ଇତିହାସ ରଚିଲେ ମ୍ୟାରୀ କମ୍‌

ଉଲାନ୍ ଉଦେ (ରୁଷ୍‌): ‘ମ୍ୟାଗ୍ନିଫିଶେଣ୍ଟ୍ ମ୍ୟାରୀ’ ନାମରେ ପରିଚିତ ୩୬ ବର୍ଷୀୟ ଭାରତୀୟ ମହିଳା ବକ୍ସର ଏମସି ମ୍ୟାରୀ କମ୍ (୫୧ କେଜି) ଗୁରୁବାର ଇତିହାସ ରଚିଛନ୍ତି। ସେ ରୁଷରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୧ କେଜି ଓଜନ ବର୍ଗର ସେମିଫାଇନାଲରେ ପ୍ରବେଶ କରି ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ତୃତୀୟ ସିଡ୍ ମ୍ୟାରୀ କମ୍ କ୍ୱାର୍ଟରଫାଇନାଲରେ କଲମ୍ବିଆର ଇନଗ୍ରିଟ୍ ଭାଲେନସିଆଙ୍କୁ ୫-୦ରେ ପରାସ୍ତ କରି ଅତିକମରେ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି । […]

mary

mary

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 04:10 PM IST

Sports

Latest News

ଉଲାନ୍ ଉଦେ (ରୁଷ୍‌): 'ମ୍ୟାଗ୍ନିଫିଶେଣ୍ଟ୍ ମ୍ୟାରୀ' ନାମରେ ପରିଚିତ ୩୬ ବର୍ଷୀୟ ଭାରତୀୟ ମହିଳା ବକ୍ସର ଏମସି ମ୍ୟାରୀ କମ୍ (୫୧ କେଜି) ଗୁରୁବାର ଇତିହାସ ରଚିଛନ୍ତି। ସେ ରୁଷରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୧ କେଜି ଓଜନ ବର୍ଗର ସେମିଫାଇନାଲରେ ପ୍ରବେଶ କରି ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ତୃତୀୟ ସିଡ୍ ମ୍ୟାରୀ କମ୍ କ୍ୱାର୍ଟରଫାଇନାଲରେ କଲମ୍ବିଆର ଇନଗ୍ରିଟ୍ ଭାଲେନସିଆଙ୍କୁ ୫-୦ରେ ପରାସ୍ତ କରି ଅତିକମରେ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି ।

ଏଥିସହ ମ୍ୟାରୀ କମ୍ ପ୍ରଥମ ବକ୍ସର (ଉଭୟ ପୁରୁଷ ଓ ମହିଳା) ଭାବେ ୱାର୍ଲ୍ଡ ଚାମ୍ପିୟନଶିପରେ ୮ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତି କ୍ୟୁବାର କିମ୍ବଦନ୍ତୀ ପୁରୁଷ ବକ୍ସର ଫେଲିକ୍ସ ସେଭନ (୧୯୮୬-୧୯୯୯)ଙ୍କ ରେକର୍ଡ ୭ ପଦକ ସହ ବରାବର କରିଥିଲେ। ମ୍ୟାରୀ କମ୍ ଏପର୍ଯ୍ୟନ୍ତ ବିଶ୍ୱ ଚାମ୍ପିୟନଶିପରେ ୭ (୬ ସ୍ୱର୍ଣ୍ଣ, ୧ ରୌପ୍ୟ) ପଦକ ଜିତି ରେକର୍ଡ କରିଛନ୍ତି । ତେବେ ୫୧ କେଜିରେ ମ୍ୟାରୀ କମଙ୍କର ଏହା ପ୍ରଥମ ପଦକ। ଫାଇନାଲରେ ମ୍ୟାରୀ କମ୍ ନିଜର ଅଭିଜ୍ଞତାର ଭରପୂର ଫାଇଦା ଉଠାଇଥିଲେ। ସେ ଯଥାକ୍ରମେ ୨୯-୨୮, ୩୦-୨୭, ୨୯-୨୮, ୩୦-୨୭, ୨୯-୧୮ରେ ବିଜୟୀ ହୋଇଥିଲେ।

୪୮ କେଜି ଓଜନ ବର୍ଗରେ ୬ଥର ବିଶ୍ୱ ଚାମ୍ପିୟନ୍ ରହିଥିବା ମ୍ୟାରୀ ୫୧ କେଜି ବର୍ଗରେ ପ୍ରଥମଥର ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଉଛନ୍ତି। ଶନିବାର ମ୍ୟାରୀ କମ୍ ସେମିଫାଇନାଲରେ ତୁର୍କୀର ବୁସେନାଜ କାକିରୋଗଲୁଙ୍କୁ ଭେଟିବେ, ଯିଏ ୟୁରୋପିଆନ୍ ଚାମ୍ପିୟନଶିପ୍ ଓ ୟୁରୋପିଆନ୍ ଗେମ୍ସର ଡିଫେଣ୍ଡିଂ ଚାମ୍ପିୟନ୍ ଅଛନ୍ତି। କ୍ୱାର୍ଟରଫାଇନାଲ୍ ଜିତିବା ପରେ ମ୍ୟାରୀ କମ୍ କହିଥିଲେ, "ପଦକ ପକ୍କା କରି ମୁଁ ବହୁତ ଖୁସି। ତେବେ ଫାଇନାଲରେ ପହଞ୍ଚିବା ପରେ ମୁଁ ଆହୁରି ଖୁସି ହେବି। ଏହା ମୋ ପାଇଁ ଭଲ ମୁକାବିଲା ଥିଲା ଏବଂ ଏବେ ସେମିଫାଇନାଲରେ ଏହି ପ୍ରଦର୍ଶନରେ ସୁଧାର ଆଣିବାକୁ ପ୍ରୟାସ କରିବି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos