ନରସିଂହ ଓ ସୁଶୀଲ ମାମଲାରେ ସରକାର ହସ୍ତକ୍ଷେପ କରିବେ ନାହିଁ: କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: “ନରସିଂହ ଓ ସୁଶୀଲ ମାମଲାରେ ସରକାର ହସ୍ତକ୍ଷେପ କରିବେ ନାହିଁ। ଏହି ସମସ୍ୟା ଫେଡେରେସନର। ଫେଡେରେସନ ସ୍ୱଂୟଶାସିତ ସଂସ୍ଥା ହୋଇଥିବାରୁ ଏହି ସମସ୍ୟା ନିଜେ ସମାଧାନ କରିବା ଉଚିତ।” ଆଜି ଏହା କହିଛନ୍ତି କ୍ରୀଡାମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ। ରିଓ ଅଲିମ୍ପିକ୍‌ ପାଇଁ ଆଉ ଦୁଇ ମାତ୍ର ମାସ ଥିବା ବେଳେ ୭୪ କେଜି ବର୍ଗ କୁସ୍ତିରେ ଭାରତ ପକ୍ଷରୁ ସୁଶୀଲ କୁମାର ଓ ନରସିଂହ ଯାଦବଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେ ନେଇ ଦ୍ୱନ୍ଦ୍ୱ […]

SUSHIL-NARSINGH

SUSHIL-NARSINGH

Rakesh Mallick
  • Published: Thursday, 12 May 2016
  • Updated: 12 May 2016, 01:15 PM IST

Sports

Latest News

ନୂଆଦିଲ୍ଲୀ: “ନରସିଂହ ଓ ସୁଶୀଲ ମାମଲାରେ ସରକାର ହସ୍ତକ୍ଷେପ କରିବେ ନାହିଁ। ଏହି ସମସ୍ୟା ଫେଡେରେସନର। ଫେଡେରେସନ ସ୍ୱଂୟଶାସିତ ସଂସ୍ଥା ହୋଇଥିବାରୁ ଏହି ସମସ୍ୟା ନିଜେ ସମାଧାନ କରିବା ଉଚିତ।” ଆଜି ଏହା କହିଛନ୍ତି କ୍ରୀଡାମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ।

ରିଓ ଅଲିମ୍ପିକ୍‌ ପାଇଁ ଆଉ ଦୁଇ ମାତ୍ର ମାସ ଥିବା ବେଳେ ୭୪ କେଜି ବର୍ଗ କୁସ୍ତିରେ ଭାରତ ପକ୍ଷରୁ ସୁଶୀଲ କୁମାର ଓ ନରସିଂହ ଯାଦବଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି।

ସୋନୋୱାଲ କହିଛନ୍ତି,“ରିଓ ଅଲିମ୍ପିକ୍‌ରେ ୭୪ କେଜି ବର୍ଗ କୁସ୍ତିରେ ଭାରତ ପକ୍ଷରୁ କିଏ ଭାଗ ନେବ ତାହା ଫେଡେରେସନର ଅଧିକାର ପରିସର ଭୁକ୍ତ। ଏଥିରେ ସରକାର ହସ୍ତକ୍ଷେପ କରିବେ ନାହିଁ। ସେମାନେ ସ୍ୱଂୟଶାସିତ ସଂସ୍ଥା। ତେଣୁ ସେମାନେ ଏହି ସମସ୍ୟାର ସମାଧାନ କରନ୍ତୁ।”

ଗତ ସେପ୍ଟେମ୍ବର ମାସରେ ଲାସ୍‌ ଭେଗାସ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପୁରୁଷ ବର୍ଗର ୭୪ କେଜି ଫ୍ରି ଷ୍ଟାଇଲ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ୨୦୧୬ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନରସିଂହ ଯାଦବ। ତେଣୁ ସେ ଅଲିମ୍ପିକ୍‌ରେ ଭାରତ ପକ୍ଷରୁ ପତିନିଧିତ୍ୱ କରିପାରନ୍ତି। ଅନ୍ୟପକ୍ଷରେ ୬୬କେଜି ବର୍ଗରୁ ସୁଶୀଲ ୭୪କେଜି ବର୍ଗକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ସେ ମଧ୍ୟ ଅଲିମ୍ପିକ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ହକ୍‌ଦାର।

ଲାସ୍‌ ଭେଗାସ୍‌ରେ ହେବାକୁ ଥିବା ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ସୁଶୀଲ କାନ୍ଧରେ ଆଘାତ କାରଣରୁ ଭାଗ ନେବେ ନାହିଁ ସ୍ପଷ୍ଟ କରିଛନ୍ତି। କିନ୍ତୁ ସେ ଅଲିମ୍ପିକ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାର ୭୪ କେଜି ବର୍ଗରେ ସୁଶୀଲ ସ୍ୱର୍ଣ୍ଣ ଜିତିଥିଲେ। ସେ ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିଣିଥିବାରୁ ତାଙ୍କୁ ମଧ୍ୟ ଅଲିମ୍ପିକ୍‌ ପାଇଁ ଡବ୍ଲୁଏଫ୍‌ଆଇ ସୁଯୋଗ ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos