ହଠାତ୍‌ ଫୁଟବଲକୁ ଅଲବିଦା କହିଲେ ଗାରେଥ ବାଲେ

କାର୍ଡିଫ: ବିଶ୍ୱ ଫୁଟବଲର ଅନ୍ୟତମ ପରିଚିତ ଚେହେରା ତଥା ୱେଲ୍ସର ଷ୍ଟାର ଫୁଟବଲର ଗାରେଥ ବାଲେ ଆଜି ହଠାତ୍‌ ନିଜର ପ୍ରିୟ ଖେଳ ଫୁଟବଲକୁ ଅଲିବଦା କହିଛନ୍ତି। ସେ ଫୁଟବଲର ସବୁ ଫର୍ମାଟ ଅର୍ଥାତ କ୍ଲବ ଓ ଅନ୍ତର୍ଜାତୀୟ ସ୍ତରରୁ ଅବସର ଘୋଷଣା କରିଛନ୍ତି। ନିକଟରେ ଶେଷ ହୋଇଥିବା ଫିଫା ଫୁଟବଲ ବିଶ୍ୱକପରେ ୩୩ ବର୍ଷୀୟ ବାଲେଙ୍କୁ ଦେଖିବାକୁ ମିଳିଥିଲା। ହେଲେ ତାଙ୍କ ଦଳ ୱେଲ୍ସ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲା। ବିଶ୍ୱକପ ସରିବାର […]

bale

bale

Hemant Lenka
  • Published: Monday, 09 January 2023
  • Updated: 09 January 2023, 09:30 PM IST

Sports

Latest News

କାର୍ଡିଫ: ବିଶ୍ୱ ଫୁଟବଲର ଅନ୍ୟତମ ପରିଚିତ ଚେହେରା ତଥା ୱେଲ୍ସର ଷ୍ଟାର ଫୁଟବଲର ଗାରେଥ ବାଲେ ଆଜି ହଠାତ୍‌ ନିଜର ପ୍ରିୟ ଖେଳ ଫୁଟବଲକୁ ଅଲିବଦା କହିଛନ୍ତି। ସେ ଫୁଟବଲର ସବୁ ଫର୍ମାଟ ଅର୍ଥାତ କ୍ଲବ ଓ ଅନ୍ତର୍ଜାତୀୟ ସ୍ତରରୁ ଅବସର ଘୋଷଣା କରିଛନ୍ତି।

ନିକଟରେ ଶେଷ ହୋଇଥିବା ଫିଫା ଫୁଟବଲ ବିଶ୍ୱକପରେ ୩୩ ବର୍ଷୀୟ ବାଲେଙ୍କୁ ଦେଖିବାକୁ ମିଳିଥିଲା। ହେଲେ ତାଙ୍କ ଦଳ ୱେଲ୍ସ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲା। ବିଶ୍ୱକପ ସରିବାର କିଛି ଦିନ ପରେ ହିଁ ବାଲେ ଫୁଟବଲକୁ ବାଏବାଏ କହିଛନ୍ତି।

କାର୍ଡିଫରେ ଜନ୍ମିତ ବାଲେ ବିଶ୍ୱକପର ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲେ। ବାଲେଙ୍କ ଚମକ ଫିକା ପଡ଼ିବା ସହ ୱେଲ୍ସ ମଧ୍ୟ ୩ଟି ମ୍ୟାଚ୍‌ରୁ ଦୁଇଟିରେ ହାରିଥିଲା। ଏଥିପାଇଁ ଦଳକୁ ଗ୍ରୁପ ପର୍ଯ୍ୟାୟରୁ ହିଁ ବିଦା ହେବାକୁ ପଡ଼ିଥିଲା।

ପ୍ରଫେସନାଲ ଫୁଟବଲକୁ ଅଲବିଦା ସମ୍ପର୍କରେ ବାଲେ ନିଜ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ସେ ଏତେ ଦିନ ଫୁଟବଲ ଖେଳିବାକୁ ସୁଯୋଗ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଜର ପରିବାର, ମ୍ୟାନେଜର ଓ ଅନ୍ୟ ସାଥୀ ଖେଳାଳିମାନଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।

ସେ କହିଛନ୍ତି, “ଅନେକ କିଛି ଚିନ୍ତା କରିବା ପରେ ମୁଁ ତତ୍କାଳ ଭାବେ କ୍ଲବ ଓ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରୁଛି। ଫୁଟବଲ ଖେଳିବା ପାଇଁ ମୁଁ ଦେଖିଥିବା ସ୍ୱପ୍ନ ପୂରଣ ହୋଇଥିବାରୁ ମୁଁ ନିଜକୁ ବହୁତ ଭାଗ୍ୟବାନ ମଣୁଛି। ଏହା ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ ହୋଇ ରହିବ।

୧୭ଟି ସିଜିନରେ ଖେଳିବା ଭାଗ୍ୟର କଥା। ଆଗକୁ ମୋ ଜୀବନରେ କ’ଣ ଘଟିବ ମୁଁ ଜାଣିନି। କିନ୍ତୁ ଯାହା ବି ମୁଁ ପାଇଛି, ସେତିକିରେ ସନ୍ତୁଷ୍ଟ। ମୋର ପ୍ରଥମ ଟିମ ସାଉଥାମ୍ପଟନ ଠାରୁ ଆରମ୍ଭ କରି ଶେଷ ଟିମ ଏଲଏଏଫସିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ।

ଦେଶ ପାଇଁ ୧୧୧ଟି ମ୍ୟାଚରେ ଖେଳିବା ଓ କ୍ୟାପ୍ଟେନ୍ସି କରିବା ସତରେ ମୋ ସ୍ୱପ୍ନକୁ ସତ କରିଛି। ୯ ବର୍ଷର ହୋଇଥିବା ବେଳେ ମୁଁ ଫୁଟବଲ ଖେଳିବାକୁ ସ୍ୱପ୍ନ ଦେଖିଥିଲି। ଏହି ସ୍ୱପ୍ନ ମୋର ପୂରଣ ହୋଇଛି। ମୋ ସ୍ୱପ୍ନକୁ ପୂରଣ କରିଥିବା ସମସ୍ତ କୋଚ, ମ୍ୟାନେଜର, କର୍ମଚାରୀ ଓ ପରିବାର ଲୋକଙ୍କୁ ଧନ୍ୟବାଦ।”

୨୦୦୬ରୁ ୨୦୦୭ ଯାଏ ବାଲେ ସାଉଥାମ୍ପଟ ପାଇଁ ୪୦ଟି ମ୍ୟାଚ୍‌ ଖେଳି ୫ଟି ଗୋଲ ସ୍କୋର କରିଥିଲେ। ୨୦୦୭ରୁ ୨୦୧୩ ଯାଏ ସେ ଟୋଟେନହାମ ହଟସପୁର ପାଇଁ ଖେଳିଥିଲେ। ସେ ଏହି କ୍ଲବ ପକ୍ଷରୁ ୧୪୬ଟି ମ୍ୟାଚ୍‌ ଖେଳି ୪୨ଟି ଗୋଲ ଦେଇଥିଲେ। ସେ ରିୟଲ ମାଦ୍ରିଦ ପାଇଁ ସବୁଠାରୁ ଅଧିକ ୧୭୬ ମ୍ୟାଚ୍‌ ଖେଳି ୮୧ଟି ଗୋଲ ସ୍କୋର କରିଥିଲେ। ଲସ ଆଞ୍ଜେଲସ ଏଫସି ପାଇଁ ମଧ୍ୟ ବାଲେ ଖେଳିଛନ୍ତି। ସେ ମୋଟ ୩୯୪ଟି କ୍ଲବ ମ୍ୟାଚ୍‌ ଖେଳି ୧୪୧ଟି ଗୋଲ ଦେଇଥିଲେ।

View this post on Instagram

A post shared by Gareth Bale (@garethbale11)

ୱେଲ୍ସ ପାଇଁ ସେ ୧୧୧ଟି ମ୍ୟାଚ୍‌ ଖେଳି ୪୧ଟି ଗୋଲ ସ୍କୋର କରିଥିଲେ। ଦେଶ ପାଇଁ ସେ ବିଶ୍ୱକପରେ ନିଜର ଶେଷ ଗୋଲ ମାରିଥିଲେ। ଏବେ ତାଙ୍କୁ ଆଉ ‍ଫୁଟବଲ ଖେଳୁଥିବା ଦେଖିବାକୁ ମିଳିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story