେଇ ବିସିସିଆଇ ଯୋଜନା କରୁଛି। କାରଣ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ସେଭଳି କୌଣସି ବଡ଼ ଅନ୍ତର୍ଜାତୀୟ ସିରିଜ୍ ନାହିଁ। ତେଣୁ ଆଇପିଏଲ୍ ପାଇଁ ଏହି ସମୟ ଉପଯୁକ୍ତ ହେବ ବୋଲି କୁହାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story