ସବୁ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ଜୁନ୍ ଯାଏ ସ୍ଥଗିତ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଆଗାମୀ ଜୁନ୍ ମାସ ଯାଏ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦେଇଛି। ଜୁନ୍ ମାସ ଭିତରେ ଦୁଇଟି ଏଫଆଇଏଚ୍ ପ୍ରୋ ଲିଗ୍‌, ସିନିୟର୍ ପୁରୁଷ ଟିମ୍‌, ଜୁନିୟର ପୁରୁଷ ଏସିଆ କପ୍ ଏବଂ ମହିଳା ସିନିୟର ଏସିଆନ୍ ଚାମ୍ପିୟନ୍ସ ଆୟୋଜିତ ହେବାର ଥିଲା, ଯେଉଁଥିରେ ଭାରତ ଅଂଶଗ୍ରହଣ କରିଥାନ୍ତା। କିନ୍ତୁ କରୋନାଭାଇରସ୍ ଯୋଗୁ ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି। ହକି ଇଣ୍ଡିଆର ସିଇଓ ରାଜେଶ […]

hockey

hockey

Ranjit Kumar Jena
  • Published: Tuesday, 07 April 2020
  • Updated: 07 April 2020, 09:18 PM IST

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଆଗାମୀ ଜୁନ୍ ମାସ ଯାଏ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦେଇଛି। ଜୁନ୍ ମାସ ଭିତରେ ଦୁଇଟି ଏଫଆଇଏଚ୍ ପ୍ରୋ ଲିଗ୍‌, ସିନିୟର୍ ପୁରୁଷ ଟିମ୍‌, ଜୁନିୟର ପୁରୁଷ ଏସିଆ କପ୍ ଏବଂ ମହିଳା ସିନିୟର ଏସିଆନ୍ ଚାମ୍ପିୟନ୍ସ ଆୟୋଜିତ ହେବାର ଥିଲା, ଯେଉଁଥିରେ ଭାରତ ଅଂଶଗ୍ରହଣ କରିଥାନ୍ତା। କିନ୍ତୁ କରୋନାଭାଇରସ୍ ଯୋଗୁ ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି।

ହକି ଇଣ୍ଡିଆର ସିଇଓ ରାଜେଶ ରାଜଗୋପାଳନ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ)କୁ ଏକ ଚିଠି ଲେଖି ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବା ନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଜାପାନର କାକାମିଗାହାରାରେ ଜୁନିୟର୍ ମହିଳା ଏସିଆ କପ୍‌, ଏପ୍ରିଲ୍ ୧୧ରୁ ୧୭ ଏବଂ ଏପ୍ରିଲ୍ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତୀୟ ସିନିୟର୍ ମହିଳା ଟିମ୍ ଜର୍ମାନୀ ଓ ନେଦରଲ୍ୟାଣ୍ଡ୍ ଗସ୍ତ କରିବାର ଥିଲା।

ଏହାବାଦ୍ ପୁରୁଷ ଟିମ୍ ଏପ୍ରିଲ୍ ୨୪ରୁ ମେ' ୫ ତାରିଖ ପର୍ଯ୍ୟନ୍ତ ଜର୍ମାନୀ ଓ ଇଂଲଣ୍ଡ ବିପକ୍ଷରେ ଏଫଆଇଏଚ୍ ପ୍ରୋ ଲିଗ୍‌, ଜୁନ୍ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଜୁନିୟର ପୁରୁଷ ଏସିଆ କପ୍‌, ଜୁନ୍ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଏବଂ ଜୁନ୍ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ୟୁସିଡି ଅଣ୍ଡର୍‌-୨୩ ୬-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବା ପାଇଁ ସ୍ଥିର ହୋଇଥିଲା। ତେବେ ପରିସ୍ଥିତିରେ ସୁଧାର ଆସିବା ପରେ ଟୁର୍ଣ୍ଣାମେଣ୍ଟର ନୂଆ ତାରିଖ ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos