୭ ଗୁଣ ସହ ଜର୍ଶି ନମ୍ୱର ୭

ମଇଦାନକୁ ଓହ୍ଲାଇବା ବେଳେ ପିନ୍ଧୁଥିଲେ ୭ ନମ୍ୱର ଜର୍ଶି। ଆଉ ପାଖରେ ଥିଲା କ୍ରିକେଟ ପଡ଼ିଆର ୭ଟି ସର୍ବୋତ୍ତମ ଗୁଣ। ଜର୍ଶି ନମ୍ୱର ୭ର ଏହି ଚର୍ଚ୍ଚିତ କ୍ରିକେଟରଙ୍କ ସେହି ୭ଟି ଗୁଣ କେବଳ ଟିମ୍ ଇଣ୍ଡିଆ ନୁହଁ ବିଶ୍ୱ କ୍ରିକେଟର ଖେଳାଳି, ପ୍ରଶଂସକ ଏବଂ ବିଶେଷଜ୍ଞଙ୍କ ପାଇଁ ଏବେ ୭ଟି ମନ୍ତ୍ର ପାଲଟିଛି। ପଢ଼ନ୍ତୁ ଧୋନିଙ୍କ ସେହି ୭ଟି ଗୁଣ, ଯାହା ବିଶ୍ୱର କ୍ରିକେଟ୍ ସମୁଦାୟ ପାଇଁ ପାଲଟିଛି ଆସ୍ଥା, ଭରସା, ଆତ୍ମବିଶ୍ୱାସ ଓ ନେତୃତ୍ୱର […]

ms-dhoni-no-7

ms-dhoni-no-7

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 08:21 PM IST

Sports

Latest News

ମଇଦାନକୁ ଓହ୍ଲାଇବା ବେଳେ ପିନ୍ଧୁଥିଲେ ୭ ନମ୍ୱର ଜର୍ଶି। ଆଉ ପାଖରେ ଥିଲା କ୍ରିକେଟ ପଡ଼ିଆର ୭ଟି ସର୍ବୋତ୍ତମ ଗୁଣ। ଜର୍ଶି ନମ୍ୱର ୭ର ଏହି ଚର୍ଚ୍ଚିତ କ୍ରିକେଟରଙ୍କ ସେହି ୭ଟି ଗୁଣ କେବଳ ଟିମ୍ ଇଣ୍ଡିଆ ନୁହଁ ବିଶ୍ୱ କ୍ରିକେଟର ଖେଳାଳି, ପ୍ରଶଂସକ ଏବଂ ବିଶେଷଜ୍ଞଙ୍କ ପାଇଁ ଏବେ ୭ଟି ମନ୍ତ୍ର ପାଲଟିଛି। ପଢ଼ନ୍ତୁ ଧୋନିଙ୍କ ସେହି ୭ଟି ଗୁଣ, ଯାହା ବିଶ୍ୱର କ୍ରିକେଟ୍ ସମୁଦାୟ ପାଇଁ ପାଲଟିଛି ଆସ୍ଥା, ଭରସା, ଆତ୍ମବିଶ୍ୱାସ ଓ ନେତୃତ୍ୱର ସରଳ କିନ୍ତୁ ସ୍ମରଣୀୟ ମନ୍ତ୍ର।

୧ . ଆତ୍ମବିଶ୍ୱାସ

ରନ୍ ରେଟ୍ ବଢ଼ିଚାଲିଛି। ବାକି ଅଛି କମ୍ ଓଭର। ହାତରେ ଅଧିକ ୱିକେଟ୍ ନାହିଁ। ପ୍ରତିପକ୍ଷ ଦଳର ଏକଧିକ ବୋଲର ବି ବୋଲିଂ କରି ନାହାନ୍ତି। କଣ ହେବ ସ୍ଥିତି? ମାହି ଯୁଗରେ ଏଭଳି ଅନେକ ମୁହୂର୍ତ୍ତ ଆସିଛି। ଯାହାକି ପଡ଼ିଆ ବାହାରେ ଏବଂ ଟିଭି ପରଦାରେ କି ରେଡିଓରେ ଶୁଣୁଥିବା ପ୍ରତି କ୍ରୀଡୀ ପ୍ରେମୀଙ୍କ ହୃଦସ୍ପନ୍ଦନକୁ କ୍ଷୀପ୍ର କରିଦେଇଛି। ହେଲେ କମେଣ୍ଟେଟର ଯେତେବେଳେ କୁହନ୍ତି ପଡ଼ିଆକୁ ଓହ୍ଲାଇଛନ୍ତି ଧୋନି ସେତେବେଳେ ଦେଖୁଥିବା ଏବଂ ମ୍ୟାଚକୁ ଶୁଣୁଥିବା କ୍ରିକେଟ ପ୍ରେମୀଙ୍କ ମନରେ ସଞ୍ଚାର ହୁଏ ଆଶା। ଆଉ ମାହି ପ୍ରତିପକ୍ଷ ବୋଲରଙ୍କୁ କଡ଼ା ଜବାବ ଦେବେ ବୋଲି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଏଭଳି କିଛି ଆଶା ଜାଗ୍ରତ ହୁଏ। ଆଉ ପ୍ରତ୍ୟେକ ଥର ବିଜୟୀ ସଟ୍ ସହିତ ମାହି ଡ୍ରେସିଂ ରୁମକୁ ଫେରୁଥିବା ଦେଖିବାକୁ ମିଳେ। ଦଳ ଯେତେବେଳେ ବି ସଙ୍କଟରେ ଥାଏ ସେତେବେଳେ ମାହି ବ୍ୟାଟିଂ କରି ଦଳ ଓ ଲୋକଙ୍କ ଆସ୍ଥା ଭାଜନ ହୋଇଥିଲେ। ଏହା ସମ୍ଭବ ହୋଇପାରିଥିଲା ଏଥିପାଇଁ କାରଣ ଧୋନିଙ୍କର ନିଜ ଉପରେ ରହିଥାଏ ଅଗାଢ଼ ଆତ୍ମବିଶ୍ୱାସ। ଏହାକୁ ଥରେ ନୁହେଁ ବରଂ ଅନେକ ଥର ପ୍ରମାଣିତ କରି ଦେଖାଇଛନ୍ତି ଝାଡ଼ଖଣ୍ଡର ଏହି ଖେଳାଳି।

୨. ଥଣ୍ଡା ଓ ଅବିଚଳିତ ସ୍ୱଭାବ

ବିପକ୍ଷ ଦଳ ବିରୋଧରେ ଆକ୍ରମଣାତ୍ମକ ରଣନୀତି ସାଧାରଣତଃ ଅଙ୍ଗଭଙ୍ଗୀରୁ ଜଣାପଡ଼େ। ଯାହାକି ବିରୋଧୀ ଦଳକୁ ଅନେକ ସମୟରେ ଅପମାନିତ କରେ। ସାଧାରଣତଃ କ୍ରିକେଟରେ ଏହି ଏଭଳି ଆଚରଣ ଅଧିକ। ଅନେକ କ୍ରିକେଟ ପଣ୍ଡିତ ବିଶ୍ୱାସ କରନ୍ତି ଯେ ଏହା ହେଉଛି ଆଧୁନିକ କ୍ରିକେଟର ଟେକନିକ୍। କିନ୍ତୁ ପଡ଼ିଆରେ ମାହିଙ୍କ ଶାରୀରିକ ଭାଷା ଏହି ସବୁ ଦୃଷ୍ଟିରୁ ଢ଼େର ଭିନ୍ନ। କୌଣସି ଦୃଷ୍ଟିରୁ ଆକ୍ରମଣାତ୍ମକ ବୋଲି କେହି କେବେ ମାହିଙ୍କୁ ଦେଖି ନାହାନ୍ତି। କିମ୍ବା ସେ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଅପମାନିତ କରିବାକୁ କେବେ ଚେଷ୍ଟା ସୁଦ୍ଧା କରି ନାହାଁନ୍ତି। ସ୍ଥିତି ଯାହା ହେଉ ନା କାହିଁକି। ଦଳ ସଙ୍କଟରେ ଥିଲେ ମଧ୍ୟ ମାହିଙ୍କ ମନରେ କ’ଣ ଚାଲିଛି ତାହା ଜାଣିବା କଷ୍ଟକର। କଠିନ ପରିସ୍ଥିତିରେ ମାହି ଯେଉଁଭଳି ଆଚରଣ ଦେଖାନ୍ତି ସହଜ ସ୍ଥିତିରେ ମଧ୍ୟ ସମାନ ଆଚରଣ। ସେଥିପାଇଁ ମାହିଙ୍କ ପ୍ରଶଂସକ ବିରୋଧୀ ଦଳରେ ମଧ୍ୟ ରହିଛନ୍ତି ବୋଲି କୁହାଯାଏ। ଏହି ଥଣ୍ଡା ଓ ଅବିଚଳିତ ସ୍ୱଭାବ ମାହିଙ୍କୁ ମହାନ କରିଛି ବୋଲି କୁହାଯାଏ।

୩. ସମାଲୋଚନାରେ ବିବ୍ରତ ନହେବା

୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଧୋନି ଆଉଟ୍ ହେବା ପରେ ଦଳ ପରାଜୟ ହୋଇଥିଲା। ସେମିଫାଇନାଲରେ ହାରିବା ନିଶ୍ଚିତ ଭାବରେ ଏକ ବଡ ଘଟଣା ଥିଲା। କିନ୍ତୁ ଧୋନିଙ୍କ ପରି ଜଣେ ବ୍ୟକ୍ତିଙ୍କ ପାଇଁ ଏହା ଖେଳର ଏକ ଅଂଶ ଥିଲା। ନିଶ୍ଚିତ ଭାବରେ ଏହା ଭାରତ ପାଇଁ ନିରାଶାଜନକ ଥିଲା। ? ସେମିଫାଇନାଲରୁ ହାରିବା ପରେ ମଧ୍ୟ ଧୋନିଙ୍କୁ ନେଇ ଅନେକ ସମାଲୋଚନା ହୋଇଛି। ହେଲେ ସେ ବିଚଳିତ ବିବ୍ରତ ନହୋଇ ନିଜ ଷ୍ଟାଇଲରେ ନିଷ୍ପତ୍ତି ନେଉଥିଲେ, ଖେଳ ବି ଖେଳୁଥିଲେ।

୪. ଅତର୍କିତ ନିଷ୍ପତ୍ତି ନେଇ ଅନ୍ୟକୁ ଚକିତ କରିଦେବା

ସଫଳତା ଓ ବିଫଳତାକୁ ପରଓ୍ୱା ନ କରି ହଠାତ୍ ନିଷ୍ପତ୍ତି ନେଉଥିଲେ, ସମସ୍ତଙ୍କୁ ଚକିତ କରୁଥିଲେ।

ଡିସେମ୍ବର ୨୦୧୪। ଦଳ ସେତେବେଳେ ଅଷ୍ଟ୍ରେଲିଆରେ ଥିଲା। ଧୋନିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ସିରିଜ୍ ଖେଳୁଥିଲା। ଧୋନି ହଠାତ୍ ସିରିଜ ଅଧାରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଜାନୁଆରୀ ୨୦୧୭ରେ ମଧ୍ୟ ସମାନ ଘଟଣା ଘଟିଥିଲା। ମାହି ହଠାତ୍ ଅଧିନାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଏହି ସମୟରେ ସେ ତାଙ୍କର ଦକ୍ଷତା ଉପରେ ଆଶଙ୍କା କରିନଥିଲେ କି ଦଳ ଦୁର୍ବଳ ହେବ ବୋଲି ଚିନ୍ତା କରିନଥିଲେ। ଠିକ ସେହିପରି ଆଇପିଏଲ ପାଇଁ ଚେନ୍ନାଇ ସୁପର କିଙ୍ଗସର କ୍ୟାମ୍ପ ଚାଲିଥିବା ବେଳେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଖାଲି ଏତିକି ନୁହେଁ DRS ଉପରେ ସଠିକ୍ ନିଷ୍ପତ୍ତି ନେଇ ମାହି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

୫. ପ୍ରତିଭା ଚିହ୍ନିବାରେ ମାହିର

ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଏପରି କୌଣସି ସ୍ଥାନ ନାହିଁ ଯାହାକୁ ଦୁର୍ବଳ ବୋଲି କୁହାଯାଇପାରେ। ତିନୋଟି ଫର୍ମାଟରେ ସମାନ ପରିସ୍ଥିତି। ଏହା ବ୍ୟାଟିଂ ହେଉ କିମ୍ବା ପେଶ୍ ବୋଲିଂ ଅବା ସ୍ପିନ୍। ସବୁ ବିଭାଗରେ ଭାରତର ଏବେ ମଜବୁତ ସ୍ଥିତିରେ। କିନ୍ତୁ ଗୋଟିଏ ସ୍ଥାନ ଯେଉଁଠାରେ ସବୁକିଛି ସଂପୂର୍ଣ୍ଣ ସ୍ଥିର ହୋଇନାହିଁ ତାହା ୱିକେଟ୍ କିପିଂ। ତେବେ ଧୋନି କେବଳ ଟିମ୍ ଇଣ୍ଡିଆର ୱିକେଟ୍ କିପର ନଥିଲେ। ସେ ଥିଲେ ଗୁଣ ଚିହ୍ନୁଥିବା ଗୁଣିଆ। ଧୋନିଙ୍କ ନେତୃତ୍ୱରେ ଦଳର ଅବଶିଷ୍ଟ ୧୦ ଖେଳାଳି ନିଜ ନିଜ ସ୍ଥାନରେ ଶତ ପ୍ରତିଶତ ଦକ୍ଷତା ପ୍ରଦାନ ଜାରି ରଖିଥିଲେ।

୬. ସାଥି ଖେଳାଳିଙ୍କ ଉପରେ ବିଶ୍ୱାସ

ଗୋଟିଏ ଟିମକୁ ଆଗକୁ ବଢ଼ିବ ଯେତେବେଳେ ନେତୃତ୍ୱ ନେଉଥିବା ଖେଳାଳିର ବିଶ୍ୱାସ ସହଯୋଗୀଙ୍କ ଉପରେ ରହିବ। ଧୋନି ମଧ୍ୟ ସହଯୋଗୀ ଖେଳାଳିଙ୍କଠାରୁ ସମାନ ପ୍ରଦର୍ଶନ ପାଇଥିଲେ। ଧୋନି ସହଯୋଗୀ ଖେଳାଳୀଙ୍କୁ ଏଭଳି ରଖୁଥିଲେ ଯେ ଟିମ୍ ଇଣ୍ଡିଆ ସାମ୍ନାରେ କେବେ ବିକଳ୍ପ ଅଭାବ ନଥିଲା। ତେବେ ସୌରଭ ଗାଙ୍ଗୁଲି ମଧ୍ୟ ସମାନ ରଣନୀତି ଆପଣାଉଥିଲେ। ମାହି ସବୁବେଳେ ପଛରେ ରହି ଦଳକୁ ଆଗରେ ରଖିଥିଲେ। ଟି-୨୦ ବିଶ୍ୱକପ ବେଳେ ପାକିସ୍ତାନ ବିପକ୍ଷରେ ଅନ୍ତିମ ବଲରେ ଯୋଗୀନ୍ଦର ଶର୍ମାଙ୍କୁ ବୋଲିଂ ଦେଇ ଏଭଳି ପ୍ରମାଣିତ କରିଥିଲେ। ଏହି ଗୋଟିଏ ଥର ନୁହେଁ, ଅନେକ ସମୟରେ ସହଯୋଗୀ ଖେଳାଳିଙ୍କ ଉପରେ ବିଶ୍ୱାସ ରଖି ମାହି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଛନ୍ତି।

୭. କାହା ସହ ତୁଳନୀୟ ନୁହନ୍ତି

ଅବସର ନେବାବେଳେ ଧୋନି ଗୀତକୁ ଏକ ମାଧ୍ୟମ କରି କୁହନ୍ତି, ଆସନ୍ତାକାଲି ମୋ ଅପେକ୍ଷା ଭଲ ବକ୍ତା ଆସିବେ ତୁମ ଅପେକ୍ଷା ଭଲ ଶ୍ରୋତା ବି ବାହାରିବେ। ୱିକେଟ୍ ପଛରେ ଥିବା ରେକର୍ଡ ଧୋନିଙ୍କ ଠାରୁ ଯଥେଷ୍ଟ ଭଲ ହେବ। ତାଙ୍କ ଆକାଉଣ୍ଟରେ ରନ୍ ମାହିଙ୍କଠାରୁ ଅଧିକ ହେବ। ଆଉ ଧୋନିଙ୍କ ଅଧିନାୟକତ୍ୱର ରେକର୍ଡଠୁ ଶୀର୍ଷରେ ରହିବ ଅନମ୍ୟ କେହି। କିନ୍ତୁ କ୍ରିକେଟକୁ ଅନୁଭବ କରିବାରେ ମାହିଠାଙ୍କରୁ କେହି ଅଧିକ ଭଲ ହୋଇପାରିବେ ନାହିଁ। ସେଥିପାଇଁ ଦୁନିଆ ଧୋନିଙ୍କ କଥା ଶୁଣିବାରେ ସମୟ ନଷ୍ଟ କରିବ ନାହିଁ। ତାଙ୍କ ଭିତରେ ସୁଖର ମୁହୂର୍ତ୍ତ ପାଇବ। ଶିଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story