ଓଡ଼ିଶାରେ ଆରମ୍ଭ ହେଲା କ୍ରିକେଟ୍‌ ସିଜନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଓଡ଼ିଶାରେ ଆରମ୍ଭ ହୋଇଛି କ୍ରିକେଟ୍‌ ସିଜନ୍। କରୋନା ମହାମାରୀ ଯୋଗୁ ଦୀର୍ଘ ୮ରୁ୯ ମାସ ଧରି କ୍ରିକେଟ୍‌ ବନ୍ଦ ରହିଥିଲା। କିନ୍ତୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଅନ୍ତର୍ଗତ ଆନ୍ତଃଜିଲ୍ଲା ସିନିୟର ପୁରୁଷ ଟି-୨୦ ଲିଗ୍ ସହ ପୁଣିଥରେ ରାଜ୍ୟରେ କ୍ରିକେଟ୍‌ ଆରମ୍ଭ ହୋଇଛି। କରୋନା ଯୋଗୁ କେବଳ କଟକ ଓ ଭୁବନେଶ୍ୱରର ୯ଟି ଭେନ୍ୟୁରେ ମ୍ୟାଚ୍ ଗୁଡ଼ିକ ଖେଳାଯାଉଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କିଟ୍ ୟୁନିଭର୍ସିଟି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର […]

oca

oca

Ranjit Kumar Jena
  • Published: Monday, 14 December 2020
  • Updated: 14 December 2020, 10:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଓଡ଼ିଶାରେ ଆରମ୍ଭ ହୋଇଛି କ୍ରିକେଟ୍‌ ସିଜନ୍। କରୋନା ମହାମାରୀ ଯୋଗୁ ଦୀର୍ଘ ୮ରୁ୯ ମାସ ଧରି କ୍ରିକେଟ୍‌ ବନ୍ଦ ରହିଥିଲା। କିନ୍ତୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଅନ୍ତର୍ଗତ ଆନ୍ତଃଜିଲ୍ଲା ସିନିୟର ପୁରୁଷ ଟି-୨୦ ଲିଗ୍ ସହ ପୁଣିଥରେ ରାଜ୍ୟରେ କ୍ରିକେଟ୍‌ ଆରମ୍ଭ ହୋଇଛି। କରୋନା ଯୋଗୁ କେବଳ କଟକ ଓ ଭୁବନେଶ୍ୱରର ୯ଟି ଭେନ୍ୟୁରେ ମ୍ୟାଚ୍ ଗୁଡ଼ିକ ଖେଳାଯାଉଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କିଟ୍ ୟୁନିଭର୍ସିଟି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚକୁ ଉଦଘାଟନ କରିଛନ୍ତି। କଟକରେ ଓସିଏ ସମ୍ପାଦକ ବାରବାଟୀ ଷ୍ଟାଡିୟମରେ ଉଦଘାଟନ କରିଛନ୍ତି।

ସେହିପରି ବିଡାନାସୀ ଗ୍ରାଉଣ୍ଡରେ ଉପସଭାପତି ଅକ୍ଷୟ କୁମାର ସାମନ୍ତ, ନିମପୁର ଗ୍ରାଉଣ୍ଡରେ ଯୁଗ୍ମ ସମ୍ପାଦକ ମେହତାବ ଖାନ୍, ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ରେଭେନ୍ସା ଗ୍ରାଉଣ୍ଡରେ ଆପେକ୍ସ କାଉନସିଲ୍‌ ସଦସ୍ୟ ସୁବାଶିଷ ସେନାପତି, ମୁଳା ପଡ଼ିଆରେ ଆପେକ୍ସ କାଉନସିଲ୍ ସଦସ୍ୟ ରଶ୍ମିତା ମହାନ୍ତି, ବିକାଶ ଗ୍ରାଉଣ୍ଡରେ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଡ୍ରିମ୍ସ କଲେଜ୍ ଗ୍ରାଉଣ୍ଡରେ ଡ୍ରିମ୍ସ ଚେୟାରମ୍ୟାନ୍ ପ୍ରମୋଦ ଚନ୍ଦ୍ର ରଥ ମ୍ୟାଚକୁ ଉଦଘାଟନ କରିଥିଲେ।

ପ୍ରଥମ ଦିବସରେ ମୋଟ ୧୮ଟି ମ୍ୟାଚ୍ ଖେଳାଯାଇଥିଲା। ବାରବାଟୀ ଷ୍ଟାଡିୟମରେ କଟକ-ଏ ୮ ୱିକେଟରେ କେନ୍ଦୁଝରକୁ ହରାଇଥିବା ବେଳେ ରାଉରକେଲା ୨୬ ରନରେ ଭଦ୍ରକକୁ ପରାସ୍ତ କରିଛି। ଡ୍ରିମ୍ସରେ ନୟାଗଡ଼ ୮୩ ରନରେ ଜଗତସିଂହପୁରକୁ ଏବଂ ଯାଜପୁର ୧ ରନରେ ବାଲେଶ୍ୱରକୁ ହରାଇଛି।

ନିମପୁର ଗ୍ରାଉଣ୍ଡରେ ସୋନପୁର ୪ ୱିକେଟରେ ମାଲକାନଗିରିକୁ, ମୟୂରଭଞ୍ଜ ୪୩ ରନରେ ଗତପତିକୁ, ବିଡାନାସୀରେ ଇଷ୍ଟକୋଷ୍ଟ ରେଲୱେ ୯୭ ରନରେ ଖୋର୍ଦ୍ଧାକୁ, କଟକ ବି- ୬ ୱିକେଟରେ ଅନୁଗୋଳକୁ, ରେଭେନ୍ସା ଗ୍ରାଉଣ୍ଡରେ ଗଞ୍ଜାମ ୧୦ ୱିକେଟରେ ରାୟଗଡ଼ାକୁ, ଢେଙ୍କାନାଳ ୧୨ ରନରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି।

କିଟ୍ ଷ୍ଟାଡିୟମରେ ଭୁବନେଶ୍ୱର-ଏ ୮ ୱିକେଟରେ ପୁରୀକୁ, ଭୁବନେଶ୍ୱର-ବି ୮ ୱିକେଟରେ ଝାରସୁଗୁଡ଼ାକୁ, ବିକାଶ ଗ୍ରାଉଣ୍ଡରେ ସମ୍ବଲପୁର ୫୦ ରନରେ କିଟକୁ, ବଲାଙ୍ଗିର ୧୧ ରନରେ ବରଗଡ଼କୁ, ମୁଳା ପଡ଼ିଆରେ ସୁନ୍ଦରଗଡ଼ ୮୧ ରନରେ ବୌଦ୍ଧକୁ, କନ୍ଧମାଳ ୧ ରନରେ ନୂଆପଡ଼ାକୁ, ସେଞ୍ଚୁରିଅନରେ କୋରାପୁଟ ୭ ୱିକେଟରେ କଳାହାଣ୍ଡିକୁ ଏବଂ ନବରଙ୍ଗପୁର ୧୦ ୱିକେଟରେ ଦେବଗଡ଼କୁ ପରାସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos