ଗ୍ୟାସ ସିଲିଣ୍ଡର ଫାଟି ଗୁରୁତର ଆହତ ହେଲେ ଏହି ବାଂଲାଦେଶୀ କ୍ରିକେଟରଙ୍କ ପତ୍ନୀ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କ ପତ୍ନୀ ଦେବଶ୍ରୀ ବିଶ୍ୱାସ ସଞ୍ଚିତା ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି, ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, ସଞ୍ଚିତା ଘରେ ଚା’ କରୁଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ସିଲିଣ୍ଡରରେ ଏକ କଣା ଥିବାରୁ ଏହି ବିସ୍ପୋରଣ ହୋଇଥିବା କୁହାଯାଉଛି। ଯେତେବେଳେ ଏହି ସିଲିଣ୍ଡର୍ ଫାଟିଲା, ସେହି ସମୟରେ ସଞ୍ଚିତା ନିଜ ମୁହଁକୁ ତ ଘୋଡ଼ାଇ ଦେଲେ, କିନ୍ତୁ […]

liton

liton

Ranjit Kumar Jena
  • Published: Monday, 30 March 2020
  • Updated: 30 March 2020, 08:55 PM IST

Sports

Latest News

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କ ପତ୍ନୀ ଦେବଶ୍ରୀ ବିଶ୍ୱାସ ସଞ୍ଚିତା ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି, ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, ସଞ୍ଚିତା ଘରେ ଚା' କରୁଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ସିଲିଣ୍ଡରରେ ଏକ କଣା ଥିବାରୁ ଏହି ବିସ୍ପୋରଣ ହୋଇଥିବା କୁହାଯାଉଛି। ଯେତେବେଳେ ଏହି ସିଲିଣ୍ଡର୍ ଫାଟିଲା, ସେହି ସମୟରେ ସଞ୍ଚିତା ନିଜ ମୁହଁକୁ ତ ଘୋଡ଼ାଇ ଦେଲେ, କିନ୍ତୁ ତାଙ୍କ ହାତ ଜଳି ଯାଇଥିଲା। ଏପରିକି ତାଙ୍କ ଚୁଟିରେ ମଧ୍ୟ ସାମାନ୍ୟ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ କାରଣରୁ ରୋଷେଇ ଘରେ ଥିବା ଏକ କ୍ୟାବିନେଟର ଅଂଶ ସଞ୍ଚିତାଙ୍କ ଉପରେ ପଡ଼ିଥିଲା, ଯେଉଁ କାରଣରୁ ତାଙ୍କ ଶରୀରରେ ମଧ୍ୟ ଆଘାତ ଲାଗିଛି।

ଏହି ଘଟଣା ମାର୍ଚ୍ଚ ୨୭ ତାରିଖରେ ଘଟିଥିଲା ଏବଂ ବର୍ତ୍ତମାନ ଲିଟନଙ୍କ ପତ୍ନୀ ଠିକ୍ ଥିବା ସୂଚନା ମିଳିଛି। ତେବେ ୨୯ ତାରିଖରେ ଏହି ଘଟଣା ସମ୍ବନ୍ଧରେ ସଞ୍ଚିତା ମୁହଁ ଖୋଲିଥିଲେ। ଏ ନେଇ ସଞ୍ଚିତା କହିଛନ୍ତି, ବର୍ତ୍ତମାନ ମୁଁ କେଉଁ ସ୍ଥିତି ଦେଇ ଗତି କରୁଛି, ତାହା ବର୍ଣ୍ଣନା କରିପାରିବି ନାହିଁ। ସେସବୁ ଘଟଣା ମୋ ପାଇଁ ଏ ଦୁଃସ୍ୱପ୍ନ ସଦୃଶ ଥିଲା । ମୁଁ ମୃତ୍ୟୁକୁ ଅତି ନିକଟରୁ ଦେଖିବାକୁ ପାଇଲି। ଯଦି ମୁଁ ମୋ ମୁହଁକୁ ନିଜ ହାତରେ ଘୋଡ଼ାଇ ନଥାନ୍ତି, ତାହେଲେ ହୁଏତ ମୋ ପୂରା ଶରୀର ଜଳି ଯାଇଥାନ୍ତା। ଏହି ଦୁର୍ଘଟଣା ପରେ ମୁଁ ନିଜର ଚୁଟିକୁ ମଧ୍ୟ କାଟି ଛୋଟ କରିଦେଇଛି। ଯଦି ନିଆଁ ମୋ ମୁହଁରେ ଲାଗିଥାନ୍ତା, ତାହେଲେ କ'ଣ ହୋଇଥାନ୍ତା ତାହା ଜାଣିନାହିଁ। ମୁଁ ଏତିକି କହିବାକୁ ଚାହୁଁଛି ଯେ ସମସ୍ତେ ସତର୍କ ରୁହନ୍ତୁ।

ସୂଚନାଯୋଗ୍ୟ, ଲିଟନ୍ ଦାସ ଓ ସଞ୍ଚିତାଙ୍କ ନିର୍ବନ୍ଧ ଗତବର୍ଷ ବିଶ୍ୱକପ୍ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ମାସରେ ହୋଇଥିଲା। ତେବେ ବିଶ୍ୱକପ୍ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ କାରଣରୁ ଲିଟନ୍ ଶ୍ରୀଲଙ୍କା ଗସ୍ତ କରିନଥିଲେ। ବର୍ତ୍ତମାନ କରୋନା ଭାଇରସ୍ ଭଳି ମହାମାରୀ ଯୋଗୁ ବାଂଲାଦେଶର ସବୁ ଖେଳାଳି ନିଜ ନିଜର ଘରେ ରହିଛନ୍ତି। ଲିଟନ୍ ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ସରକାରଙ୍କୁ ସହଯୋଗ କରିଛନ୍ତି। ସେ ନିଜ ଦରମାର ୫୦ ପ୍ରତିଶତ ଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story