ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ଟିମ୍ ମଧ୍ୟରେ ତୁଳନା କଲେ ମଞ୍ଜରେକର

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଇତିହାସରେ ଦୁଇ ଟିମ୍ ମଧ୍ୟ ସର୍ବଦା ଜୋରଦାର ଟକ୍କର ଦେଖିବାକୁ ମିଳିଥାଏ। ଏହି ଦୁଇ ଟିମ୍ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍। ତେବେ ଏହି ଦୁଇ ଟିମ୍ ମଧ୍ୟରୁ କିଏ ଉନ୍ନତ, ତାହାର ଖୁଲାସା କରିଛନ୍ତି ପ୍ରଖ୍ୟାତ କମେଣ୍ଟେଟର୍ ତଥା ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ମଞ୍ଜରେକର। ମଞ୍ଜରେକରଙ୍କ ମତରେ ଚେନ୍ନାଇ ସୁପର୍ କିଙ୍ଗସ୍ ତୁଳନାରେ ମୁମ୍ବାଇ ଇଣ୍ଡିଆନ୍ସ ଉନ୍ନତ। ଆଇପିଏଲ୍ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ […]

ipl-22

ipl-22

Ranjit Kumar Jena
  • Published: Monday, 06 April 2020
  • Updated: 06 April 2020, 07:22 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଇତିହାସରେ ଦୁଇ ଟିମ୍ ମଧ୍ୟ ସର୍ବଦା ଜୋରଦାର ଟକ୍କର ଦେଖିବାକୁ ମିଳିଥାଏ। ଏହି ଦୁଇ ଟିମ୍ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍। ତେବେ ଏହି ଦୁଇ ଟିମ୍ ମଧ୍ୟରୁ କିଏ ଉନ୍ନତ, ତାହାର ଖୁଲାସା କରିଛନ୍ତି ପ୍ରଖ୍ୟାତ କମେଣ୍ଟେଟର୍ ତଥା ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ମଞ୍ଜରେକର। ମଞ୍ଜରେକରଙ୍କ ମତରେ ଚେନ୍ନାଇ ସୁପର୍ କିଙ୍ଗସ୍ ତୁଳନାରେ ମୁମ୍ବାଇ ଇଣ୍ଡିଆନ୍ସ ଉନ୍ନତ।

ଆଇପିଏଲ୍ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ସଫଳ ଟିମ୍। ଏହି ଟିମ୍ ଗତ ୧୨ଟି ଯାକ ସଂସ୍କରଣରୁ ୫ଥର ଫାଇନାଲରେ ପହଞ୍ଚିଥିବା ବେଳେ ୪ଥର ବିଜେତା ହୋଇଛି। ସେହିପରି ଚେନ୍ନାଇ ୮ଥର ଫାଇନାଲରେ ପହଞ୍ଚିଛି ଏବଂ ତିନିଥର ଚାମ୍ପିୟନ୍ ହୋଇଛି। ୨୦୧୯ ସଂସ୍କରଣରେ ଆୟୋଜିତ ଆଇପିଏଲର ୧୨ଶ ସଂସ୍କରଣର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ୧ ରନରେ ଚେନ୍ନାଇ ସୁପର୍ କିଙ୍ଗସକୁ ହରାଇ ଚତୁର୍ଥଥର ଟାଇଟଲ୍ ଜିତିଥିଲା।

ଓଭରଅଲ୍ ଦେଖିବାକୁ ଗଲେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ୍ ସର୍ବଦା ରୋମାଞ୍ଚକର ହୋଇଥାଏ। ଏ ନେଇ ମଞ୍ଜରେକର କହିଛନ୍ତି, "ଆଇପିଏଲ୍ ଆୟୋଜନ ହେବାର ୧୨ ବର୍ଷ ବିତି ଗଲାଣି। ଯଦି ଆମେ ବିଜୟ ପ୍ରତିଶତ ଉପରେ ନଜର ପକାଇବା, ତାହେଲେ ଚେନ୍ନାଇ ସୁପର୍ କିଙ୍ଗସର ରେକର୍ଡ ଭଲ ରହିଛି, କିନ୍ତୁ ଗତ କିଛି ବର୍ଷ ହେବ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଜବରଦସ୍ତ ରହିଆସିଛି ଏବଂ ଟିମ୍ ଏକାଧିକ ଟାଇଟଲ୍ ମଧ୍ୟ ଜିତିଛି।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଇତିହାସରେ ୪ଟି ଟାଇଟଲ୍ ଜିତିଥିବା ବେଳେ ଚେନ୍ନାଇ ତିନିଥର ବିଜେତା ହୋଇଛି। କିନ୍ତୁ ଏହି ୧୨ ବର୍ଷ ମଧ୍ୟରେ ଚେନ୍ନାଇ କମ୍ ଆଇପିଏଲ୍ ମ୍ୟାଚ୍ ଖେଳିଛି। ଏହାର କାରଣ ହେଉଛି ଚେନ୍ନାଇ ଦୁଇଟି ସଂସ୍କରଣରେ ସସପେଣ୍ଡ ହୋଇଥିଲା। ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଏକ ଟିମ୍ ଭାବେ ଉଭା ହୋଇଛି, ଯିଏ ଚେନ୍ନାଇ ସୁପର୍ କିଙ୍ଗସକୁ ସର୍ବଦା କଡ଼ା ଚ୍ୟାଲେଞ୍ଜ ଦେଇଛି। ଯଦି ମୁମ୍ବାଇ ଫାଇନାଲରେ ପହଞ୍ଚିଯାଏ, ତାହେଲେ ଟିମର ମନୋବଳ ଭିନ୍ନ ସ୍ତରରେ ପହଞ୍ଚିଯାଏ, ଯାହାକି ଚେନ୍ନାଇ ତୁଳନାରେ ବହୁତ ଅଧିକ। ଯଦି ଆମେ ପୂରା ଆଇପିଏଲ୍ ଇତିହାସକୁ ଦେଖିବା, ତାହେଲେ ଚେନ୍ନାଇ ଏକ ନମ୍ବରରେ ରହିବ। କିନ୍ତୁ ଗତ କିଛି ବର୍ଷର ରେକର୍ଡ କହୁଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟ ସବୁ ଦଳ ତୁଳନାରେ ଢ଼େର ଆଗକୁ ଚାଲିଯାଇଛି।"

ଚେନ୍ନାଇ ସୁପରକିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସଠାରୁ ଦୁଇଟି ସିଜନ୍ କମ୍ ଖେଳିଛି। ସ୍ପଟ୍ ଫିକ୍ସିଂ ମାମଲାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମକୁ ଦୁଇବର୍ଷ ବାସନ୍ଦ କରାଯାଇଥିଲା ଏବଂ ଏହି ଟିମ୍ ୨୦୧୬ ଓ ୨୦୧୭ ସଂସ୍କରଣରେ ଆଇପିଏଲରେ ଭାଗ ନେଇପାରି ନଥିଲା। ୨୦୧୮ ସଂସ୍କରଣରେ ଚେନ୍ନାଇ ସୁପର୍ କିଙ୍ଗସ୍ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଟାଇଟଲ୍ ନିଜ ନାଁରେ କରିଥିଲା। ଏହା ପରେ ୨୦୧୯ ସଂସ୍କରଣରେ ମଧ୍ୟ ଚେନ୍ନାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା, କିନ୍ତୁ ମୁମ୍ବାଇଠାରୁ ୧ ରନରେ ହାରି ରନର୍ସଅପ୍ ହୋଇଥିଲା।

ସୂଚନାଯୋଗ୍ୟ, ଆଇପିଏଲର ୧୩ଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନାଭାଇରସ୍ ଯୋଗୁ ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷ ଆଇପିଏଲ୍ ଆୟୋଜିତ ହେବ କି ନାହିଁ, ତାହାର ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story