ଆଇସିଏଲ୍‌-୩: ଗୋଆ ଦଳରେ ଯୋଗ ଦେଲେ ଜାଫ୍ରେ

ପାଣାଜୀ:ଇଣ୍ଡିଆନ୍ ସୁପର ଲିଗ୍‌ର ତୃତୀୟ ସଂସ୍କରଣରେ ଏଫ୍‌ସି ଗୋଆ ଦଳରେ ପୁଣି ଥରେ ଚୁକ୍ତିଭୁକ୍ତ ହୋଇଛନ୍ତି ସ୍ପେନର ମିଡଫିଲ୍ଡର ଜାଫ୍ରେ ମେଟେଉ। ମଙ୍ଗଳବାର ଏହି ସୂଚନା ଦେଇଛି ଗୋଆ ଦଳ। ୩୬ ବର୍ଷୀୟ ଏହି ମିଡଫିଲ୍ଡର ଜଣକ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଗୋଆ ସହ ଚୁକ୍ତିଭୁକ୍ତ ହୋଇଛନ୍ତି। ଗତ ବର୍ଷ ଏହି ଖେଳାଳି ଜଣକ ଦଳ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏନେଇ ଜାଫ୍ରେ କହିଛନ୍ତି,“ପୁଣି ଥରେ ଏଫ୍‌ ସି ଗୋଆ ଦଳ ସହ ଚୁକ୍ତିଭୁକ୍ତ […]

jofre_ISL

jofre_ISL

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 05:34 PM IST

Sports

Latest News

ପାଣାଜୀ:ଇଣ୍ଡିଆନ୍ ସୁପର ଲିଗ୍‌ର ତୃତୀୟ ସଂସ୍କରଣରେ ଏଫ୍‌ସି ଗୋଆ ଦଳରେ ପୁଣି ଥରେ ଚୁକ୍ତିଭୁକ୍ତ ହୋଇଛନ୍ତି ସ୍ପେନର ମିଡଫିଲ୍ଡର ଜାଫ୍ରେ ମେଟେଉ। ମଙ୍ଗଳବାର ଏହି ସୂଚନା ଦେଇଛି ଗୋଆ ଦଳ।

୩୬ ବର୍ଷୀୟ ଏହି ମିଡଫିଲ୍ଡର ଜଣକ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଗୋଆ ସହ ଚୁକ୍ତିଭୁକ୍ତ ହୋଇଛନ୍ତି। ଗତ ବର୍ଷ ଏହି ଖେଳାଳି ଜଣକ ଦଳ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

ଏନେଇ ଜାଫ୍ରେ କହିଛନ୍ତି,“ପୁଣି ଥରେ ଏଫ୍‌ ସି ଗୋଆ ଦଳ ସହ ଚୁକ୍ତିଭୁକ୍ତ ହୋଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଗତବର୍ଷ ଏହି ଦଳରେ ରହି ମତେ ବହୁତ କିଛି ଶିଖିବାକୁ ମିଳିଥିଲା। ଆମେ ସବୁ ଟିମ୍‌ ସ୍ପିରିଟ୍‌ରେ ଖେଳି ଭଲ ପ୍ରଦଶର୍ନ କରିଥିଲୁ। ଏଥର ମଧ୍ୟ ଆମେ ଭଲ କରିବୁ ବୋଲି ମୁଁ ଆଶା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos