ନେଦରଲ୍ୟାଣ୍ଡ୍ ଜିତିଲା ଟି-୨୦ ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ଟାଇଟଲ୍

ଦୁବାଇ: ବ୍ରେଣ୍ଡନ୍ ଗ୍ଲୋଭରଙ୍କ ସଫଳ ବୋଲିଂ ସାଙ୍ଗକୁ ବେନ୍ କୁପରଙ୍କ ଦମଦାର ବ୍ୟାଟିଂ ବଳରେ ନେଦରଲ୍ୟାଣ୍ଡ୍ ଟି-୨୦ ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପାପୁଆ ନ୍ୟୁ ଗିନି (ପିଏନଜି)କୁ ୭ ୱିକେଟରେ ହରାଇ ଟାଇଟଲ୍ ଜିତିଛି। ନେଦରଲ୍ୟାଣ୍ଡ୍ ଓ ପିଏନଜି ଟିମ୍ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିସାରିଛନ୍ତି। ଏହି ଦୁଇ ଟିମ୍ ବ୍ୟତୀତ ଓମାନ୍, ସ୍କଟଲ୍ୟାଣ୍ଡ, ନାମିବିଆ ଏବଂ ଆୟର୍ଲ୍ୟାଣ୍ଡ୍ ମଧ୍ୟ ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି। କ୍ୱାଲିଫାଇଙ୍ଗର ଫାଇନାଲ୍ ମୁକାବିଲାରେ […]

netherlands

netherlands

Ranjit Kumar Jena
  • Published: Sunday, 03 November 2019
  • Updated: 03 November 2019, 08:59 PM IST

Sports

Latest News

ଦୁବାଇ: ବ୍ରେଣ୍ଡନ୍ ଗ୍ଲୋଭରଙ୍କ ସଫଳ ବୋଲିଂ ସାଙ୍ଗକୁ ବେନ୍ କୁପରଙ୍କ ଦମଦାର ବ୍ୟାଟିଂ ବଳରେ ନେଦରଲ୍ୟାଣ୍ଡ୍ ଟି-୨୦ ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପାପୁଆ ନ୍ୟୁ ଗିନି (ପିଏନଜି)କୁ ୭ ୱିକେଟରେ ହରାଇ ଟାଇଟଲ୍ ଜିତିଛି। ନେଦରଲ୍ୟାଣ୍ଡ୍ ଓ ପିଏନଜି ଟିମ୍ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିସାରିଛନ୍ତି। ଏହି ଦୁଇ ଟିମ୍ ବ୍ୟତୀତ ଓମାନ୍, ସ୍କଟଲ୍ୟାଣ୍ଡ, ନାମିବିଆ ଏବଂ ଆୟର୍ଲ୍ୟାଣ୍ଡ୍ ମଧ୍ୟ ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି।

କ୍ୱାଲିଫାଇଙ୍ଗର ଫାଇନାଲ୍ ମୁକାବିଲାରେ ପିଏନଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୮ ରନ୍ କରିଥିଲା। ଟିମ୍ ପକ୍ଷରୁ ଲେଗା ସିଆକା ୩୯, ସେସେ ବାଉ ୨୯ ଓ ଜେସନ୍ କିଲା ଦ୍ରୁତ ଅପରାଜିତ ୨୭ (୧୧ ବଲ୍, ୨ ଚୌକା, ୨ ଛକା) ରନ୍ କରିଥିଲେ। ନେଦରଲ୍ୟାଣ୍ଡ୍ ପକ୍ଷରୁ ଗ୍ଲୋଭର୍ ୨୪ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ରୋଲଫ୍ ଭାନ୍ ଡର୍ ମୱିର୍ ଓ ଟିମ୍ ଭାନ୍ ଡର୍ ଗୁଗଟେନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ନେଦରଲ୍ୟାଣ୍ଡ୍ ୧୯ ଓଭରରେ ୩ ୱିକେଟ୍ ହରାଇ ୧୩୪ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ବେନ୍ କୁପର୍ ସର୍ବାଧିକ ୪୧ (୩୩ ବଲ୍, ୪ ଚୌକା, ୨ ଛକା), ଟୋବିଆସ୍ ଭିସେ ୧୦ ଓ ମ୍ୟାକ୍ସ ଓ'ଡାଉଡ୍ ୧୪ ରନ୍ କରିଥିଲେ। କଲିନ୍ ଆକରମ୍ୟାନ୍ ୨୯ ଓ ରିଆନ୍ ଟେନ୍ ଡଜଚାଟେ୍ ୩୪ (୨୩ ବଲ୍, ୨ ଚୌକା, ୩ ଛକା) ରନ୍ କରି ଅପରାଜିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos