ଆଇସିସି ହଲ୍ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ ମୁରଲୀଧରନ୍

ଦୁବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ଆଇସିସିର ହଲ୍ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ ଶ୍ରୀଲଙ୍କାର ସ୍ପିନ କିମ୍ବଦନ୍ତୀ ମୁଥୟା ମୁରଲୀଧରନ୍। ତାଙ୍କ ସହ ଆଉ ୩ ଜଣ କ୍ରିକେଟ କିମ୍ବଦନ୍ତୀ ମଧ୍ୟ ଏହି ସମ୍ମାନସ୍ପଦ ପଦବୀରେ ସ୍ଥାନ ପାଇବେ। ସେମାନେ ହେଲେ କେ.ରୋଲଟନ୍, ଅର୍ଥର ମୋରିସ୍ ଓ ଜର୍ଜ ଲେହମାନ୍‌। ଏନେଇ ଆଜି ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଆଇସିସିର ହଲ୍ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ […]

muralitharan-showing-the-ball-1404219984

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 05:19 PM IST

ଦୁବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ଆଇସିସିର ହଲ୍ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ ଶ୍ରୀଲଙ୍କାର ସ୍ପିନ କିମ୍ବଦନ୍ତୀ ମୁଥୟା ମୁରଲୀଧରନ୍। ତାଙ୍କ ସହ ଆଉ ୩ ଜଣ କ୍ରିକେଟ କିମ୍ବଦନ୍ତୀ ମଧ୍ୟ ଏହି ସମ୍ମାନସ୍ପଦ ପଦବୀରେ ସ୍ଥାନ ପାଇବେ। ସେମାନେ ହେଲେ କେ.ରୋଲଟନ୍, ଅର୍ଥର ମୋରିସ୍ ଓ ଜର୍ଜ ଲେହମାନ୍‌।

ଏନେଇ ଆଜି ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)।

ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଆଇସିସିର ହଲ୍ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ ବହୁ ରେକର୍ଡର ଅଧିକାରୀ ମୁରଲୀଧରନ। ତାଙ୍କ ସହ ୨ ଥର ଆଇସିସି ମହିଳା ବିଶ୍ୱକପ୍‌ ଜିତିଥିବା ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟିକା କେ.ରୋଲଟନ୍ ଓ ଡନ୍‌ ବ୍ରାଡମାନ୍‌ଙ୍କ ଦଳର ସଦସ୍ୟ ଥିବା ଅର୍ଥର ମୋରିସ୍‌ ରହିଛନ୍ତି। ସେହିପରି ୧୬ଟି ଟେଷ୍ଟରୁ ୧୯ଟି ଶତକ ଓ ୧୦୦ଟି ୱିକେଟ ନେଇଥିବା ଇଲଣ୍ଡର ଜର୍ଜ ଲୋହମାନ୍‌ ରହିଛନ୍ତି।

ଏହି ୪ ଜଣଙ୍କୁ ଆଇସିସି କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ର ସଦସ୍ୟ ଓ ଗଣମାଧ୍ୟମ ଭୋଟ ଦେଇଛନ୍ତି।

Related story