ଆଇପିଏଲ୍ର କ୍ରେଜ୍ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ସମସ୍ତ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବାରେ ଲାଗିଛି। ଏହି ଫଟାଫଟ୍ ପ୍ରତିଯୋଗିତାରେ ଛକା ଚୌକାର ବର୍ଷା ଦେଖିବାକୁ ମିଳୁଛି, ଯାହା ଦର୍ଶକଙ୍କୁ ମନରଞ୍ଜନର ଖୋରାକ ଯୋଗାଉଛି।
ଏହାରି ଭିତରେ ଆଇପିଏଲର ୪୦ତମ ମ୍ୟାଚ୍ ଖେଳ ଶେଷ ହୋଇସାରିଛି। ଚଳିତ ଆଇପିଏଲ୍ର ୪୧ ତମ ମ୍ୟାଚ୍ ଆଜି ଇଡେନ ଗାର୍ଡେନ ଠାରେ ଖେଳାଯିବ। ଯେଉଁ ମ୍ୟାଚ୍ରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କେକେଆର୍। ଉଭୟଙ୍କ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ମୁମ୍ବାଇ ପାଇଁ କର ବା ମର ସ୍ଥିତ ସୃଷ୍ଟି କରିଛି। ଏହି ମ୍ୟାଚ୍ରେ ମୁମ୍ବାଇ ହାରିଲେ ପ୍ଲେ-ଅଫ୍ ସ୍ୱପ୍ନ ଅଧାରେ ରହିଯିବ। ବାକି ଥିବା ପ୍ରତିଟି ମ୍ୟାଚ୍ ମୁମ୍ବାଇ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି। ତେଣୁ ଆଜିର ମ୍ୟାଚ୍ ଜିତି ପ୍ଲେ-ଅଫ୍ ଆଶା ଉଜ୍ଜୀବିତ କରିବାକୁ ମୁମ୍ବାଇ ଚେଷ୍ଟା କରିବ। ମୁମ୍ବାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ରୁ ୪ଟି ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଛି। ଅନ୍ୟପଟେ କେକେଆର୍ ମଧ୍ୟ ନିଜ ଘରୋଇ ମାଟିରେ ମୁମ୍ବାଇକୁ ପରାସ୍ତ କରି ପ୍ଲେ-ଅଫ୍ ନିକଟତର ହେବାକୁ ଚେଷ୍ଟାକରିବ। କେକେଆର୍ ୧୦ଟି ମ୍ୟାଚ୍ରୁ ୫ଟିରେ ବିଜୟ ଓ ୫ଟିରେ ପରାଜୟ ସହ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।