ବିଶ୍ୱକପ ହକି ଚାମ୍ପିୟନସିପ୍‌ ପାଇଁ ବଦଳିବ କଳିଙ୍ଗ ଷ୍ଟାଡିୟମର ରୂପରେଖ:ଆଷ୍ଟ୍ରୋ ଟର୍ଫର ରଙ୍ଗ ହେବ ବେବି ବ୍ଲୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ ହକି ଚାମ୍ପିୟନସିପ-୨୦୧୮ ପାଇଁ ବଦଳିବ କଳିଙ୍ଗ ଷ୍ଟାଡିୟମର ଆଷ୍ଟ୍ରୋ ଟର୍ଫର ରଙ୍ଗ। ନୀଳ ରଙ୍ଗ ବଦଳରେ ଏହାର ରଙ୍ଗ ରହିବ ବେବି ବ୍ଲୁ । ୨୦୧୮ରେ ଅଷ୍ଟ୍ରେଲିଆ ଗୋଲଡକୋଷ୍ଟ ଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଡିଡାଇନରେ କଳିଙ୍ଗ ଷ୍ଟାଡିୟମ ଟର୍ଫର ରଙ୍ଗ ବଦଳିବ। ୨ଟି ଗ୍ରାଉଣ୍ଡର ଏହି ରଙ୍ଗ ବଦଳିବ, ଯେଉଁଠି  ବିଶ୍ୱକପ ମ୍ୟାଚ୍ ଖେଳାଯିବ।  ଭୁବନେଶ୍ୱରରେ FIHର ସଭାପତି ନରେନ୍ଦ୍ର ବାତ୍ତ୍ରା, ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 07:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ ହକି ଚାମ୍ପିୟନସିପ-୨୦୧୮ ପାଇଁ ବଦଳିବ କଳିଙ୍ଗ ଷ୍ଟାଡିୟମର ଆଷ୍ଟ୍ରୋ ଟର୍ଫର ରଙ୍ଗ। ନୀଳ ରଙ୍ଗ ବଦଳରେ ଏହାର ରଙ୍ଗ ରହିବ ବେବି ବ୍ଲୁ । ୨୦୧୮ରେ ଅଷ୍ଟ୍ରେଲିଆ ଗୋଲଡକୋଷ୍ଟ ଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଡିଡାଇନରେ କଳିଙ୍ଗ ଷ୍ଟାଡିୟମ ଟର୍ଫର ରଙ୍ଗ ବଦଳିବ। ୨ଟି ଗ୍ରାଉଣ୍ଡର ଏହି ରଙ୍ଗ ବଦଳିବ, ଯେଉଁଠି  ବିଶ୍ୱକପ ମ୍ୟାଚ୍ ଖେଳାଯିବ।  ଭୁବନେଶ୍ୱରରେ FIHର ସଭାପତି ନରେନ୍ଦ୍ର ବାତ୍ତ୍ରା, ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନ ପହଞ୍ଚି ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହ ଆଲୋଚନା କରି ଏନେଇ ସୂଚନା ଦେଇଛନ୍ତି।

ବିଶ୍ୱକପ ପାଇଁ ଷ୍ଟାଡ଼ିୟମର ଡିଜାଇନ କିପରି ହେବ ଏବଂ ଦର୍ଶକ କ୍ଷମତା ଆଦି ନେଇ ମଧ୍ୟ ଆଲୋଚନା ହୋଇଛି। ଏହାରି ମଧ୍ୟରେ ଇଡକୋ ପକ୍ଷରୁ କଳିଙ୍ଗ ଷ୍ଟାଡ଼ିୟମ ଗ୍ୟାଲେରୀ କାମ ଆରମ୍ଭ ହୋଇଗଲାଣି। ପ୍ରାୟ ୨୦ ହଜାର କ୍ଷମତା ବିଶିଷ୍ଟ ଦର୍ଶକ ଗ୍ୟାଲେରୀ କରାଯିବ।  ବିଶ୍ୱକପ ହକି ଚାମ୍ପିୟନସିପ ପାଇଁ ଆବଶ୍ୟକ ଭିତ୍ତିଭୂମୀର ବିକାଶ ଲାଗି ବିଭାଗ ପ୍ରାୟ ୧୫କୋଟି ଟଙ୍କା ବ୍ୟୟବରାଦ କରିଛି।

Related story