ଆଇପିଏଲ ମହାସମର: ଜମିବ ଚେନ୍ନାଇ-ବାଙ୍ଗାଲୋର ମୁକାବିଲା

ଭୁବନେଶ୍ୱର: ଶୁକ୍ରବାର ସ୍ଥାନୀୟ ଜେଏସସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭେଟିବ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ‍‌କେ) । ଆଜି ରାତି ୮ଟାରେ ଚଳିତ ଆଇପିଏଲର କ୍ୱାଲିଫାୟର-୨ ମ୍ୟାଚ ଖେଳାଯିବ। ମୁମ୍ୱଇ ଇଣ୍ଡିଆନ୍ସ କ୍ୱାଲିଫାୟର-୧ରେ ବିଜୟୀ ହୋଇ ପ୍ରଥମ ଦଳଭାବେ ଫାଇନାଲକୁ ଉନ୍ନୀତ ହୋଇସାରିଥିବାବେଳେ କ୍ୱାଲିଫାୟର-୨ ମ୍ୟାଚର ବିଜେତା ଦ୍ୱିତୀୟ ଦଳଭାବେ ଫାଇନାଲରେ ପ୍ରବେଶ କରିବ। ଏଥିପାଇଁ ଆଜିର ମ୍ୟାଚ ଉଭୟ ଆରସିବି ଓ ସିଏସ‍କେ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଦୁଇ ଅଧିନାୟକ ମହେନ୍ଦ୍ର […]

RCB-Vs-CSK-Top-Players-Chris-Gayle-Virat-Kohli-Ravi-Chandran-Ashwin-and-MS-Dhoni

RCB-Vs-CSK-Top-Players-Chris-Gayle-Virat-Kohli-Ravi-Chandran-Ashwin-and-MS-Dhoni

Rakesh Mallick
  • Published: Friday, 22 May 2015
  • Updated: 22 May 2015, 04:50 AM IST

ଭୁବନେଶ୍ୱର: ଶୁକ୍ରବାର ସ୍ଥାନୀୟ ଜେଏସସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭେଟିବ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ‍‌କେ) । ଆଜି ରାତି ୮ଟାରେ ଚଳିତ ଆଇପିଏଲର କ୍ୱାଲିଫାୟର-୨ ମ୍ୟାଚ ଖେଳାଯିବ। ମୁମ୍ୱଇ ଇଣ୍ଡିଆନ୍ସ କ୍ୱାଲିଫାୟର-୧ରେ ବିଜୟୀ ହୋଇ ପ୍ରଥମ ଦଳଭାବେ ଫାଇନାଲକୁ ଉନ୍ନୀତ ହୋଇସାରିଥିବାବେଳେ କ୍ୱାଲିଫାୟର-୨ ମ୍ୟାଚର ବିଜେତା ଦ୍ୱିତୀୟ ଦଳଭାବେ ଫାଇନାଲରେ ପ୍ରବେଶ କରିବ। ଏଥିପାଇଁ ଆଜିର ମ୍ୟାଚ ଉଭୟ ଆରସିବି ଓ ସିଏସ‍କେ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

ଦୁଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଦୁଇ ଦଳ ମଧ୍ୟରେ ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି। କ୍ୟାପଟେନ କୁଲ‍‌ ଭାବେ ପରିଚିତ ଧୋନି ଅତୀତରେ ଚେନ୍ନଇ ସୁପର କିଙ୍ଗ୍ସକୁ ଦୁଇଥର ଆଇପିଏଲ ଚମ୍ପିଆନ କରାଇଥିବାବେଳେ କୋହଲି ନିଜର ନେତୃତ୍ୱ ବଳରେ ଦଳକୁ ଫାଇନାଲରେ ପହଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି। ରେକର୍ଡକୁ ଅନୁଧ୍ୟାନ କଲେ ଏହି ମ୍ୟାଚରେ ଚେନ୍ନଇ ନିଶ୍ଚିତଭାବେ ଫେଭରିଟ‍। ଚଳିତ ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ  ଦୁଇ ଦଳ ପରସ୍ପରକୁ ଦୁଇଥର ଭେଟିଥିବାବେଳେ ଉଭୟ କ୍ଷେତ୍ରରେ ଚେନ୍ନଇ ବିଜୟୀ ହୋଇଛି। ସେଥିପାଇ ଚେନ୍ନାଇର ମନବଳ ଦୃଢ ରହିଛି। ସାଂପ୍ରତିକ ସ୍ଥିତିରେ ବାଙ୍ଗାଲୋର ଦଳ ଯେଭଳି ପ୍ରଦର୍ଶନ ଜାରି ରଖିଛି, ଯଦି ଦଳ ତାହାକୁ ବଜାୟ ରଖେ ତେବେ ଆଜିର ମ୍ୟାଚରେ ଏହା ସହଜରେ ଚେନ୍ନଇକୁ ପରାସ୍ତ କରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ମୁମ୍ୱଇ ନିକଟରୁ କ୍ୱାଲିଫାୟର-୧ରେ ପରାସ୍ତ ହେବାପରେ ଚେନ୍ନଇ ଦଳ ଏହି ତ୍ରୁଟିକୁ ସୁଧାରିବାକୁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଦେଇଛି। ପୁନଶ୍ଚ ଧୋନିଙ୍କ ନିଜ ସହର ରାଞ୍ଚିରେ ଏହି ମ୍ୟାଚ ଖେଳାଯାଉଥିବାରୁ ଚେନ୍ନଇ ଦଳ ନିଶ୍ଚିତଭାବେ ଘରୋଇ ଦର୍ଶକଙ୍କ ସମର୍ଥନ ହାସଲ କରିବ। ଏହାସେତ୍ତ୍ୱ ବାଙ୍ଗାଲୋର ଦଳକୁ ହରାଇବା ନିମନ୍ତେ ଧୋନି ବାହିନୀକୁ ବେଶ ପରିଶ୍ରମ କରିବାକୁ ପଡିବ। ବିଲ୍ଫୋରକ ଓପନର ବ୍ରେଣ୍ଡନ ମ୍ୟାକ୍କଲମଙ୍କ ଅନୁପସ୍ଥିତି ଦଳୀୟ ବ୍ୟାଟିଂକୁ ଦୁର୍ବଳ କରିଦେଇଛି। ତେଣୁ ଆସନ୍ତାକାଲି ମ୍ୟାଚରେ ଧୋନି, ରୈନା, ପ୍ଲେସି, ହସି ଓ ସ୍ମିଥ୍ଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ।

ଅପରପକ୍ଷରେ ବାଙ୍ଗାଲୋର ଦଳର ବ୍ୟାଟିଂ ମୁଖ୍ୟତଃ କ୍ରିସ‍‌ ଗେଲ, ଏବି ଡି’ଭିଲିୟର୍ସ ଓ ବିରାଟ କୋହଲିଙ୍କ ଉପରେ ନିର୍ଭର କରୁଛି। ଏମାନଙ୍କୁ ସହାୟତା କରିବାକୁ ମନଦୀପ ସିଂହ ଓ ଦିନେଶ କାର୍ତ୍ତିକଙ୍କ ଭଳି ବ୍ୟାଟସମ୍ୟାନଙ୍କ ଉପସ୍ଥିତି ଚେନ୍ନଇ ବୋଲରଙ୍କୁ ଚିନ୍ତାରେ ପକାଇବ। ଚେନ୍ନଇ ଦଳରେ ଆଶିଷ ନେହେରା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାଦଦେଲେ ଅନ୍ୟ ବୋଲରଙ୍କ ପ୍ରଦର୍ଶନ ଉତ୍ସାହଜନକ ହୋଇପାରିନାହିଁ। ବାଙ୍ଗାଲୋର ଦଳର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅସୁବିଧାରେ ପକାଉଥିବାବେଳେ ଏସ.ଅରବିନ୍ଦ, ହର୍ଷଲ ପଟେଲ, ଯଜୁବେନ୍ଦ୍ର ଚହଲ, ଓ ଡେଭିଡ ୱିଜି ମଧ୍ୟ ତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଚେନ୍ନଇ-ବାଙ୍ଗାଲୋର ମୁକାବିଲା ନିଶ୍ଚିତଭାବେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos