ଜୁଏଲ ଗାର୍ଣ୍ଣର ହେଲେ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ମ୍ୟାନେଜର

ବାର୍ବାଡସ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ଟିମ୍‌ ମ୍ୟାନେଜର ଭାବେ ପୂର୍ବତନ ଫାଷ୍ଟ ବୋଲର ଜୁଏଲ ଗାର୍ଣ୍ଣରଙ୍କୁ ନିଯୁକ୍ତି ଦେଇଛି ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ। ୬୦ ବର୍ଷୀୟ ଏହି କ୍ରିକେଟର ଜଣକ ଆସନ୍ତା ୩ ବର୍ଷ ପାଇଁ ଟିମ୍‌ର ମ୍ୟାନେଜର ଦାୟିତ୍ୱ ତୁଲାଇବେ। ନିଯୁକ୍ତି ନେଇ ଗାର୍ଣ୍ଣର କହିଛନ୍ତି,“ମୁଁ ବହୁତ ଖୁସି ଯେ ମତେ ଏପରି ଏକ ଦାୟିତ୍ୱ ତୁଲାଇବାକୁ ଦିଆଯାଇଛି। ମୋର ଅଭିଜ୍ଞତାକୁ ଖେଳାଳିଙ୍କ ସହ ବାଣ୍ଟି ଦଳକୁ ଆଗକୁ ନେବାକୁ ଚେଷ୍ଟା […]

juel

juel

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 05:59 PM IST

ବାର୍ବାଡସ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ଟିମ୍‌ ମ୍ୟାନେଜର ଭାବେ ପୂର୍ବତନ ଫାଷ୍ଟ ବୋଲର ଜୁଏଲ ଗାର୍ଣ୍ଣରଙ୍କୁ ନିଯୁକ୍ତି ଦେଇଛି ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ।

୬୦ ବର୍ଷୀୟ ଏହି କ୍ରିକେଟର ଜଣକ ଆସନ୍ତା ୩ ବର୍ଷ ପାଇଁ ଟିମ୍‌ର ମ୍ୟାନେଜର ଦାୟିତ୍ୱ ତୁଲାଇବେ।

ନିଯୁକ୍ତି ନେଇ ଗାର୍ଣ୍ଣର କହିଛନ୍ତି,“ମୁଁ ବହୁତ ଖୁସି ଯେ ମତେ ଏପରି ଏକ ଦାୟିତ୍ୱ ତୁଲାଇବାକୁ ଦିଆଯାଇଛି। ମୋର ଅଭିଜ୍ଞତାକୁ ଖେଳାଳିଙ୍କ ସହ ବାଣ୍ଟି ଦଳକୁ ଆଗକୁ ନେବାକୁ ଚେଷ୍ଟା କରିବି। ମୁଁ ସବୁବେଳେ ୱେଷ୍ଟଇଣ୍ଡିଜ ଦଳକୁ ଭଲ ପାଉଥିଲି। ଏହି ନିଯୁକ୍ତି ପରେ ଏହା ତିନିଗୁଣା ବଢିଯିବ।”

ୱେଷ୍ଟଇଣ୍ଡିଜ୍‌ର ଏହି ପୂର୍ବତନ ବୋଲର ଜଣକ ୧୯୭୯ ବିଶ୍ୱକପର  ସଦସ୍ୟ ଥିଲେ। ଏହି ବିଶ୍ୱକପ୍‌ ଜିତିବା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ଏହାସହ ସେ ୨୦୦୯ରୁ ୧୦୧୦ ମଧ୍ୟରେ ଦଳର ଅନ୍ତରୀଣ ମ୍ୟାନେଜର ମଧ୍ୟ ରହିଥିଲେ। ସେ ଡବ୍ଲ୍ୟୁଆଇବିସିର ନିର୍ଦ୍ଦେଶକ ରହିଥିବା ବେଳେ ବାର୍ବାଡସ କ୍ରିକେଟ ଆସୋସିଏସନର ସଭାପତି ଓ ୱେଷ୍ଟଇଣ୍ଡିଜ୍‌ ‘କ’ ଦଳର ମ୍ୟାନଜର ଦାୟିତ୍ୱ ତୁଲାଇଛନ୍ତି।

ଜୁଲାଇ ୨୧ରୁ ଭାରତ ବିପକ୍ଷ ୪ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ସାର ଭିଭିଆନ୍‌ ରିଚାର୍ଡସ ଷ୍ଟାଡିୟମରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos