କେନ୍ ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ କ୍ରିକେଟ୍‌ ଟିମ୍‌ର ନୂଆ ଅଧିନାୟକ

ୱିଲିଙ୍ଗଟନ୍‌: କେନ୍ ୱିଲିୟମସନ୍‌ଙ୍କୁ ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ଗତ ଫେବୃଆରୀ ମାସରେ ବ୍ରେଣ୍ଡନ୍ ମକ୍କୁଲମ୍ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା। ଚଳିତ ବର୍ଷ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ କେନ୍ ନ୍ୟୁଜିଲାଣ୍ଡ୍‌ ଦଳର ନେତୃତ୍ୱ ନେଇଥିଲେ। ସେ ଏବେ ନ୍ୟୁଜିଲାଣ୍ଡର ଦିନିକିଆ ଦଳର ମଧ୍ୟ ଅଧିନାୟକ ଅଛନ୍ତି। ସୀମିତ ଓଭରରେ ସେ ଏଯାବତ ୩୬ଟି […]

kane

kane

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 12:26 PM IST

Sports

Latest News

kaneୱିଲିଙ୍ଗଟନ୍‌: କେନ୍ ୱିଲିୟମସନ୍‌ଙ୍କୁ ନ୍ୟୁଜିଲାଣ୍ଡ୍ ଟେଷ୍ଟ୍ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ଗତ ଫେବୃଆରୀ ମାସରେ ବ୍ରେଣ୍ଡନ୍ ମକ୍କୁଲମ୍ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା।

ଚଳିତ ବର୍ଷ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ କେନ୍ ନ୍ୟୁଜିଲାଣ୍ଡ୍‌ ଦଳର ନେତୃତ୍ୱ ନେଇଥିଲେ। ସେ ଏବେ ନ୍ୟୁଜିଲାଣ୍ଡର ଦିନିକିଆ ଦଳର ମଧ୍ୟ ଅଧିନାୟକ ଅଛନ୍ତି। ସୀମିତ ଓଭରରେ ସେ ଏଯାବତ ୩୬ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ବେଳେ ୨୦ଟିରେ ତାଙ୍କ ଟିମ୍ ବିଜୟୀ ହୋଇଛି।

ନ୍ୟୁଜିଲାଣ୍ଡ୍ କ୍ରିକେଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାଭିଡ୍ ହ୍ୱାଇଟ୍ କହିଛନ୍ତି,“ଟିମ୍‌ରେ କେନ୍‌ଙ୍କ ନେତୃତ୍ୱ ନେବାର ଗୁଣ ରହିଛି। ଜଣେ ଦକ୍ଷ ଅଧିନାୟକ ଭାବେ ସେ ନିଜକୁ ପ୍ରମାଣିତ କରି ସାରିଛନ୍ତି।”

କେନ୍ ୪୮ଟି ଟେଷ୍ଟ୍ ଖେଳିଛନ୍ତି। ଏଥିରୁ ସେ ୪୯.୨୩ ହାରରେ ୪୦୩୭ ରନ୍ ସଂଗ୍ରହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos