ଆଇପିଏଲ ମହାସମର: ୨୨ରେ ଚେନ୍ନାଇ-ବାଙ୍ଗାଲୋର ମୁକାବିଲା

ଭୁବନେଶ୍ୱର:  ଆଇପିଏଲ‍୍‌-୮ର ଏଲିମିନେଟର ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ୭୧ ରନ‍୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି କ୍ୱାଲିଫାୟର-୨କୁ ଉନ୍ନୀତ ହୋଇଛି। ଏବି ଡି’ଭିଲିୟର୍ସ ଓ ମନଦୀପ ସିଂହଙ୍କ ଅର୍ଦ୍ଧଶତକ ସହିତ ଦୁହେଁ ତୃତୀୟ ୱିକେଟ ଯୋଡିରେ ୬୭ଟି ବଲ‍୍‌ରେ ୧୧୩ ରନ‍୍‌ ଯୋଗ କରିବାରୁ ଆରସିବି ବିଜୟ ହାସଲ କରିଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୪ଟି ୱିକେଟ ହରାଇ ୧୮୦ରନ‍୍‌ କରିଥିଲା। ଏହାର ଜବାବରେ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ବୋଲରଙ୍କ […]

De-Villiers-vs-RR-BCCI

De-Villiers-vs-RR-BCCI

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 02:51 AM IST

Sports

Latest News

ଭୁବନେଶ୍ୱର:  ଆଇପିଏଲ‍୍‌-୮ର ଏଲିମିନେଟର ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ୭୧ ରନ‍୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି କ୍ୱାଲିଫାୟର-୨କୁ ଉନ୍ନୀତ ହୋଇଛି। ଏବି ଡି’ଭିଲିୟର୍ସ ଓ ମନଦୀପ ସିଂହଙ୍କ ଅର୍ଦ୍ଧଶତକ ସହିତ ଦୁହେଁ ତୃତୀୟ ୱିକେଟ ଯୋଡିରେ ୬୭ଟି ବଲ‍୍‌ରେ ୧୧୩ ରନ‍୍‌ ଯୋଗ କରିବାରୁ ଆରସିବି ବିଜୟ ହାସଲ କରିଛି।

ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୪ଟି ୱିକେଟ ହରାଇ ୧୮୦ରନ‍୍‌ କରିଥିଲା। ଏହାର ଜବାବରେ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଯୋଗୁଁ ରାଜସ୍ଥାନ ରୟାଲ୍ସ ୧୯ ଓଭରରେ ୧୦୯ରନ‍୍‌ କରି ଅଲ‍୍‌ଆଉଟ‍୍‌ ହୋଇଯାଇଥିଲା। ଏହି ପରାଜୟ ସହିତ ରାଜସ୍ଥାନ ରୟାଲ୍ସର ଅଭିଯାନ ଶେଷ ହୋଇଛି। ଏବି ଡି’ଭିଲିୟର୍ସଙ୍କୁ ‘ମ୍ୟାନ ଅଫ୍ ଦ ମ୍ୟାଚ‍୍‌’ ବିବେଚିତ କରାଯାଇଛି।

ଆସନ୍ତା ୨୨ରେ ରାଞ୍ଚିରେ ଖେଳାଯିବାକୁ ଥିବା କ୍ୱାଲିଫାୟର-୨ ମ୍ୟାଚ‍୍‌ରେ ଚେନ୍ନଇ ସୁପର କିଙ୍ଗସକୁ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ଭେଟିବ। ଏଥିରେ ବିଜୟୀ ହୋଇଥିବା ଦଳ ଆସନ୍ତା ୨୪ରେ କଲକାତାର ଇଡେନଗାର୍ଡେନରେ ଆୟୋଜିତ ହେବାକୁ ଥିବା ଫାଇନାଲରେ ମୁମ୍ୱଇ ଇଣ୍ଡିଆନ୍ସକୁ ଭେଟିବ। ମଙ୍ଗଳବାର ଖେଳାଯାଇଥିବା କ୍ୱାଲିଫାୟର-୧ରେ ଚେନ୍ନଇ ସୁପର କିଙ୍ଗସକୁ ୨୫ରନ‍୍‌ରେ ପରାସ୍ତ କରି ମୁମ୍ୱଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।

ବୁଧବାର ପୁଣେର ମହାରାଷ୍ଟ୍ର କ୍ରିକେଟ‍୍‌ ଆସୋସିଏସନ ଷ୍ଟାଡିୟମ‍୍‌ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ‍୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ଟସ‍୍‌ରେ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କ୍ରିସ‍୍‌ ଗେଲ‍୍‌ ଓ ଅଧିନାୟକ ବିରାଟ କୋହଲି ପ୍ରଥମ ୱିକେଟ‍୍‌ ଯୋଡିରେ ୫.୧ ଓଭରରେ ୪୧ରନ‍୍‌ ସଂଗ୍ରହ କରିଥିଲେ। ଗେଲ‍୍‌ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ଶୈଳୀ ଛାଡି ଧୀରସ୍ଥିର ଖେଳିବାକୁ ଚେଷ୍ଟା କରିଥିଲେ। ସେ ୨୬ଟି ବଲ‍୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ବଳରେ ୨୭ରନ‍୍‌ କରିଥିବାବେଳେ ଧବଳ କୁଲକର୍ଣ୍ଣିଙ୍କ ଦ୍ୱାରା ବୋଲ‍୍‌ଡ ହୋଇଥିଲେ। ପରେ ପରେ ବିରାଟ କୋହଲି ୧୮ଟି ବଲ‍୍‌ରୁ ମାତ୍ର ୧୨ରନ‍୍‌ କରି କୁଲକର୍ଣ୍ଣିଙ୍କ ଦ୍ୱାରା କ୍ୟାଚ‍୍‌ ଓ ବୋଲ‍୍‌ଡ ହୋଇଥିଲେ। ୭.୩ ଓଭରରେ ୪୬ରନ‍୍‌ରେ ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ସଙ୍କଟରେ ପଡିଥିବାବେଳେ ପୁଣିଥରେ ତ୍ରାଣକର୍ତ୍ତା ସାଜିଥିଲେ ଦକ୍ଷିଣ ଆଫ୍ରିକାର ବିଲ୍ଫୋରକ ବ୍ୟାଟ‍୍‌ସମ୍ୟାନ ଡି’ଭିଲିୟର୍ସ। ତାଙ୍କ ସହିତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ମନଦୀପ ସିଂହ। ଦୁହେଁ ତୃତୀୟ ୱିକେଟ ଯୋଡିରେ ମାତ୍ର ୬୭ଟି ବଲ‍୍‌ରେ ୧୧୩ରନ‍୍‌ କରି ଦଳର ସ୍କୋରକୁ ୧୫୯ରନ‍୍‌ରେ ପହଞ୍ଚାଇଥିଲେ। ଡି’ଭିଲିୟର୍ସ ମାତ୍ର ୩୮ଟି ବଳରେ ୪ଟି ଛକା ଓ ୪ଟି ଚୌକା ମାରି ୬୬ରନ‍୍‌ରେ ରନ‍୍‌ଆଉଟ‍୍‌ ହୋଇଥିଲେ। ଏହାପରେ ଦୀନେଶ କାର୍ତ୍ତିକ ଦ୍ରୁତ ରନ‍୍‌ କରିବାକୁ ଚେଷ୍ଟା କରି ୩ଟି ବଲ‍୍‌ରେ ଗୋଟିଏ ଛକା ସହ ୮ରନ‍୍‌ କରିଥିବାବେଳେ କ୍ରିସ‍୍‌ ମୋରିସଙ୍କ ଶିକାର ହୋଇଥିଲେ। ମନଦୀପ ୩୪ଟି ବଲ‍୍‌ରୁ ୨ଟି ଛକା ଓ ୭ଟି ଚୌକା ବଳରେ ୫୪ ରନ‍୍‌ ଏବଂ ସଫ୍ରରାଜ ଖାନ‍୍‌ ୧ ରନ‍୍‌ କରି ଅପରାଜିତ ରହିଥିଲେ। ଡି’ଭିଲିୟର୍ସ ଓ ମନଦୀପଙ୍କ ଯୋଡି ଯୋଗୁଁ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ଚାଲେଞ୍ଜପୂର୍ଣ୍ଣ ସ୍କୋର କରିଥିଲା। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଧବଳ କୁଲକର୍ଣ୍ଣି ୨୮ରନ‍୍‌ରେ ୨ଟି ଓ ମୋରିସ ଗୋଟିଏ ୱିକେଟ ପାଇଥିଲେ।

୧୮୧ରନ‍୍‌ର ବିଜୟଲକ୍ଷ୍ୟ ନେଇ ରାଜସ୍ଥାନ ରୟାଲ୍ସ ନିୟମିତ ବ୍ୟବସ୍ଥାନରେ ୱିକେଟ‍୍‌ ହରାଇଥିଲା। କେବଳ ଅଜିଙ୍କ୍ୟ ରାହାଣେଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟ‍୍‌ସମ୍ୟାନ ୱିକେଟ‍୍‌ରେ ତିଷ୍ଠି ପାରିନଥିଲେ। ରାହାଣେ ୩୯ଟି ବଲ‍୍‌ରୁ ୪ଟି ଚୌକା ବଳରେ ୪୨ରନ‍୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଶେନ‍୍‌ ୱାଟସନ ୧୦, ସଞ୍ଜୁ ସାମସନ ୫, ଷ୍ଟିଭେନ ସ୍ମିଥ୍ ୧୨, କରୁଣ ନାୟାର ୧୨, ଦୀପକ ହୁଡା ୧୧, ଜେମ୍ସ ଫକନର ୪ ଓ ଧବଳ କୁଲକର୍ଣ୍ଣି ୩ରନ‍୍‌ କରି ଆଉଟ‍୍‌ ହୋଇଥିଲେ। ଷ୍ଟୁଆର୍ଟ ବିନ୍ନି ଓ କ୍ରିସ‍୍‌ ମୋରିସ ଖାତା ଖୋଲିପାରିନଥିଲେ। ଅଙ୍କିତ ଶର୍ମା ୭ରନ‍୍‌ରେ ଅପରାଜିତ ଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲର ପକ୍ଷରୁ ଶ୍ରୀନାଥ ଅରବିନ୍ଦ, ହର୍ଷଲ ପଟେଲ, ଡେଭିଡ ୱିଜ୍‌ ଓ ୱାଇ ଚହଲ ୨ଟି ଲେଖାଏଁ ଏବଂ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story