ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ କୁଲଦୀପ

ରାଜକୋଟ୍‌: ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କୁଲଦୀପ ଏହି ରେକର୍ଡ ହାସଲ କରିଛନ୍ତି। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ସୌଭାଗ୍ୟ ଅର୍ଜନ କରିଥିବା କୁଲଦୀପ ବର୍ତ୍ତମାନ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ […]

india2

india2

Ranjit Kumar Jena
  • Published: Friday, 17 January 2020
  • Updated: 17 January 2020, 10:02 PM IST

Sports

Latest News

ରାଜକୋଟ୍‌: ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କୁଲଦୀପ ଏହି ରେକର୍ଡ ହାସଲ କରିଛନ୍ତି।

ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ସୌଭାଗ୍ୟ ଅର୍ଜନ କରିଥିବା କୁଲଦୀପ ବର୍ତ୍ତମାନ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। କୁଲଦୀପ ଅଷ୍ଟ୍ରେଲିଆ ଇନିଂସର ୩୮ତମ ଓଭରରେ ଆଲେକ୍ସ କ୍ୟାରୀଙ୍କ ୱିକେଟ୍ ନେଇ କ୍ୟାରିୟରର ଶତକ ୱିକେଟ୍ ପୂରଣ କରିଛନ୍ତି।

ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ୫୬ ମ୍ୟାଚରେ ଏହି କାରନାମା କରିଥିବା ବେଳେ ଯଶପ୍ରୀତ ବୁମ୍ରା ୧୦୦ ୱିକେଟ୍ ନେବା ପାଇଁ ୫୭ ମ୍ୟାଚର ସହାୟତା ନେଇଥିଲେ। ଓଭରଅଲ୍ ଦେଖିବାକୁ ଗଲେ ଆଫଗାନିସ୍ତାନ ସ୍ପିନର୍ ରଶିଦ୍ ଖାଦ୍ ଦ୍ରୁତ ୧୦୦ ୱିକେଟ୍ ଅକ୍ତିଆର କରିଛନ୍ତି। ସେ ମାତ୍ର ୪୪ ମ୍ୟାଚରେ ଏହି କୀର୍ତ୍ତିମାନ କରିଛନ୍ତି। ତେବେ କୁଲଦୀପ ୫୮ ଦିନିକିଆରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos