କାମ ଦେଲାନି କ୍ୟାପଟେନ୍ ପରିବର୍ତ୍ତନ, ପୁଣି ହାରିଲା ଓଡ଼ିଶା

କୋଲକାତା: କାମ ଦେଲାନି କ୍ୟାପଟେନ୍ ପରିବର୍ତ୍ତନ। ପୁଣି ହାରିଲା ଓଡ଼ିଶା। ଚଳିତ ସୟଦ ମୁସ୍ତାକ ଅଲି ଟ୍ରଫିରେ ଓଡ଼ିଶା ଲଗାତର ତୃତୀୟ ମୁକାବିଲାରେ ପରାସ୍ତ ହୋଇଛି। ଓଡ଼ିଶା ଆଜି ତା’ର ତୃତୀୟ ମ୍ୟାଚରେ ତାମିଲନାଡୁ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ଲଗାତର ତିନୋଟି ପରାଜୟ ସହ ଓଡ଼ିଶାର ନକଆଉଟ୍ ଆଶା ମଉଳିଯାଇଛି। ଦିନକ ତଳେ ଶୁଭ୍ରାଂଶୁ ସେନାପତି କ୍ୟାପଟେନ୍ ପଦ ଛାଡ଼ିଥିବା ବେଳେ ତାଙ୍କ ସ୍ଥାନରେ ବିପ୍ଳବ ସାମନ୍ତରାୟଙ୍କୁ ଓଡ଼ିଶା ଟିମର ମଙ୍ଗ ଦିଆଯାଇଥିଲା। କୋଲାକାତାର […]

odisha

odisha

Ranjit Kumar Jena
  • Published: Thursday, 14 January 2021
  • Updated: 14 January 2021, 04:58 PM IST

Sports

Latest News

କୋଲକାତା: କାମ ଦେଲାନି କ୍ୟାପଟେନ୍ ପରିବର୍ତ୍ତନ। ପୁଣି ହାରିଲା ଓଡ଼ିଶା। ଚଳିତ ସୟଦ ମୁସ୍ତାକ ଅଲି ଟ୍ରଫିରେ ଓଡ଼ିଶା ଲଗାତର ତୃତୀୟ ମୁକାବିଲାରେ ପରାସ୍ତ ହୋଇଛି। ଓଡ଼ିଶା ଆଜି ତା'ର ତୃତୀୟ ମ୍ୟାଚରେ ତାମିଲନାଡୁ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ଲଗାତର ତିନୋଟି ପରାଜୟ ସହ ଓଡ଼ିଶାର ନକଆଉଟ୍ ଆଶା ମଉଳିଯାଇଛି। ଦିନକ ତଳେ ଶୁଭ୍ରାଂଶୁ ସେନାପତି କ୍ୟାପଟେନ୍ ପଦ ଛାଡ଼ିଥିବା ବେଳେ ତାଙ୍କ ସ୍ଥାନରେ ବିପ୍ଳବ ସାମନ୍ତରାୟଙ୍କୁ ଓଡ଼ିଶା ଟିମର ମଙ୍ଗ ଦିଆଯାଇଥିଲା।

କୋଲାକାତାର ଇଡେନ୍ ଗାର୍ଡେନ୍ସଠାରେ ଖେଳାଯାଇଥିବା ଗ୍ରୁପ୍-ବି'ର ଏହି ମ୍ୟାଚରେ ଓଡ଼ିଶା କ୍ୟାପଟେନ୍ ବିପ୍ଳବ ସାମନ୍ତରାୟ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ନୈରାଶ୍ୟଜନକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା। ଦଳ ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୨୩ ରନ୍ କରିଥିବା ବେଳେ ରାଜେଶ ଧୂପର ୨୨, ଶୁଭ୍ରାଂଶୁ ସେନାପତି ୨୦, ଡେବ୍ୟୁଟାଣ୍ଟ ଗୌରବ ଚୌଧୁରୀ ୧୯, ସର୍ବେଶ୍ୱର ମହାନ୍ତି ୧୬, ଗୋବିନ୍ଦ ପୋଦ୍ଦାର ୮, କ୍ୟାପଟେନ୍ ବିପ୍ଳବ ସାମନ୍ତରାୟ ୭, ଅଙ୍କିତ ଯାଦବ ୪ ରନ୍ କରିଥିଲେ। ତାମିଲନାଡୁ ପକ୍ଷରୁ ମୁରୁଗାନ ଅଶ୍ୱିନ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ୍ କ୍ରିଷ୍ଟ ଓ ଏମ୍. ମହମ୍ମଦ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

ଜବାବରେ ତାମିଲନାଡୁ ୧୫.୧ ଓଭରରେ ୨ ୱିକେଟ୍ ହରାଇ ୧୩୬ ରନ୍ କରି ଏକତରଫା ବିଜୟ ଲାଭ କରିଛି। ତାମିଲନାଡୁର ନାରାୟଣ ଜଗଦୀଶାନ ୬୧ (୩୮ ବଲ୍, ୪ ଚୌକା, ୪ ଛକା) ଓ ହରି ନିଶାନ୍ତ ୨୯ ରନ୍ କରି ଆଉଟ୍ ହୋଇଥିଲେ। ଅରୁଣ କାର୍ତ୍ତିକ ୨୮ ଓ ଶାହରୁଖ ଖାନ୍ ୧୮ ରନ୍ କରି ଅପରାଜିତ ଥିଲେ। ଓଡ଼ିଶାର ପପୁ ରୟ ଓ ଅଙ୍କିତ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos