ହଂକଂ ଓପନ୍: ସେମିରେ ଶ୍ରୀକାନ୍ତ

ହଂକଂ: ଭାରତୀୟ ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ଚଳିତ ହଂକଂ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ଶ୍ରୀକାନ୍ତ ଅଲିମ୍ପିକ୍ ଚାମ୍ପିୟନ୍ ଚେନ୍ ଲଙ୍ଗଙ୍କୁ ଭେଟିଥିଲେ। କିନ୍ତୁ ଚାଇନା ଖେଳାଳି ଚେନ୍ ଲଙ୍ଗ ଆହତ ଯୋଗୁ ଏହି ମ୍ୟାଚରୁ ଓହରିଯାଇଥିଲେ। ଯାହା ଫଳରେ ଶ୍ରୀକାନ୍ତଙ୍କୁ ବିଜେତା ଘୋଷିତ କରାଯାଇଥିଲା। ତେବେ ଶ୍ରୀକାନ୍ତ ମ୍ୟାଚର ପ୍ରଥମ ଗେମକୁ ୨୧-୧୩ରେ ଜିତି ନେଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସ ପରେ ଶ୍ରୀକାନ୍ତ ପ୍ରଥମଥର ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ […]

srikant

srikant

Ranjit Kumar Jena
  • Published: Friday, 15 November 2019
  • Updated: 15 November 2019, 09:54 PM IST

ହଂକଂ: ଭାରତୀୟ ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ଚଳିତ ହଂକଂ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ଶ୍ରୀକାନ୍ତ ଅଲିମ୍ପିକ୍ ଚାମ୍ପିୟନ୍ ଚେନ୍ ଲଙ୍ଗଙ୍କୁ ଭେଟିଥିଲେ। କିନ୍ତୁ ଚାଇନା ଖେଳାଳି ଚେନ୍ ଲଙ୍ଗ ଆହତ ଯୋଗୁ ଏହି ମ୍ୟାଚରୁ ଓହରିଯାଇଥିଲେ। ଯାହା ଫଳରେ ଶ୍ରୀକାନ୍ତଙ୍କୁ ବିଜେତା ଘୋଷିତ କରାଯାଇଥିଲା। ତେବେ ଶ୍ରୀକାନ୍ତ ମ୍ୟାଚର ପ୍ରଥମ ଗେମକୁ ୨୧-୧୩ରେ ଜିତି ନେଇଥିଲେ।

ଚଳିତ ବର୍ଷ ମାର୍ଚ୍ଚ ମାସ ପରେ ଶ୍ରୀକାନ୍ତ ପ୍ରଥମଥର ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଇଭେଣ୍ଟର ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ଇଣ୍ଡିଆ ଓପନ୍ ସୁପର୍-୫୦୦ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲ୍ ମୁକାବିଲା ଜିତିଥିଲେ। ଏହି ଇଭେଣ୍ଟରେ ସେ ଫାଇନାଲରେ ହାରି ରନର୍ସଅପ୍ ହୋଇଥିଲେ। ଚେନ୍ ଲଙ୍ଗଙ୍କ ବିରୋଧରେ ଶ୍ରୀକାନ୍ତଙ୍କର ଏହା ଓଭରଅଲ୍ ଦ୍ୱିତୀୟ। ତେବେ ଶ୍ରୀକାନ୍ତଙ୍କ ବିରୋଧରେ ଲଙ୍ଗଙ୍କ ବିଜୟ ରେକର୍ଡ ୬-୨ ରହିଚି।

ଚଳିତ ବର୍ଷ ଏପ୍ରିଲରେ ଦୁହେଁ ମ୍ୟାଲେସିୟା ଓପନରେ ପରସ୍ପରକୁ ଭେଟିଥିଲେ, ଯେଉଁଥିରେ ଶ୍ରୀକାନ୍ତ ସିଧାସଳଖ ଗେମରେ ପରାସ୍ତ ହୋଇଥିଲେ। ଚେନଙ୍କ ବିରୋଧରେ ଶ୍ରୀକାନ୍ତ ଏକମାତ୍ର ବିଜୟ ୨୦୧୭ରେ ଅଷ୍ଟ୍ରେଲିଆନ୍ ଓପନରେ ହାସଲ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଶ୍ରୀକାନ୍ତ ବିଜୟୀ ହୋଇ ଚାମ୍ପିୟନ୍ ହୋଇଥିଲେ। ସେମିରେ ଶ୍ରୀକାନ୍ତଙ୍କ ସାମ୍ନା ଘରୋଇ ଫେଭରିଟ୍ ଲି ଚିଉକଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos