ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ବିଶ୍ଵକପକୁ ଆଉ ମାତ୍ର ୩ ମାସ ଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍ ଟିମ୍କୁ ଲାଗିଛି ଜବରଦସ୍ତ ଝଟ୍କା। ଟିମ୍ର ସବୁଠାରୁ ବରିଷ୍ଠ ତଥା ସ୍ପିଡ୍ ଷ୍ଟାର ଝୁଲନ ଗୋସ୍ୱାମୀ ଆଜି ଟି଼-୨୦ କ୍ରିକେଟ୍କୁ ବାଏବାଏ କହିଛନ୍ତି।
ଝୁଲନ ଆଜି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିବାରୁ ସେ ୱେଷ୍ଟଇଣ୍ଡିଜ୍ରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଖେଳିବେ ନାହିଁ। ଫଳରେ ଭାରତୀୟ ମହିଳା ଟିମ୍ ଝୁଲନଙ୍କ ଅନୁପସ୍ଥିତିକୁ ବେଶ ଅନୁଭବ କରିବ ବୋଲି କୁହାଯାଉଛି।
ତେବେ ଟି-୨୦ରୁ ଅବସର ନେଇଥିବା ୩୫ ବର୍ଷୀୟ ଝୁଲନ କେବଳ ଦିନିକିଆ ମ୍ୟାଚ୍ ଖେଳିବେ ବୋଲି କହିଛନ୍ତି।
ଭାରତ ପକ୍ଷରୁ ଝୁଲନ ୬୮ ଟି-୨୦ ମ୍ୟାଚ୍ ଖେଳି ୫୬ଟି ୱିକେଟ୍ ନେଇଛନ୍ତି। ଝୁଲନଙ୍କ ନାଁରେ ଦିନିକିଆରେ ସର୍ବାଧିକ ୱିକେଟ୍ ଦଖଲ କରିବାର ରେକର୍ଡ ଆଜି ବି ବଳବତ୍ତର ରହିଛି। ସେ ୧୬୯ଟି ମ୍ୟାଚ୍ରେ ୨୦୦ଟି ୱିକେଟ ଦଖଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୭୩୦ ଯବାନ କରିଛନ୍ତି ଆତ୍ମହତ୍ୟା, ୫୫ ହଜାରରୁ ଅଧିକ ଦେଇଛନ୍ତି ଇସ୍ତଫା
ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ତଥ୍ୟରୁ ଚାଞ୍ଚଲ୍ୟକର ଖୁଲାସା। ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦ ପ୍ରତିଶତ ଯବାନ ଆତ୍ମହତ୍ୟା କରିଛନ୍ତି।
National
ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ଆସାମ ସରକାର
ଆସାମରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।
Politics
ଗୁଳିକାଣ୍ଡ ପଛରେ 'ଷଡ଼ଯନ୍ତ୍ର' ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି
ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହାଁମୁହିଁ ଆମ୍ ଆଦମୀ ପାର୍ଟି ଓ ବିଜେପି।
National
ଦାଦାଙ୍କୁ ଉଭୟ ସକାଳ ଓ ସନ୍ଧ୍ୟାର ଅନୁଭବ ଅଛି, ଅଜିତଙ୍କୁ କହିଲେ ଏକନାଥ; ସମସ୍ତେ ହସି ହସି ଗଡ଼ିଗଲେ
ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ।
Politics
ରାହୁଲଙ୍କ ସମ୍ଭଲ ଯାତ୍ରା ଅସଫଳ ହେବା ପରେ ତେଜିଲା ରାଜନୀତି
ବିଜେପି ଓ ଆରଏସଏସ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ଖଡଗେ। ଆରଜି କର ମାମଲାରେ କୋଲକାତା କାହିଁ ଗଲେନି ପଚାରିଲା ବିଜେପି।