ନିର୍ଣ୍ଣାୟକ ସ୍ଥିତିରେ ତୃତୀୟ ଟେଷ୍ଟ: କାଲି ହାର୍‌ ଜିତ୍‌ ଫଇସଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ସ୍ଥିତିରେ ଜୋହାନ୍ସବର୍ଗ ଟେଷ୍ଟ। ଦକ୍ଷିଣ ଆଫ୍ରାକା ଓ ଭାରତ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଶେଷ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ। ୫ଦିନିଆ ଟେଷ୍ଟ ମ୍ୟାଚ୍‌ ୪ଦିନରେ ହିଁ ଶେଷ ହେବ, ଏଭଳି ସ୍ଥିତି ଦେଖାଦେଇଛି। ଜୋହାନ୍ସବର୍ଗ ପିଚ୍‌ରେ ବୋଲରଙ୍କ କମାଲ ଦେଖିବାକୁ ମିଳିଛି। ସେ ଭାରତୀୟ ବୋଲର ହୁଅନ୍ତୁ କିମ୍ବା ଆଫ୍ରିକୀୟ ବୋଲର୍‌। ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ଆରମ୍ଭରୁ ଅଡ଼ୁଆରେ ପକାଇଛି। ଭାରତ ବ୍ୟାଟିଂ କରି ପ୍ରଥମେ ଇଂନିସରେ ୧୮୭ ରନରେ […]

4ea81-1502877285-800

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 10:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ସ୍ଥିତିରେ ଜୋହାନ୍ସବର୍ଗ ଟେଷ୍ଟ। ଦକ୍ଷିଣ ଆଫ୍ରାକା ଓ ଭାରତ ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଶେଷ ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ। ୫ଦିନିଆ ଟେଷ୍ଟ ମ୍ୟାଚ୍‌ ୪ଦିନରେ ହିଁ ଶେଷ ହେବ, ଏଭଳି ସ୍ଥିତି ଦେଖାଦେଇଛି। ଜୋହାନ୍ସବର୍ଗ ପିଚ୍‌ରେ ବୋଲରଙ୍କ କମାଲ ଦେଖିବାକୁ ମିଳିଛି। ସେ ଭାରତୀୟ ବୋଲର ହୁଅନ୍ତୁ କିମ୍ବା ଆଫ୍ରିକୀୟ ବୋଲର୍‌। ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ଆରମ୍ଭରୁ ଅଡ଼ୁଆରେ ପକାଇଛି।

ଭାରତ ବ୍ୟାଟିଂ କରି ପ୍ରଥମେ ଇଂନିସରେ ୧୮୭ ରନରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଅଧିନାୟକ ବିରାଟ, ପୂଜାର ଓ ଭୁବନେଶ୍ୱର କୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ୧୯୪ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ଆକର୍ଷଣୀୟ ବୋଲିଂ କରି ବୁମ୍‌ରା ଦକ୍ଷିଣ ଆଫ୍ରିକାଙ୍କୁ ୨୦୦ ରନ୍‌ ଭିତରେ ଅଟକାଇଥିଲେ।

ପ୍ରଥମ ଇଂନିସରେ ଭାରତ ଠାରୁ ମାତ୍ର ୬ ରନ ଅଧିକ କରିଥିଲା ବପକ୍ଷ ଟିମ୍‌। ଏହାପରେ ଭାରତ ମ୍ୟାଚ୍‌କୁ ନିଜ ସପ‍କ୍ଷରେ କରିବାକୁ ଆଶା ପ୍ରକଟ କରିଥିଲା। ଦ୍ୱିତୀୟ ଇଂନିସରେ ଅଧିନାୟକ କୋହଲିଙ୍କ ମୂଲ୍ୟବାନ ୪୧ ରନ୍‌ ଓ ରାହାଣେଙ୍କ ୪୮ ରନ୍ ବଳରେ ଭାରତ ୨୪୭ରନ୍‌ କରି ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୪୧ରନର ଟାର୍ଗେଟ୍‌ ଛିଡ଼ା କରିଥିଲା। ୨୪୧ରନର ଟାର୍ଗେଟ୍‌ ସହଜ ମନେ ହେଉଥିଲେ ମଧ୍ୟ ଜୋହାନ୍ସବର୍ଗ ପିଚ୍‌ରେ ହାସଲ କରିବା ମୁସ୍କିଲ୍‌ ମନେହେଉଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧ ୱିକେଟ୍‌ ହରାଇ ୧୭ରନ କରିଛି। ଆଉ ଦୁଇ ଦିନ ଖେଳ ବାକିଥିବା ବେଳେ  ଜିତିବା ପାଇଁ ମାତ୍ର ୨୨୪ ରନ୍‌ ବାକି ରହିଛି ଏବଂ ହାତରେ ରହିଛି ୯ୱିକେଟ୍‌।

Related story