ଅବସର ନେଲେ ଅନୁପ କୁମାର

ନୂଆଦିଲ୍ଲୀ: ଦେଶର ଜଣାଶୁଣା ତଥା ଅନ୍ୟତମ ସଫଳ କବାଡ଼ି ଖେଳାଳି ଅନୁପ କୁମାର ଅବସର ଘୋଷଣା କରିଛନ୍ତି। ଗତକାଲି ପ୍ରୋ-କବାଡ଼ି ଲିଗ୍‌ରେ ଜୟପୁର ପିଙ୍କ୍ ପାନ୍ଥର୍ସ ଓ ଗୁଜରାଟ ଫର୍ଚ୍ୟୁନ୍ଜିଆଣ୍ଟ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ସେ ତାଙ୍କ ଅବସର ଘୋଷଣା କରିଥିଲେ। ଏହା ସହିତ ୧୫ ବର୍ଷର ଏକ ସଫଳ କବାଡ଼ି କ୍ୟାରିଅରରେ ପୂର୍ଣ୍ଣଛେଦ ପଡ଼ିଛି। ହରିଆଣାରେ ଜନ୍ମିତ ୩୫ ବର୍ଷୀୟ ଅନୁପ ୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ସାଉଥ୍ ଏସିଆନ୍ ଗେମ୍ସରୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅର […]

anup

anup

Jitendra Garnayak
  • Published: Thursday, 20 December 2018
  • Updated: 20 December 2018, 01:01 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜଣାଶୁଣା ତଥା ଅନ୍ୟତମ ସଫଳ କବାଡ଼ି ଖେଳାଳି ଅନୁପ କୁମାର ଅବସର ଘୋଷଣା କରିଛନ୍ତି। ଗତକାଲି ପ୍ରୋ-କବାଡ଼ି ଲିଗ୍‌ରେ ଜୟପୁର ପିଙ୍କ୍ ପାନ୍ଥର୍ସ ଓ ଗୁଜରାଟ ଫର୍ଚ୍ୟୁନ୍ଜିଆଣ୍ଟ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ସେ ତାଙ୍କ ଅବସର ଘୋଷଣା କରିଥିଲେ। ଏହା ସହିତ ୧୫ ବର୍ଷର ଏକ ସଫଳ କବାଡ଼ି କ୍ୟାରିଅରରେ ପୂର୍ଣ୍ଣଛେଦ ପଡ଼ିଛି।

ହରିଆଣାରେ ଜନ୍ମିତ ୩୫ ବର୍ଷୀୟ ଅନୁପ ୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ସାଉଥ୍ ଏସିଆନ୍ ଗେମ୍ସରୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲେ।
୨୦୧୦ ଓ ୨୦୧୪ରେ ଏସିଆନ୍ ଗେମ୍ସରେ ଭାରତୀୟ ଜାତୀୟ କବାଡ଼ି ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଅନୁପ ଏହି ଟିମ୍‌ରେ ଥିଲେ। ୨୦୧୪ରେ ତାଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ତାଙ୍କରି ନେତୃତ୍ୱରେ ଦଳ ୨୦୧୪ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହା ପରେ ୨୦୧୬ରେ ଦଳ ତାଙ୍କ ନେତୃତ୍ୱରେ କବାଡ଼ି ବିଶ୍ୱକପ୍ ଜିତିଥିଲା।

୨୦୧୨ ମସିହାରେ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ପ୍ରୋ-କବାଡ଼ି ଲିଗ୍‌ରେ ବି ସେ ବେଶ୍‌ ସଫଳତା ପାଇଥିଲେ। ସେ ୫ ବର୍ଷ ଧରି ‘ୟୁ ମୁମ୍ବାଇ’ ଟିମ୍‌ରେ ଖେଳିବା ପରେ ଜୟପୁର ପିଙ୍କ୍ ପାନ୍ଥର୍ସକୁ ଆସିଥିଲେ।

ପ୍ରୋ-କବାଡ଼ି ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁପଙ୍କ ନେତୃତ୍ୱରେ ‘ୟୁ ମୁମ୍ବାଇ’ ଚାମ୍ପିଅନ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos