ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଫାଇନାଲରେ କର୍ଣ୍ଣାଟକା

ସୁରତ: ଅଭିମନ୍ୟୁ ମିଥୁନ (୫/୩୯)ଙ୍କ ହ୍ୟାଟ୍ରିକ୍ ସମେତ ୫ ୱିକେଟ୍ ସଫଳତା ପରେ ଇନଫର୍ମ ଲୋକେଶ ରାହୁଲ୍ ଓ ଦେବଦତ୍ତ ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି କର୍ଣ୍ଣାଟକା ସୟଦ ମୁସ୍ତାକ୍ ଅଲୀ ଟ୍ରଫି ସେମିଫାଇନାଲରେ ହରିୟାଣାକୁ ୮ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ହରିୟାଣା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଜବାବରେ କର୍ଣ୍ଣାଟକା ମାତ୍ର ୧୫ ଓଭରରେ ୨ ୱିକେଟ୍ ହରାଇ ୧୯୫ ରନ୍ […]

rahul

rahul

Ranjit Kumar Jena
  • Published: Friday, 29 November 2019
  • Updated: 29 November 2019, 07:20 PM IST

Sports

Latest News

ସୁରତ: ଅଭିମନ୍ୟୁ ମିଥୁନ (୫/୩୯)ଙ୍କ ହ୍ୟାଟ୍ରିକ୍ ସମେତ ୫ ୱିକେଟ୍ ସଫଳତା ପରେ ଇନଫର୍ମ ଲୋକେଶ ରାହୁଲ୍ ଓ ଦେବଦତ୍ତ ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି କର୍ଣ୍ଣାଟକା ସୟଦ ମୁସ୍ତାକ୍ ଅଲୀ ଟ୍ରଫି ସେମିଫାଇନାଲରେ ହରିୟାଣାକୁ ୮ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ହରିୟାଣା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଜବାବରେ କର୍ଣ୍ଣାଟକା ମାତ୍ର ୧୫ ଓଭରରେ ୨ ୱିକେଟ୍ ହରାଇ ୧୯୫ ରନ୍ କରି ବିଜୟୀ ହୋଇଛି।

ଏହି ଲକ୍ଷ୍ୟର ପିଛା କରୁଥିବା କର୍ଣ୍ଣାଟକାର ଦୁଇ ଓପ୍ନର ରାହୁଲ୍ ଓ ପାଡିକଲ୍ ଆରମ୍ଭରୁ ପ୍ରତିପକ୍ଷ ବୋଲରଙ୍କୁ ଆକ୍ରମଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯.୩ ଓଭରରେ ୧୨୫ ରନର ଶତକୀୟ ଇନିଂସ୍ କରିଥିଲେ। ରାହୁଲ୍ ୩୧ ବଲରେ ୪ ଚୌକା ଓ ୬ ଛକା ସହ ୬୬ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ପାଡିକଲ୍ ଓ ମୟଙ୍କ ଅଗ୍ରୱାଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ। ପାଡିକଲ୍ ୮୭ (୪୨ ବଲ୍‌, ୧୧ ଚୌକା, ୪ ଛକା) ରନର ଧୂଆଁଧାର ଇନିଂସ୍ ଖେଳି ଟିମର ବିଜୟ ସୁନିଶ୍ଚିତ କରାଇଥିଲେ। ପାଡିକଲଙ୍କ ପରେ ମୟଙ୍କ ଦ୍ରୁତ ୩୦ (୧୪ ବଲ୍‌, ୩ ଛକା) ରନ୍ କରି ଟିମକୁ ଜିତାଇଥିଲେ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହରିୟାଣା ଦ୍ରୁତ ଆରମ୍ଭ କରିଥିଲେ। ଟିମର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ଚୈତନ୍ୟ ବିଷ୍ଣୋଇ ଓ ହର୍ଷଲ୍ ପ୍ରଥମ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ। ହର୍ଷଲ୍ ଦ୍ରୁତ ୩୪ (୨୦ ବଲ୍‌, ୬ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିବା ବେଳେ ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶିବମ ଚୌହାନ୍ ୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଚୈତନ୍ୟ ୫୫ (୩୫ ବଲ୍‌, ୭ ଚୌକା, ୧ ଛକା) ରନ୍ କରି ରନଆଉଟ୍ ହୋଇଥିଲେ।

ମଧ୍ୟକ୍ରମରେ ହିମାଂଶୁ ରାଣା ଓ ରାହୁଲ ତେୱାତିଆ ଚତୁର୍ଥ ୱିକେଟ୍ ପାଇଁ ୮୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ହରିୟାଣା ଶେଷ ଓଭରରେ ମାତ୍ର ୨ ଯୋଡ଼ି ୫ ୱିକେଟ୍ ହରାଇଥିଲା। ହିମାଂଶୁ ୩୪ ବଲରେ ୬ ଚୌକା ଓ ୨ ଛକା ସହ ୬୧ ଓ ତେୱାତିଆ ୨୦ ବଲରେ ୩୨ ରନ୍ କରି ମିଥୁନଙ୍କ ଶିକାର ହୋଇଥିଲେ। କର୍ଣ୍ଣାଟକା ପକ୍ଷରୁ ମିଥୁନ୍ ଶେଷ ଓଭରରେ ହ୍ୟାଟ୍ରିକ୍ ସମେତ ୫ଟି ୱିକେଟ୍ ନେଇଥିବା ବେଳେ ଶ୍ରେୟସ୍ ଗୋପାଲ୍ ୨ଟି ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos