ଆଇପିଏଲ୍-୯: ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା

ନୂଆଦିଲ୍ଲୀ: ଆଇପିଏଲ୍-୯ରେ ଆଜି ୨୩ତମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ମୁକାବିଲା ହେବ। ଦିଲ୍ଲୀରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ଆଜିର ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଗୁଜରାଟ ଲାୟନ୍ସ ଆଇପିଏଲ୍‌ରେ ନୂଆ ଟିମ୍ ହୋଇଥିଲେ ସୁଦ୍ଧା ଦଳର ଏଯାବତ ପ୍ରଦର୍ଶନ ଖୁବ୍ ଭଲ ରହିଛି। ଦଳ ୫ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ୪ଟିରେ ବିଜୟ ହୋଇ ୮ ପଏଣ୍ଟ୍ ସହିତ ପଏଣ୍ଟ୍ ଟେବୁଲ୍‌ର […]

zaheer

zaheer

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:32 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍-୯ରେ ଆଜି ୨୩ତମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ମୁକାବିଲା ହେବ। ଦିଲ୍ଲୀରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ।

ଆଜିର ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଗୁଜରାଟ ଲାୟନ୍ସ ଆଇପିଏଲ୍‌ରେ ନୂଆ ଟିମ୍ ହୋଇଥିଲେ ସୁଦ୍ଧା ଦଳର ଏଯାବତ ପ୍ରଦର୍ଶନ ଖୁବ୍ ଭଲ ରହିଛି। ଦଳ ୫ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ୪ଟିରେ ବିଜୟ ହୋଇ ୮ ପଏଣ୍ଟ୍ ସହିତ ପଏଣ୍ଟ୍ ଟେବୁଲ୍‌ର ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ଚଳିତ ଆଇପିଏଲ୍‌ରେ ଅପେକ୍ଷାକୃତ ଭାବେ ଭଲ ପ୍ରଦର୍ଶନ କରୁଛି ଦିଲ୍ଲୀ ଡେୟାରଡେଭିଲ୍ସ। ଦଳ ଏଯାବତ ୪ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ସହିତ ପଏଣ୍ଟ୍ ତାଲିକାର ତୃତୀୟ ସ୍ଥାନରେ ରହିଛି। ଦଳ କେବଳ ତା’ର ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସଠାରୁ ହାରି ଯାଇଥିଲା। ତେବେ ପରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ୩ଟି ମ୍ୟାଚ୍ ଜିତିଛି। ଆଜି ବି ଦଳ ଏହି ବିଜୟଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos