ଶ୍ୱଶରୁଙ୍କୁ ମନେ ପକାଇ ଭାବବିହ୍ୱଳ ପୋଷ୍ଟ କଲେ ବୋହୂ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ବୋହୂ ତଥା ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଭାବବିହ୍ୱଳ ପୋଷ୍ଟ କରିଛନ୍ତି। ହାର୍ଦ୍ଦିକଙ୍କ ପତ୍ନୀ ନତାଶା ନିଜ ଶ୍ୱଶରୁଙ୍କୁ ମନେ ପକାଇ ଏଖ ଫଟୋ ଶେଆର୍ କରିଛନ୍ତି। ନତାଶା ନିଜର ଇନଷ୍ଟାଗ୍ରାମରେ ଶ୍ୱଶୁରଙ୍କ ଫଟୋ ଶେଆର୍ କରି ଲେଖିଛନ୍ତି, ‘ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନି ଯେ ଆପଣ ଆମକୁ ଛାଡ଼ି ଚାଲିଯାଇଛନ୍ତି। ଆପଣ ଘରେ ସବୁଠାରୁ କ୍ୟୁଟେଷ୍ଟ, ମଜଭୁତ୍ […]

natsaha

natsaha

Ranjit Kumar Jena
  • Published: Monday, 18 January 2021
  • Updated: 18 January 2021, 04:42 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ବୋହୂ ତଥା ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଭାବବିହ୍ୱଳ ପୋଷ୍ଟ କରିଛନ୍ତି। ହାର୍ଦ୍ଦିକଙ୍କ ପତ୍ନୀ ନତାଶା ନିଜ ଶ୍ୱଶରୁଙ୍କୁ ମନେ ପକାଇ ଏଖ ଫଟୋ ଶେଆର୍ କରିଛନ୍ତି।

ନତାଶା ନିଜର ଇନଷ୍ଟାଗ୍ରାମରେ ଶ୍ୱଶୁରଙ୍କ ଫଟୋ ଶେଆର୍ କରି ଲେଖିଛନ୍ତି, 'ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନି ଯେ ଆପଣ ଆମକୁ ଛାଡ଼ି ଚାଲିଯାଇଛନ୍ତି। ଆପଣ ଘରେ ସବୁଠାରୁ କ୍ୟୁଟେଷ୍ଟ, ମଜଭୁତ୍ ଏବଂ ମଜାକିଆ ଥିଲେ। ଆପଣ ବହୁତ ସାରା ସ୍ମରଣୀୟ ମୁହୂର୍ତ୍ତ ସହ ଏହି ଘରକୁ ଖାଲି କରି ଛାଡ଼ି ଚାଲିଗଲେ। ଆପଣ ଏବଂ ଆପଣଙ୍କର ମଜାକିଆ ଜୋକ୍ସକୁ ମନେ ପକାଉଛି। ମୁଁ ଖୁସି ଯେ ଆପଣ ନିଜ ଜୀବନକୁ ଏକ ରକଷ୍ଟାର୍ ଭଳି ଜିଇଁଛନ୍ତି। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆପଣଙ୍କ ନାତି ଅଗସ୍ତ୍ୟ ନିଶ୍ଚିତ ଜାଣିବ ଯେ ତାଙ୍କ ଜେଜେ କେତେ ବଡ଼ ମହାନ ବ୍ୟକ୍ତିତ୍ୱ ଥିଲେ। ଆପଣ ଯେଉଁଠି ବି ଥାଆନ୍ତୁ ନା କାହିଁକି, ସର୍ବଦା ହସୁଥାନ୍ତୁ ଏବଂ ଆମକୁ ଆର୍ଶୀବାଦ ଦେବା ଜାରି ରଖନ୍ତୁ। ଆମକୁ ସବୁକିଛି ଦେଇଥିବାରୁ ଧନ୍ୟବାଦ। ଲଭ ୟୁ ପାପା।'

ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ପିତାଙ୍କ ପାଇଁ ଇମୋସନାଲ୍ ପୋଷ୍ଟ ଶେଆର୍ କରିଥିଲେ। ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏକ ଭାବବିହ୍ୱଳ ପୋଷ୍ଟରେ ଲେଖିଛନ୍ତି, ' ମୋ ବାପା ମୋ ହିରୋ। ଆପଣଙ୍କୁ ହରାଇବା କଥା ଭାବିବା ମୋ ଜୀବନର ସବୁଠାରୁ କଷ୍ଟକର ମୁହୂର୍ତ୍ତ। କିନ୍ତୁ ତୁମେ ଆମମାନଙ୍କ ପାଇଁ ଏତେ ବଡ଼ ସ୍ମୃତି ଛାଡ଼ି ଚାଲିଯାଇଛନ୍ତି ଯେ ଆମେ କେବଳ କଳ୍ପନା କରିପାରିବୁ ଯେ ଆପଣ ହସୁଛନ୍ତି।

ହାର୍ଦ୍ଦିକ ଆହୁରି ଲେଖିଛନ୍ତି, ଆପଣଙ୍କ ପୁଅ ଆଜି ଯେଉଁଠି ଛିଡ଼ା ହୋଇଛି, ତାହା କେବଳ କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଯୋଗୁ। ଆପଣ ସର୍ବଦା ଖୁସି ରହୁଥିଲେ। ଏବେ ଆପଣଙ୍କ ଅନୁପସ୍ଥିତି ଦ୍ୱାରା ଘରେ ଏଣ୍ଟରଟେନମେଣ୍ଟ କମିଯିବ। ଆମେ ତୁମକୁ ଭଲ ପାଉ ଏବଂ ଆଗକୁ ମଧ୍ୟ ଏହି ଭଲପାଇବା ଜାରି ରହିବ। ଆପଣଙ୍କ ନାଁ ସର୍ବଦା ଶୀର୍ଷରେ ରହିବ। ଆପଣ ଉପରେ ଥାଇ ଆମକୁ ନିଶ୍ଚୟ ଦେଖୁଥିବେ। ସୂଚନାଯୋଗ୍ୟ, ଶନିବାର ହାର୍ଦ୍ଦିକଙ୍କ ପିତା ହିମାଂଶୁଙ୍କର ହାର୍ଟ ଆଟାକ କାରଣରୁ ଦେହାନ୍ତ ହୋଇଥିଲା। ତାଙ୍କ ପରଲୋକରେ ପୂରା ପରିବାର ଭାଙ୍ଗି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos