ଆଇସିସି ଅଧ୍ୟକ୍ଷ ପଦବୀ ଉପରେ ଦାଦାଙ୍କ ନଜର!

ନୂଆଦିଲ୍ଲୀ: ଚଳିତ ମାସ ଶେଷ ବେଳକୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କରୋନା ପାଇଁ ହୁଏତ ଶଶାଙ୍କଙ୍କ କାର୍ଯ୍ୟକାଳ ଆଉ କିଛି ଦିନ ପାଇଁ ବଢ଼ାଇ ଦିଆଯାଇପାରେ ବୋଲି ଆକଳନ ଥିଲା। ହେଲେ ଶଶାଙ୍କ ଏ ନେଇ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ କିଏ ଏହି ପଦବୀରେ ବସିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ନାମ ଏହି ଚର୍ଚ୍ଚାକୁ […]

ganguly

ganguly

Subhransu Sekhar
  • Published: Saturday, 23 May 2020
  • Updated: 23 May 2020, 04:14 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମାସ ଶେଷ ବେଳକୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କରୋନା ପାଇଁ ହୁଏତ ଶଶାଙ୍କଙ୍କ କାର୍ଯ୍ୟକାଳ ଆଉ କିଛି ଦିନ ପାଇଁ ବଢ଼ାଇ ଦିଆଯାଇପାରେ ବୋଲି ଆକଳନ ଥିଲା। ହେଲେ ଶଶାଙ୍କ ଏ ନେଇ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ କିଏ ଏହି ପଦବୀରେ ବସିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ନାମ ଏହି ଚର୍ଚ୍ଚାକୁ ମଧ୍ୟ ଆସିଛି।

କରୋନା ମହାମାରୀ ପାଇଁ ଏବେ କ୍ରିକେଟ ସଙ୍କଟରେ। ତେଣୁ ଆଗାମୀ ଦିନରେ କ୍ରିକେଟକୁ ଆଗକୁ ନେବାକୁ ହେଲେ ଆଇସିସିର ଅଧ୍ୟକ୍ଷ ଜଣେ କ୍ରିକେଟ ସହିତ ଜଡ଼ିତ ଥିବା ବ୍ୟକ୍ତି ରହିବା ଦରକାର। ଯିଏକି କ୍ରିକେଟକୁ ଭଲ ଭାବରେ ବୁଝିଥିବ। ଏହାଦ୍ୱାରା କ୍ରିକେଟର ଭବିଷ୍ୟତ ଉଜ୍ଜଳ ରହିବ ବୋଲି ଏକ୍ସପର୍ଟ ମାନେ କହିଛନ୍ତି।

ନିକଟରେ କ୍ରିକେଟ୍ ସାଉଥ ଆଫ୍ରିକା (ସିଏସଏ)ର ନିର୍ଦ୍ଦେଶକ ତଥା ପୂର୍ବତନ ଅଧିନାୟକ ଗ୍ରାଏମ ସ୍ମିଥ୍ ମଧ୍ୟ ଏହି ଯୁକ୍ତିକୁ ସମର୍ଥନ କରିଥିଲେ। ସେ କହିଥିଲେ ଏଭଳି ସମୟରେ ସୌରଭ ଗାଙ୍ଗୁଲି ଆଇସିସିର ଅଧ୍ୟକ୍ଷ ହେବା ଦରକାର। ସିଏସଏର ସିଇଓ ଜ୍ୟାକ ଫୋଲ୍ କହିଥିଲେ ଭାରତ ଯଦି ଆଇସିସିର ନେତୃତ୍ୱ ନେବ ତା’ହେଲେ କୌଣସି ଆପତ୍ତି ନାହିଁ। ଜ୍ୟାକଙ୍କ ଏଭଳି ମତ ପରେ ସ୍ମିଥ୍ ଗାଙ୍ଗୁଲିଙ୍କୁ ନେଇ ଏଭଳି କହିଥିଲେ।

ସେ ଆହୁରି କହିଥିଲେ, ଗାଙ୍ଗୁଲି କ୍ରିକେଟକୁ ଭଲ ଭାବରେ ଜାଣିଥିବା ବ୍ୟକ୍ତି। ଆଇସିସିର ଅଧ୍ୟକ୍ଷ ଭାବରେ ସେ ଦାୟିତ୍ୱ ହେଲେ ଭଲ ହେବ। ଏହାଦ୍ୱାରା କ୍ରିକେଟକୁ ଅଧିକ ଲାଭ ମିଳିବ। ଗାଙ୍ଗୁଲି ଜଣେ ଅଭିଜ୍ଞ ଖେଳାଳି ଥିଲେ। ତାଙ୍କୁ ଅନେକ ସମ୍ମାନ ଦିଅନ୍ତି। ତେଣୁ ସେ ଆଇସିସିର ନେତୃତ୍ୱ ନେଲେ କ୍ରିକେଟର ଭବିଷ୍ୟତ ଭଲ ହେବ ବୋଲି ସାଉଥ ଆଫ୍ରିକା କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ସ୍ମିଥ୍ କହିଛନ୍ତି।

ସ୍ମିଥ୍ ଏଭଳି କହିବା ପଛର ଆଉ ଏକ ଯୁକ୍ତି ମଧ୍ୟ ରହିଛି। କରୋନା ପାଇଁ କ୍ରିକେଟ ଏବେ କ୍ଷତିରେ। ବିଶ୍ୱରେ ଧନୀ କ୍ରିକେଟ ବୋର୍ଡ ହେଉଛି ବିସିସିଆଇ। ତେଣୁ ଏବେର କରୋନା ଜନିତ କ୍ଷତିର ଭରଣା ପାଇଁ ଅନେକ ଦେଶ ଟିମ୍ ଇଣ୍ଡିଆ ସହ ମ୍ୟାଚ ଖେଳିବା ପାଇଁ ଭାରତ ଆସିବାକୁ ଚାହିଁବେ। ଏହାଦ୍ୱାରା ଉଭୟ ବିସିସିଆଇ ଏବଂ ଅନ୍ୟ କ୍ରିକେଟ ବୋର୍ଡ ଲାଭବାନ ହୋଇପାରିବେ।

ତେବେ ବିସିସିଆଇ ବସ୍ ଗାଙ୍ଗୁଲିଙ୍କ ପାଇଁ ଏବେ ସମସ୍ୟା ରହିଛି ତାଙ୍କ କାର୍ଯ୍ୟକାଳ। ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଭାବରେ ତାଙ୍କର କାର୍ଯ୍ୟକାଳ ଜୁଲାଇରେ ଶେଷ ହେଉଛି। ତେଣୁ ବିସିସିଆଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ହେଲେ ଏବେ ବିସିସିଆଇ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି। ଯେଉଁଥିରେ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ବଢ଼ାଇବାକୁ ଅନୁରୋଧ କରାଯାଇଛି।

ଗତ ବର୍ଷ ନଭେମ୍ବରରେ, ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ପରେ, ବିସିସିଆଇ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ଗାଙ୍ଗୁଲିଙ୍କୁ ସମ୍ପୂର୍ଣ୍ଣ ତିନି ବର୍ଷ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲା ବିସିସିଆଇ। ଅଦାଲତ ଏପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରିନାହାଁନ୍ତି। ଯଦି କୋର୍ଟ ଅନୁମତି ନଦେବେ ତା’ହେଲେ ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ପଦବୀ ପାଇଁ ଆବେଦନ କରିପାରିବେ। ଯଦିଓ ନାମ ଗୋପନ ରଖି ଏ ବାବଦରେ ସୂଚନା ଦେଇଥିବା ବ୍ୟକ୍ତି ଆଇସିସି ଅଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟ, ହେଲେ ସେ ଏହି ପଦବୀ ପାଇଁ ଆଗ୍ରହୀ ନୁହନ୍ତି ବୋଲି ସେ କହିଛନ୍ତି। ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ପଦବୀ ପାଇଁ ଆବେଦନ କଲେ ବିସିସିଆଇ ମଧ୍ୟ ସମର୍ଥନ କରିପାରେ।

ଆଇସିସି ବୋର୍ଡରେ ୧୭ ଜଣ ସଦସ୍ୟ ରହିଛନ୍ତି। ୧୨ ଟି ଟେଷ୍ଟ ଖେଳୁଥିବା ଦେଶର ପ୍ରତିନିଧି, ତିନି ସହଯୋଗୀ ଦେଶ ସହିତ ଜଣେ ସ୍ୱାଧୀନ ମହିଳା ନିର୍ଦ୍ଦେଶକ ଏବଂ ବିଦାୟୀ ଅଧ୍ୟକ୍ଷ ରହିବେ। ଏହି ସମସ୍ତେ ଆଇସିସି ଅଧ୍ୟକ୍ଷ ପଦବୀ ପାଇଁ ଭୋଟ୍ ଦେବେ। ବିସିସିଆଇ ଯଦି ଏହି ପଦବୀ ପାଇଁ ଲବି କରିବେ ତା’ହେଲେ ଆବଶ୍ୟକ ଭୋଟ୍ ପାଇବାକୁ ସମସ୍ୟା ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story