ଓଡ଼ିଶାର ରଣଜୀ ଅଭିଯାନ ଶେଷ, ରାଜସ୍ଥାନଠାରୁ ୨ୱିକେଟରେ ପରାସ୍ତ

ଜୟପୁର: ଜୟପୁର ରଣଜୀ ମୁକାବିଲାରେ ରାଜସ୍ଥାନଠାରୁ ହାରିଯାଇଛି ଓଡ଼ିଶା। ରାଜସ୍ଥାନ ୨ ୱିକେଟରେ ଏହି ମ୍ୟାଚକୁ ଜିତିଯାଇଛି। ପରାଜୟ ସହିତ ଚଳିତ ରଣଜୀ ସିଜିନ୍ ଶେଷ କରିଛି ଓଡ଼ିଶା ଦଳ। ଦଳ ମୋଟ ୮ଟି ମ୍ୟାଚ୍ ଖେଳି ଗୋଟିକରେ ବିଜୟ ଲାଭ କରିଥିବା ବେଳେ ୩ଟିରେ ହାରିଛି ଓ ୪ଟି ମ୍ୟାଚ୍ ଡ୍ର ରଖିଛି। ଓଡ଼ିଶା ଏହି ମ୍ୟାଚରେ ପ୍ରଥମ ଇନିଂସରେ ୧୫୧ ରନ୍ ସଂଗ୍ରହ କରିଥିଲା। ରାଜସ୍ଥାନ ଦଳ ପ୍ରଥମ ଇନିଂସରେ ମାତ୍ର ୫୧ ରନରେ […]

Odisha vs rajastan

Odisha vs rajastan

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 10:14 AM IST

Sports

Latest News

ଜୟପୁର: ଜୟପୁର ରଣଜୀ ମୁକାବିଲାରେ ରାଜସ୍ଥାନଠାରୁ ହାରିଯାଇଛି ଓଡ଼ିଶା। ରାଜସ୍ଥାନ ୨ ୱିକେଟରେ ଏହି ମ୍ୟାଚକୁ ଜିତିଯାଇଛି। ପରାଜୟ ସହିତ ଚଳିତ ରଣଜୀ ସିଜିନ୍ ଶେଷ କରିଛି ଓଡ଼ିଶା ଦଳ। ଦଳ ମୋଟ ୮ଟି ମ୍ୟାଚ୍ ଖେଳି ଗୋଟିକରେ ବିଜୟ ଲାଭ କରିଥିବା ବେଳେ ୩ଟିରେ ହାରିଛି ଓ ୪ଟି ମ୍ୟାଚ୍ ଡ୍ର ରଖିଛି।

ଓଡ଼ିଶା ଏହି ମ୍ୟାଚରେ ପ୍ରଥମ ଇନିଂସରେ ୧୫୧ ରନ୍ ସଂଗ୍ରହ କରିଥିଲା। ରାଜସ୍ଥାନ ଦଳ ପ୍ରଥମ ଇନିଂସରେ ମାତ୍ର ୫୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଓଡ଼ିଶା ଦଳ ଦ୍ୱିତୀୟ ଇନିଂସରେ ୧୨୯ ରନ୍ ଅଲଆଉଟ୍ ହୋଇଯିବା ସହିତ ରାଜସ୍ଥାନ ସମ୍ମୁଖରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ଖେଳି ଦଳ ବିଜୟ ଲାଭ କରିଛି। ଦଳ ପକ୍ଷରୁ ଉଭୟ ଇନିଂସରେ ମିଶି ୧୦ଟି ୱିକେଟ୍ ନେଇଥିବା ଏ.ଭି ଚୌଧରୀଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

ରାଜସ୍ଥାନ ଆଗରେ ଓଡ଼ିଶା ରଖିଥିଲା ୨୩୦ ରନର ବିଜୟ ଲକ୍ଷ୍ୟ। ଗତକାଲି ରାଜସ୍ଥାନ ଦଳ ଦୁଇ ୱିକେଟ୍ ହରାଇ ୭୯ ରନ୍ କରିଥିଲା। ଗତକାଲିଠାରୁ କ୍ରିଜରେ ଥିବା ଟି.ଏମ୍ ଉଲ୍ ହକ୍ ଓ ପିଆର୍ ଯାଦବ ଆଜି ଖେଳ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୮୪ରେ ପହଞ୍ଚିଥିବା ବେଳେ ଯାଦବ ଆଉଟ୍ ହୋଇଥିଲେ। ସେ ୫୯ ରନ୍ କରି ଆଉଟ୍ ହୋଇଥିଲେ। ହକ୍ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ମାତ୍ର ୧୨ ରନ୍ କରି ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୧୦୨ରେ ପହଞ୍ଚିଥିଲା। ଏହା ପରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଆଶୋକ ମନାରିଆ, ରଜତ ଭାଟିଆ ଓ ଏସଏସ୍ ଡୋବାଲ୍। ମେନାରିଆ ୨୦ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଦଳକୁ ବିଜୟ ଲକ୍ଷ୍ୟ ପୂରଣ କରିବା ଦିଗରେ ବଡ଼ ଭୂମିକା ନିଭାଇ ଥିଲେ ଭାଟିଆ ଓ ଡୋବାଲ୍। ଭାଟିଆ ୯୬ଟି ବଲରୁ ୩୧ ରନ୍ କରିଥିବା ବେଳେ ଡୋବାଲ୍ ୫୨ଟି ବଲରୁ ୫୨ ରନ୍ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୯୪ ରନରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଥିଲେ ଡୋବାଲ୍। ତା’ପରେ ଆଉଟ୍ ହୋଇଥିଲେ ଭାଟିଆ। ସେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ପହଞ୍ଚିଥିଲା ୨୧୦ରେ। ତେବେ ଡି.ଏଚ୍ ୟାଗନିକ ଓ ପଙ୍କଜ ସିଂହ ନଟଆଉଟ୍ ରହି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ୟାଗନିକ ୧୯ଟି ବଲରୁ ୧୬ ରନ୍ କରିଥିଲେ।

ଓଡ଼ିଶା ପକ୍ଷରୁ ଦ୍ୱିତୀୟ ଇନିଂସରେ ବସନ୍ତ ମହାନ୍ତି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଆଲୋକ ସାହୁ ଓ ଆଲୋକ ମଙ୍ଗରାଜ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଦୀପକ ବେହେରା ଗୋଟିଏ ୱିକେଟ୍ ନେବାକୁ ସଫଳ ହୋଇଥିଲେ। ପ୍ରଥମ ଇନିଂସରେ ଘରୋଇ ରାଜସ୍ଥାନକୁ ମାତ୍ର ୫୧ ରନରେ ସୀମିତ କରି ଦେଇଥିବା ଓଡ଼ିଶାର ବୋଲରମାନେ ଦ୍ୱିତୀୟ ଇନିଂସରେ ସେହି କିମିଆ ଦେଖାଇ ପାରି ନ ଥିଲେ। ଫଳରେ ୮ଟି ୱିକେଟ୍ ହରାଇ ରାଜସ୍ଥାନ ଦଳ ୨୩୦ ରନର ବିଜୟ ଲକ୍ଷ୍ୟକୁ ପାର୍ କରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos