ବିଜୟ ହଜାରେ ଟ୍ରଫି: ଦିଲ୍ଲୀଠାରୁ ହାରିଲା ଓଡ଼ିଶା

ଭଦୋଦରା: ଚଳିତ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଏଲିଟ୍ ଗ୍ରୁପ୍‌-ବି’ର ଏକ ମ୍ୟାଚରେ ଓଡ଼ିଶା ୬୩ ରନରେ ଦିଲ୍ଲୀ ନିକଟରୁ ପରାସ୍ତ ହୋଇଛି। ଉକ୍ତ ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୯୯ ରନ୍ କରିଥିଲା। ଜବାବରେ ଓଡ଼ିଶା ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୬ ରନ୍ କରିବାକୁ ସକ୍ଷମ ହୋଇଛି। […]

nitish

nitish

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 06:20 PM IST

Sports

Latest News

ଭଦୋଦରା: ଚଳିତ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଏଲିଟ୍ ଗ୍ରୁପ୍‌-ବି'ର ଏକ ମ୍ୟାଚରେ ଓଡ଼ିଶା ୬୩ ରନରେ ଦିଲ୍ଲୀ ନିକଟରୁ ପରାସ୍ତ ହୋଇଛି। ଉକ୍ତ ମ୍ୟାଚରେ ଓଡ଼ିଶା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୯୯ ରନ୍ କରିଥିଲା। ଜବାବରେ ଓଡ଼ିଶା ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୬ ରନ୍ କରିବାକୁ ସକ୍ଷମ ହୋଇଛି।

୩୦୦ ରନର ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ପୁଣିଥରେ ଲଢ଼ୁଆ ଇନିଂସ୍ ଖେଳିଥିଲେ। ହେଲେ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତରଫରୁ କୌଣସି ସହଯୋଗ ମିଳିନଥିଲା, ଯେଉଁକାରଣରୁ ଓଡ଼ିଶା ଏହି ବଡ଼ ଲକ୍ଷ୍ୟକୁ ହାସଲ କରିବାରୁ ବଞ୍ଚିତ ହୋଇଥିଲା। ଶୁଭ୍ରାଂଶୁ ୭୭ ବଲରେ ୮ ଚୌକା ଓ ୨ ଛକା ସହ ସର୍ବାଧିକ ୭୭ ରନ୍ କରିଥିବା ବେଳେ ସନ୍ଦୀପ ପଟ୍ଟନାୟକ ୨୮ ଓ ଗୋବିନ୍ଦ ପୋଦ୍ଦାର ୨୩ ରନ୍ କରିଥିଲେ। ରାଜେଶ ମହାନ୍ତି ୩୯ ଓ ଅଭିଷେକ ରାଉତ ୩୨ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ମନନ୍ ଶର୍ମା ୩ଟି ଓ ନୀତୀଶ ରାଣା ୨ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ୱିକେଟ୍ ହରାଇଥିଲା। କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅନୁଜ ରାୱତ, କ୍ୟାପଟେନ୍ ଧ୍ରୁବ ଶୋରେ ଓ ନୀତୀଶ ରାଣା ଅର୍ଦ୍ଧଶତକ ମାରି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦିଲ୍ଲୀ ପକ୍ଷରୁ ଅନୁଜ ୬୯ (୮୮ ବଲ୍‌, ୪ ଚୌକା, ୩ ଛକା), ଧ୍ରୁବ ୫୧ (୫୩ ବଲ୍ ୪ ଚୌକା, ୨ ଛକା), ନୀତୀଶ ୫୬ (୪୫ ବଲ୍‌, ୫ ଚୌକା, ୩ ଛକା) ଓ ହିତେନ୍ ଦଲାଲ୍ ୪୫ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଲଲିତ ଯାଦବ ଦ୍ରୁତ ୪୬ (୨୭ ବଲ୍‌, ୩ ଚୌକା, ୩ ଛକା) ରନ୍ କରି ଦିଲ୍ଲୀ ସ୍କୋରକୁ ୨୯୯ ରନରେ ପହଞ୍ଚାଇଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଓ ପପୁ ରୟ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story