୩୫୦ ଜଣଙ୍କୁ ଆଉଟ୍‌ କଲେ ଧୋନି

ହାରାରେ: ଟିମ୍‌ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱର ଚତୁର୍ଥ ଓ ଭାରତର ପ୍ରଥମ ୱିକେଟ ରକ୍ଷକ ଭାବେ ଦିନିକିଆରେ ୩୫୦ ଜଣଙ୍କୁ ଆଉଟ୍‌ କରିବାରେ ସଫଳ ହୋଇଛନ୍ତି।

ଆଜି ହାରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳା ଯାଇଥିବା ଶେଷ ଦିନିକିଆରେ ବୁମ୍ରାହଙ୍କ ବଲ୍‌ରେ ଏକ ସଟ୍‌ଖେଳୁଥିବାକୁ ଯାଇ ଜିମ୍ବାୱେର ଏଲ୍‌ଟନ୍‌ ଚିଗୁମ୍ପୁରା ଧୋନିଙ୍କ ହାତକୁ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ଧୋନି ୨୭୮ଟି ଦିନିକିଆରେ ୨୬୧ଟି କ୍ୟାଚ୍‌ ଓ ୮୯ଟି ଷ୍ଟମ୍ପିଂ କରିଛନ୍ତି। ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୪୮୨ଟି ଆଉଟ୍‌ କରି ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆର ଆଦମ୍‌ ଗୀଲଖ୍ରୀଷ୍ଟ ୪୭୨ଟି ଆଉଟ୍‌ କରି ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ୪୨୪ଟି ଆଉଟ୍‌ କରି ତୃତୀୟ ସ୍ଥାନରେ ରହିଛନ୍ତି।

ଧୋନି ଏକମାତ୍ର ଭାରତୀୟ ଭାବେ ଏହି ଧାରାର ୩୦୦ କ୍ଲବ୍‌ରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ