୫ ବର୍ଷର ବାସନ୍ଦ ପରେ ପାକ୍ ଟିମକୁ ଫେରିଲେ ମହମ୍ମଦ ଅମୀର

ଲାହୋର: ସ୍ପଟ୍ ଫିକ୍ସିଂ ମାମଲାରେ ୫ ବର୍ଷ ବାସନ୍ଦ ହେବା ପରେ ପାକିସ୍ତାନ କ୍ରିକେଟ୍ ଟିମକୁ ଫେରିଛନ୍ତି ପେସ୍ ବୋଲର ମହମ୍ମଦ ଅମୀର। ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଟିମରେ ରଖାଯାଇଛି। ଟିଟ୍ୱେଣ୍ଟି ଓ ଦିନିକିଆ ଟିମରେ ସେ ସ୍ଥାନ ପାଇଛନ୍ତି। ୨୦୧୦ରେ ପାକିସ୍ତାନ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ସେ ସ୍ପଟ୍ ଫିକ୍ସିଂ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ନୋ’ବଲ୍ ପକାଇବା ନେଇ ଫିକ୍ସିଂ ହୋଇଥିଲା। ଏହି ଫିକ୍ସିଂ ମାମଲାରେ ମହମ୍ମଦ ଅମୀରଙ୍କ […]

Mohammad Amir

Mohammad Amir

Rakesh Mallick
  • Published: Friday, 01 January 2016
  • Updated: 01 January 2016, 05:12 PM IST

Sports

Latest News

ଲାହୋର: ସ୍ପଟ୍ ଫିକ୍ସିଂ ମାମଲାରେ ୫ ବର୍ଷ ବାସନ୍ଦ ହେବା ପରେ ପାକିସ୍ତାନ କ୍ରିକେଟ୍ ଟିମକୁ ଫେରିଛନ୍ତି ପେସ୍ ବୋଲର ମହମ୍ମଦ ଅମୀର। ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଟିମରେ ରଖାଯାଇଛି। ଟିଟ୍ୱେଣ୍ଟି ଓ ଦିନିକିଆ ଟିମରେ ସେ ସ୍ଥାନ ପାଇଛନ୍ତି।

୨୦୧୦ରେ ପାକିସ୍ତାନ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ସେ ସ୍ପଟ୍ ଫିକ୍ସିଂ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ନୋ’ବଲ୍ ପକାଇବା ନେଇ ଫିକ୍ସିଂ ହୋଇଥିଲା। ଏହି ଫିକ୍ସିଂ ମାମଲାରେ ମହମ୍ମଦ ଅମୀରଙ୍କ ସହିତ ସଲମନ ବଟ୍ଟ ଓ ମହମ୍ମଦ ଆସିଫ ମଧ୍ୟ ସଂପୃକ୍ତ ଥିଲେ।

ସ୍ପଟ୍ ଫିକ୍ସିଂରେ ବାସନ୍ଦ ହେବା ପୂର୍ବରୁ ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ପ୍ରତିଭାବାନ ଖେଳାଳି ଭାବେ ପରିଚୟ ସୃଷ୍ଟି କରି ସାରିଥିଲେ। ସେ ୧୪ଟି ଟେଷ୍ଟରୁ ୫୧ଟି ୱିକେଟ୍ ନେଇଥିଲେ। ସେହିପରି ୧୫ଟି ଦିନିକିଆରୁ ୨୫ଟି ୱିକେଟ୍ ହାସଲ କରିଥିବା ଅମୀର ଟିଟ୍ୱେଣ୍ଟିରେ ୧୮ଟି ମ୍ୟାଚ୍ ଖେଳି ୨୩ଟି ୱିକେଟ୍ ନେଇଥିଲେ।

ଗତବର୍ଷ ଏପ୍ରିଲରେ ତାଙ୍କ ଉପରେ ଲାଗିଥିବା ବାସନ୍ଦକୁ କୋହଳ କରାଯାଇଥିଲା। ଗତ ସେପ୍ଟେମ୍ବର ମାସରେ ବାସନ୍ଦକୁ ସଂପୂର୍ଣ୍ଣ ଭାବେ ଉଠାଇ ନିଆଯାଇଥିଲା। ଇତିମଧ୍ୟରେ ସେ ଘରୋଇ ମ୍ୟାଚଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୨୧ଟି ୪ ଦିନିଆ ଓ ଟିଟ୍ୱେଣ୍ଟିରେ ସେ ୮୬ଟି ୱିକେଟ୍ ନେଇଛନ୍ତି।

ପାକିସ୍ତାନର ଏହି ନ୍ୟୁଜିଲାଣ୍ଡ ଗସ୍ତ ବେଳେ ୩ଟି ଟିଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଜାନୁଆରୀ ୧୫, ୧୭ ଓ ୨୨ ତାରିଖରେ ଏହି ମ୍ୟାଚଗୁଡ଼ିକ ଖେଳା ଯିବ। ସେହିପରି ଜାନୁଆରୀ ୨୫,୨୮ ଓ ୩୧ରେ ଦିନିକିଆ ମ୍ୟାଚଗୁଡ଼ିକ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos