ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଟି-ଶାର୍ଟ ନିଲାମ କଲେ ବଟଲର୍‌

ଲଣ୍ଡନ: ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆଗକୁ ଆସିଛନ୍ତି। କରୋନାଭାଇରସରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରୁଥିବା ହସ୍ପିଟାଲର ସହାୟତା ପାଇଁ ବଟଲର୍ ଗତବର୍ଷ ବିଶ୍ୱକପ୍ ଫାଇନାଲରେ ପିନ୍ଧିଥିବା ନିଜର ଜର୍ସିକୁ ନିଲାମରେ ଲଗାଇଛନ୍ତି। ଏହି ୨୯ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଲର୍ଡ୍ସରେ ଖେଳାଯାଇଥିବା ଫାଇନାଲରେ ଇଂଲଣ୍ଡର ରୋମାଞ୍ଚକର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ସେ ଅର୍ଦ୍ଧଶତକ ମାରିଥିଲେ ଏବଂ ପରେ ସୁପର୍ ଓଭରରେ […]

butler

butler

Ranjit Kumar Jena
  • Published: Wednesday, 01 April 2020
  • Updated: 01 April 2020, 08:20 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆଗକୁ ଆସିଛନ୍ତି। କରୋନାଭାଇରସରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରୁଥିବା ହସ୍ପିଟାଲର ସହାୟତା ପାଇଁ ବଟଲର୍ ଗତବର୍ଷ ବିଶ୍ୱକପ୍ ଫାଇନାଲରେ ପିନ୍ଧିଥିବା ନିଜର ଜର୍ସିକୁ ନିଲାମରେ ଲଗାଇଛନ୍ତି। ଏହି ୨୯ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଲର୍ଡ୍ସରେ ଖେଳାଯାଇଥିବା ଫାଇନାଲରେ ଇଂଲଣ୍ଡର ରୋମାଞ୍ଚକର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ।

ସେ ଅର୍ଦ୍ଧଶତକ ମାରିଥିଲେ ଏବଂ ପରେ ସୁପର୍ ଓଭରରେ ବ୍ୟାଟିଂ ମଧ୍ୟ କରିଥିଲେ। ଏହାବ୍ୟତୀତ ସେ ମ୍ୟାଚର ଅନ୍ତିମ ବଲରେ ମାର୍ଟିନ୍ ଗପ୍ଟିଲଙ୍କୁ ରନଆଉଟ୍ କରିଥିଲେ। ମଙ୍ଗଳବାର ରାତିରେ ବଟଲର ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ବଟଲର୍ ଟ୍ୱିଟ୍ କରିଛନ୍ତି, ଏହି ଜର୍ସିରେ ବିଶ୍ୱକପ୍ ବିଜେତା ଟିମର ସମସ୍ତ ସଦସ୍ୟଙ୍କର ହସ୍ତାକ୍ଷର ରହିଛି ଏବଂ ଏହାକୁ ଇ-ବେ'ରେ ନିଲାମ କରାଯିବ। ଏହି ନିଲାମରୁ ମିଳିବାକୁ ଥିବା ଅର୍ଥରାଶି ରୟାଲ୍ ବ୍ରାମ୍ପଟନ୍ ଆଣ୍ଡ୍ ହେୟାରଫିଲ୍ଡ ହସ୍ପିଟାଲ୍ ଚ୍ୟାରିଟିକୁ ଦାନ କରାଯିବ।

ବଟଲର ଆହୁରି କହିଛନ୍ତି, "ଆମେ ସମସ୍ତେ ଜାଣିଛୁ, ବର୍ତ୍ତମାନ ସମୟରେ ହସ୍ପିଟାଲ, ଡାକ୍ତର, ନର୍ସ ଏବଂ ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ୍‌) ନିଜର ଅତୁଲ୍ୟ ଯୋଗଦାନ କରୁଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ଅଧିକରୁ ଅଧିକ ସହଯୋଗର ଆବଶ୍ୟକତା ରହିଛି। ଗତ ସପ୍ତାହରେ ରୟାଲ୍ ବ୍ରାମ୍ପଟନ୍ ଆଣ୍ଡ୍ ହେୟାରଫିଲ୍ଡ ହସ୍ପିଟାଲ୍ ଚ୍ୟାରିଟି କୋଭିଡ୍‌-୧୯ରୁ ରକ୍ଷା ପାଇଁ ଫୁସଫୁସ୍ ଓ ହୃଦରୋଗ ଦ୍ୱାରା ଜଡ଼ିତ ଦୁଇଟି ହସ୍ପିଟାଲକୁ ଲାଇଫସେଭିଙ୍ଗ ଉପକରଣ ଉପଲବ୍ଧ କରାଇବା ପାଇଁ ଜରୁରୀକାଳୀନ ଅପିଲ୍ କରିଥିଲେ।

ଅର୍ଥରାଶି ସଂଗ୍ରହ କରିବା ପ୍ରୟାସ ଆଧାରରେ ମୁଁ ନିଜର ସେହି ଟି-ଶାର୍ଟକୁ ନିଲାମ କରିବାକୁ ଚାହୁଁଛି, ଯାହା ଗତବର୍ଷ ମୁଁ ବିଶ୍ୱକପ୍ ଫାଇନାଲରେ ପିନ୍ଧିଥିଲି।" ସୂଚନାଯୋଗ୍ୟ, ପୂରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨ହଜାର ଟପିଛି। ସେହିପରି ବ୍ରିଟେନରେ ୨୫ହଜାରରୁ ଊର୍ଦ୍ଧ୍ୱ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୧୮୦୦ ଜଣ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story