ବକ୍ସିଂ ମହାମୁକାବିଲା ଜିତିଲେ ମେୱେଦର; ପାଇଲେ ୧୧୪୨ କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ବକ୍ସିଂ ଇତିହାସରେ ସବୁଠୁ ବଡ଼ ମୁକାବିଲାକୁ ରବିବାର ଜିତି ନେଇଛନ୍ତି ଆମେରିକାର ଫ୍ଲୋଏଡ୍ ମେୱେଦର ଜୁନିଅର। ଆମେରିକାର ଲାସ ଭେଗାସର ଏମଜିଏମ୍ ଗ୍ରାଣ୍ଡ ମରିନାରେ ହୋଇଥିବା ଏହି ମ୍ୟାଚରେ ସେ ଫିଲିଫାଇନ୍ସର ମାନି ପ୍ୟାକିଓଙ୍କୁ ହରାଇ ଦେଇଥିଲେ। ୧୨ ରାଉଣ୍ଡର କଡ଼ା ମୁକାବିଲା ପରେ ମେୱେଦର ଏହି ମ୍ୟାଚ ଜିତି ୱେଲଟରୱେଟ୍ ବିଶ୍ୱ ଚାମ୍ପିଅନସିପ୍ ଜିତି ଥିଲେ। ଏହି ଚାମ୍ପିଅନସିପ୍ ଜିତିବା ପରେ ମେୱେଦରଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା ୧୧୪୨ କୋଟି ଟଙ୍କା। ଆଉ […]

mayweather

mayweather

Rakesh Mallick
  • Published: Sunday, 03 May 2015
  • Updated: 03 May 2015, 08:51 AM IST

Sports

Latest News

ନୂଆଦିଲ୍ଲୀ: ବକ୍ସିଂ ଇତିହାସରେ ସବୁଠୁ ବଡ଼ ମୁକାବିଲାକୁ ରବିବାର ଜିତି ନେଇଛନ୍ତି ଆମେରିକାର ଫ୍ଲୋଏଡ୍ ମେୱେଦର ଜୁନିଅର। ଆମେରିକାର ଲାସ ଭେଗାସର ଏମଜିଏମ୍ ଗ୍ରାଣ୍ଡ ମରିନାରେ ହୋଇଥିବା ଏହି ମ୍ୟାଚରେ ସେ ଫିଲିଫାଇନ୍ସର ମାନି ପ୍ୟାକିଓଙ୍କୁ ହରାଇ ଦେଇଥିଲେ। ୧୨ ରାଉଣ୍ଡର କଡ଼ା ମୁକାବିଲା ପରେ ମେୱେଦର ଏହି ମ୍ୟାଚ ଜିତି ୱେଲଟରୱେଟ୍ ବିଶ୍ୱ ଚାମ୍ପିଅନସିପ୍ ଜିତି ଥିଲେ।

ଏହି ଚାମ୍ପିଅନସିପ୍ ଜିତିବା ପରେ ମେୱେଦରଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା ୧୧୪୨ କୋଟି ଟଙ୍କା। ଆଉ ବିଶ୍ୱ ବକ୍ସିଂ ଇତିହାସରେ ଏହା ହେଉଛି ଇତିହାସ। ଏହା ସହିତ ତାଙ୍କୁ ଡବ୍ଲୁ୍ୟବିସି (ୱାର୍ଲଡ ବକ୍ସିଂ କାଉନସିଲ) ପକ୍ଷରୁ ତାଙ୍କୁ ଏକ ବେଲ୍ଟ ଦିଆଯାଇଛି। ଏହି ବେଲ୍ଟର ମୂଲ୍ୟ ୬ କୋଟି ଟଙ୍କା। ସେହିଭଳି ଅଳ୍ପ ବ୍ୟବଧାନରେ ହାରି ଯାଇଥିବା ମାନି ପ୍ୟାକିଓଙ୍କୁ ଦିଆଯାଇଥିଲା ୭୬୧ କୋଟି ଟଙ୍କା। ପୁଣି ଏହି ମୁକାବିଲା ବେଳେ ସେ ପିନ୍ଧିଥିବା ସର୍ଟସରେ ଲାଗିଥିଲା ୬ରୁ ଅଧିକ କଂପାନୀର ଲୋଗୋ । କେବଳ ଏହି ଲୋଗୋଗୁଡ଼ିକରୁ ସେ ପାଇଛନ୍ତି ୧୫.୮୩ କୋଟି ଟଙ୍କା।

ବକ୍ସିଂ ଇତିହାସରେ ଏହା ଥିଲା ସବୁଠାରୁ ଦାମୀ ବା ଅଧିକ ପୁରସ୍କାର ବିଶିଷ୍ଟ ମୁକାବିଲା।

ମେୱେଦର ହେଉଛନ୍ତି ଦୁନିଆର ସବୁଠୁ ଅଧିକ ଅର୍ଥ ଉପାର୍ଜନ କରୁଥିବା ବକ୍ସର। ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ପାଖାପାଖି ୨୭ ଆରବ ଟଙ୍କା। ଆଉ ତାଙ୍କ ସହିତ ଲଢ଼ି ଆଜି ହାରିଥିବା ପ୍ୟାକିୱଙ୍କ ସଂପତ୍ତିର ମୂଲ୍ୟ ପାଖାପାଖି ୨୨ ଆରବ ଟଙ୍କା।
ଭାରତୀୟ ସମୟ ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ଖେଳାଯାଇଥିଲା ଏହି ମୁକାବିଲା। ୩୬ ମିନିଟ ଧରି ଚାଲିଥିଲା ଏହି ମୁକାବିଲା। ଖୁବ୍ ରୋମାଞ୍ଚକର ରହିଥିଲା ମେୱେଦର ଓ ପ୍ୟାକିଓଙ୍କ ମଧ୍ୟରେ ଲଢ଼େଇ। ୱେଲଟରୱେଟ (୬୭ କିଲୋ) ବର୍ଗରେ ବିଶ୍ୱ ଚାମ୍ପିଅନସିପ୍ ଆଖ୍ୟା ଅର୍ଜନ କରିବା ପାଇଁ ଏ ଦୁହିଁଙ୍କ ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା। ଏ ଐତିହାସିକ ମୁକାବିଲା ଦେଖିବାକୁ ଏମଜିଏମ୍ ଗ୍ରାଣ୍ଡ ମରିନା ଷ୍ଟାଡିୟମରେ ଉପସ୍ଥିତ ଥିଲେ ୧୬ ହଜାର ୮୦୦ ଜଣ ଦର୍ଶକ।

ପୂର୍ବରୁ ଏହି ଭଳି ମହାମୁକାବିଲା ୨୦୦୨ରେ ମାଇକ ଟାଇସନ୍ ଓ ଲେନୋକ୍ସ ଲୁଇସଙ୍କ ମଧ୍ୟରେ ଖେଳାଯାଇଥିଲା। ୨୦୧୧ରେ ଭ୍ଲାଦିମିର କଲଚିକୋ ଓ ଡେବିଡଙ୍କ ମଧ୍ୟରେ ହୋଇଥିଲା ଆଉ ଏକ ମହାମୁକାବିଲା ବକ୍ସିଂ ମ୍ୟାଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story