ମଇଳା ଜୋତା ସଫା କଲେ ବିରାଟ୍‌ କୋହଲି

ନୂଆଦିଲ୍ଲୀ: ଚଳିତ ଆଇପିଏଲରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେଅଫରୁ ବିଦାୟ ନେଇଛି। ଟିମର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ। ତେବେ ଏହା ପୂର୍ବରୁ ତାଙ୍କର ଏକ ଫଟୋକୁ ପତ୍ନୀ ଅନୁଷ୍କା ଶର୍ମା ଶେଆର୍ କରିଛନ୍ତି। ଫଟୋରେ କୋହଲିଙ୍କୁ ଗସ୍ତ ପୂର୍ବରୁ ନିଜର ଜୋତା ସଫା କରୁଥିବାର ଦେଖିବାକୁ ମିଳିଛି। ଅନୁଷ୍କା ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ବିରାଟ୍‌ ନିଜ ପସନ୍ଦର ଜୋତା ଧରିଛନ୍ତି। ବିରାଟ୍‌ ଜୋତାକୁ ଦାନ୍ତଘଷା […]

virushak

virushak

Ranjit Kumar Jena
  • Published: Tuesday, 10 November 2020
  • Updated: 10 November 2020, 09:27 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେଅଫରୁ ବିଦାୟ ନେଇଛି। ଟିମର କ୍ୟାପଟେନ୍ ବିରାଟ୍ କୋହଲି ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ। ତେବେ ଏହା ପୂର୍ବରୁ ତାଙ୍କର ଏକ ଫଟୋକୁ ପତ୍ନୀ ଅନୁଷ୍କା ଶର୍ମା ଶେଆର୍ କରିଛନ୍ତି। ଫଟୋରେ କୋହଲିଙ୍କୁ ଗସ୍ତ ପୂର୍ବରୁ ନିଜର ଜୋତା ସଫା କରୁଥିବାର ଦେଖିବାକୁ ମିଳିଛି।

'Mom To Be' Anushka Sharma secretly captures hubby Virat Kohli cleaning his shoes, photo goes viral 1

ଅନୁଷ୍କା ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ବିରାଟ୍‌ ନିଜ ପସନ୍ଦର ଜୋତା ଧରିଛନ୍ତି। ବିରାଟ୍‌ ଜୋତାକୁ ଦାନ୍ତଘଷା ବ୍ରସରେ ଧୋଉଛନ୍ତି। ଅନୁଷ୍କା ଏହି ଫଟୋ ଶେଆର୍ କରି ଲେଖିଛନ୍ତି, 'ଟୁର୍ ପୂର୍ବରୁ ପତିଦେବ ନିଜର ସ୍ପାଇକ୍ସକୁ ଧୋଉଥିବାର ଧରାପଡ଼ିଛନ୍ତି। ଫଟୋରେ କୋହଲି ଏକ ଗ୍ରେ' ରଙ୍ଗର ଟି-ଶର୍ଟ ଏବଂ ଚଷମା ପିନ୍ଧିଛନ୍ତି। ବିରାଟ ପୂରା ଧ୍ୟାନର ସହ ନିଜର ଜୋତାକୁ ସଫା ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଅର୍ଥାତ୍ ଆଡିଲେଡ୍ ଟେଷ୍ଟ ଖେଳିବା ପରେ କୋହଲି ପ୍ୟାଟରନିଟୀ ଛୁଟିରେ ଆସିବେ। କାରଣ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ଅଛନ୍ତି ଏବଂ ଡିସେମ୍ବରରେ ସେ ପ୍ରଥମ ସନ୍ତାନ ଜନ୍ମ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos