ଧୋନିଙ୍କ ବଡ଼ ରହସ୍ୟର ଗୁମର ଖୋଲିଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଏବଂ ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ନିଜର ଭଲ ବ୍ୟବହାର ପାଇଁ ବେଶ୍ ପରିଚିତ। ରାଞ୍ଚିର ଏକ ମଧ୍ୟମବର୍ଗୀୟ ପରିବାରରୁ ଆସି କ୍ରିକେଟର ଶିଖର ଛୁଇଁଥିବା ଧୋନିଙ୍କ ନାଁ ହିଁ କ୍ରିକେଟପ୍ରେମୀଙ୍କ ପାଇଁ ଯଥେଷ୍ଟ। ମଇଦାନ ଭିତରେ ହେଉ କି ବାହାରେ, ସବୁଠାରେ ଧୋନି ନିଜର ଭିନ୍ନ କାମ ପାଇଁ ଚର୍ଚ୍ଚାରେ ଥାନ୍ତି। ତେଣିକି ନିଜର ନିଷ୍ପତ୍ତି ଦ୍ୱାରା ମ୍ୟାଚର ଗତିପଥ ବଦଳାଇ ଦେବା କଥା […]

sunny

sunny

Ranjit Kumar Jena
  • Published: Monday, 06 April 2020
  • Updated: 06 April 2020, 09:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଏବଂ ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ନିଜର ଭଲ ବ୍ୟବହାର ପାଇଁ ବେଶ୍ ପରିଚିତ। ରାଞ୍ଚିର ଏକ ମଧ୍ୟମବର୍ଗୀୟ ପରିବାରରୁ ଆସି କ୍ରିକେଟର ଶିଖର ଛୁଇଁଥିବା ଧୋନିଙ୍କ ନାଁ ହିଁ କ୍ରିକେଟପ୍ରେମୀଙ୍କ ପାଇଁ ଯଥେଷ୍ଟ। ମଇଦାନ ଭିତରେ ହେଉ କି ବାହାରେ, ସବୁଠାରେ ଧୋନି ନିଜର ଭିନ୍ନ କାମ ପାଇଁ ଚର୍ଚ୍ଚାରେ ଥାନ୍ତି। ତେଣିକି ନିଜର ନିଷ୍ପତ୍ତି ଦ୍ୱାରା ମ୍ୟାଚର ଗତିପଥ ବଦଳାଇ ଦେବା କଥା ହେଉ କିମ୍ବା ଆର୍ମି ଟ୍ରେନିଂ ଦ୍ୱାରା ସମସ୍ତଙ୍କୁ ଚକମା ଦେବା ହେଉ।

ତେବେ ଧୋନିଙ୍କର ଏକ ବଡ଼ ରହସ୍ୟ ଉପରକୁ ପର୍ଦ୍ଦା ଉଠାଇଛନ୍ତି ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର। ଗାଭାସ୍କର କହିଛନ୍ତି, ଧୋନି ଘରୋଇ ବିମାନରେ ବିଜନେସ୍ କ୍ଲାସରେ ଟିମ୍ ଇଣ୍ଡିଆର ସାଥୀ ଖେଳାଳିଙ୍କ ସହ ବସୁ ନଥିଲେ। ତେବେ ଧୋନି କାହିଁକି ସାଥୀ ଖେଳାଳିଙ୍କ ସହ ବିମାନରେ ବସୁନଥିଲେ, ଏହାକୁ ନେଇ ଗାଭାସ୍କର କହିଛନ୍ତି, ଭାରତୀୟ ଟିମର କ୍ୟାପଟେନ୍ ଭାବେ ଧୋନି ବିମାନରେ ଇକୋନମୀ କ୍ଲାସରେ ଟିଭି କ୍ରୁ' ସଦସ୍ୟଙ୍କ ସହ ସହ ବସିବାକୁ ପସନ୍ଦ କରୁଥିଲେ।

ଭାରତୀୟ ଟିମର ବ୍ୟବସ୍ଥା ଅନୁଯାୟୀ, ଯେଉଁ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ, ସେମାନେ ବିଜନେସ୍ କ୍ଲାସରେ ଯାତ୍ରା କରିବେ। ତେବେ ଭଲ ପ୍ରଦର୍ଶନ ସତ୍ତ୍ୱେ ଧୋନି ବିଜନେସ୍ କ୍ଲାସରେ ଯାତ୍ରା କରୁନଥିଲେ। ଏହାକୁ ନେଇ ଗାଭାସ୍କର କହିଛନ୍ତି, କ୍ରିକେଟପ୍ରେମୀ ଭଲ ଭାବେ ଜାଣନ୍ତି ଯେ ଘରୋଇ ମ୍ୟାଚରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଦୁଇ ଦଳ ଗୋଟିଏ ଚାର୍ଟାର୍ଡ ବିମାନରେ ଯାତ୍ରା କରନ୍ତି। ଏହି ବିମାନରେ ଟିଭି କ୍ରୁ'ର ସଦସ୍ୟ ମଧ୍ୟ ରହିଥାନ୍ତି।

ଅପରପକ୍ଷରେ ବିଜନେସ୍ କ୍ଲାସରେ ସୀମିତ ସିଟ୍ ଥିବାରୁ ଏଥିରେ କେବଳ କ୍ୟାପଟେନ୍‌, କୋଚ୍ ଓ ମ୍ୟାନେଜରଙ୍କୁ ହିଁ ଏହି ସୁବିଧା ମିଳିଥାଏ। କିନ୍ତୁ ଧୋନି କ୍ୟାପଟେନ୍ ହେବା ସତ୍ତ୍ୱେ ବହୁ କଷ୍ଟରେ ବିଜନେସ୍ କ୍ଲାସରେ ବସୁଥିଲେ। ସେ ଇକୋନମୀରେ ଟିଭି କଭରେଜ୍ କରୁଥିବା ସଦସ୍ୟ ଏବଂ କ୍ୟାମେରାମ୍ୟାନ୍ କିମ୍ବା ସାଉଣ୍ଡ ଇଞ୍ଜିନିୟରଙ୍କ ସହ ଯାତାୟତ କରୁଥିଲେ। ତେଣୁ ଏଥିରୁ ସ୍ପଷ୍ଟ ଯେ ଧୋନି ମଇଦାନ ବାହାରେ ମଧ୍ୟ ନିଜର ସ୍ୱଭାବ ଯୋଗୁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos