ରିଓ ପାରାଅଲିମ୍ପିକ୍‌: ହାଇଜମ୍ପରେ ମାରିୟାପ୍ପାନଙ୍କୁ ସ୍ୱର୍ଣ୍ଣ

ରିଓ ଡି ଜେନେରିଓ: ରିଓ ପାରାଅଲିମ୍ପିକ୍‌ର ଟି-୪୨ ହାଇଜମ୍ପ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭାରତର ମାରିୟାପ୍ପାନ୍‌ ଥଙ୍ଗଭେଲୁ। ଆଜି ସକାଳୁ ସେ ଏହି ବିଜୟ ହାସଲ କରିଛନ୍ତି। ଏହାସହ ଭାରତର ବରୁଣ ସିଂହ ଭାଟ୍ଟି କାଂସ୍ୟ ପଦକ ଜିତିଛନ୍ତି। ଆମେରିକାର ସାମ୍‌ ଗ୍ରେଭ୍‌ ରୌପ୍ୟ ପଦକ ଜିତିଥିଲେ। ଥଙ୍ଗଭେଲୁ ୧.୮୯ ମିଟର ଜମ୍ପ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାଟ୍ଟି ୧.୮୬ ମିଟର ଜମ୍ପ କରି ତୃତୀୟସ୍ଥାନ ଅଧିକାର କରିଥିଲେ। ଭାରତର ଶରଦ […]

mariyappan-thangavelu-varun-bhati-1009

mariyappan-thangavelu-varun-bhati-1009

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 02:53 PM IST

Sports

Latest News

ରିଓ ଡି ଜେନେରିଓ: ରିଓ ପାରାଅଲିମ୍ପିକ୍‌ର ଟି-୪୨ ହାଇଜମ୍ପ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭାରତର ମାରିୟାପ୍ପାନ୍‌ ଥଙ୍ଗଭେଲୁ। ଆଜି ସକାଳୁ ସେ ଏହି ବିଜୟ ହାସଲ କରିଛନ୍ତି। ଏହାସହ ଭାରତର ବରୁଣ ସିଂହ ଭାଟ୍ଟି କାଂସ୍ୟ ପଦକ ଜିତିଛନ୍ତି। ଆମେରିକାର ସାମ୍‌ ଗ୍ରେଭ୍‌ ରୌପ୍ୟ ପଦକ ଜିତିଥିଲେ।

ଥଙ୍ଗଭେଲୁ ୧.୮୯ ମିଟର ଜମ୍ପ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାଟ୍ଟି ୧.୮୬ ମିଟର ଜମ୍ପ କରି ତୃତୀୟସ୍ଥାନ ଅଧିକାର କରିଥିଲେ।

ଭାରତର ଶରଦ କୁମାର ଷଷ୍ଠ ସ୍ଥାନରେ ରହିଛି ମେଡାଲ ତାଲିକାରୁ ବଞ୍ଚିତ ହୋଇଥିଲେ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତା ଶନିବାର ଥଙ୍ଗଭେଲୁଙ୍କୁ ୨ କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଏହାସହ ଥଙ୍ଗଭେଲୁ ସ୍ୱର୍ଣ୍ଣ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ଶୁଭବାର୍ତ୍ତା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos