ସମ୍ମାନ ରଖିଲେ ହାର୍ଦ୍ଦିକ ଓ ଜାଡେଜା, ଟିମ୍ ଇଣ୍ଡିଆ ୩୦୨/୫

କ୍ୟାନବେରା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ଜବରଦସ୍ତ ବ୍ୟାଟିଂ ସହାୟତାରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୨ ରନ୍ କରିଛି। ଫଳରେ କ୍ଲିନସୁଇପ୍ ପାଇଁ ଅଷ୍ଟ୍ରେଲିଆକୁ ୩୦୩ ରନ କରିବାକୁ ପଡ଼ିବ। ଏକ ସମୟରେ ଭାରତର ସ୍କୋର ୫ ୱିକେଟରେ ୧୫୨ ରନରେ ଥିଲା, କିନ୍ତୁ ହାର୍ଦ୍ଦିକ ଓ […]

pandya

pandya

Ranjit Kumar Jena
  • Published: Wednesday, 02 December 2020
  • Updated: 02 December 2020, 12:47 PM IST

Sports

Latest News

କ୍ୟାନବେରା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ଜବରଦସ୍ତ ବ୍ୟାଟିଂ ସହାୟତାରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୨ ରନ୍ କରିଛି। ଫଳରେ କ୍ଲିନସୁଇପ୍ ପାଇଁ ଅଷ୍ଟ୍ରେଲିଆକୁ ୩୦୩ ରନ କରିବାକୁ ପଡ଼ିବ।

ଏକ ସମୟରେ ଭାରତର ସ୍କୋର ୫ ୱିକେଟରେ ୧୫୨ ରନରେ ଥିଲା, କିନ୍ତୁ ହାର୍ଦ୍ଦିକ ଓ ଜାଡେଜା ନିଜ କାନ୍ଧକୁ ଦାୟିତ୍ୱ ନେଇଥିଲେ ଏବଂ ଷଷ୍ଠ ୱିକେଟ୍‌ ପାଇଁ ରେକର୍ଡ ୧୫୦ ରନର ପାର୍ଟନରଶିପ୍ କରି ଟିମକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଛନ୍ତି। ହାର୍ଦ୍ଦିକ ୭୬ ବଲରେ ୭ ଚୌକା ଓ ୧ ଛକା ସହ ୯୨ ଓ ଜାଡେଜା ୫୦ ବଲରେ ୫ ଚୌକା ଓ ୩ ଛକା ସହ ୬୬ ରନ୍ କରି ଅପରାଜିତ ରହିଛନ୍ତି।

ପ୍ରଥମ ଦୁଇଟି ମ୍ୟାଚରେ ଟସ୍ ହାରିବା ପରେ ଆଜି କୋହଲିଙ୍କୁ ଭାଗ୍ୟ ସାଥ୍ ଦେଇଥିଲା। କୋହଲି ଟସ୍ ଜିତି ବିନା ଦ୍ୱିଧାରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଓପନ୍ କରିବାକୁ ଶୁବମନ୍ ଗିଲ୍ ଓ ଶିଖର ଧୱନ୍ ନୈରାଶ୍ୟଜନକ ଆରମ୍ଭ କରିଥିଲେ। ଧୱନ୍ ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ବ୍ୟକ୍ତିଗତ ୧୬ ରନ୍ କରି ସିନ୍ ଆବୋଟ୍ଟଙ୍କ ଶିକାର ହୋଇଥିଲେ। ଧୱନଙ୍କ ଆଉଟ୍ ପରେ ଗିଲ୍ ଓ କ୍ୟାପଟେନ୍ କୋହଲି ୨ୟ ୱିକେଟ୍‌ ପାଇଁ ୫୬ ରନର ପାର୍ଟନରଶିପ୍ କରିଥିଲେ।

ଟିମର ସ୍କୋର ୮୨ ଥିବା ବେଳେ ଗିଲ୍ (୩୩)ଙ୍କୁ ଆଷ୍ଟନ୍ ଆଗର୍ ପ୍ୟାଭିଲିୟନ୍ ପଠାଇଥିଲେ। କୋହଲି ଗୋଟିଏ ପଟେ ଧୈର୍ଯ୍ୟର ବ୍ୟାଟିଂ ଅର୍ଦ୍ଧଶତକ ମାରିଥିବା ବେଳେ ଶ୍ରେୟସ୍ ଆୟର୍ (୧୯) ଓ ଲୋକେଶ ରାହୁଲ୍ (୫) ନିରାଶ କରିଥିଲେ। ହାଫ୍‌ ସେଞ୍ଚୁରୀ କରିବା ପରେ କୋହଲି ନିଜ ୱିକେଟ୍‌ ଦେଇ ବସିଥିଲେ। ସେ ୭୮ ବଲରେ ୫ ଚୌକା ସହ ୬୩ ରନ୍ କରି ଜୋଶ ହେଜଲଉଡଙ୍କ ବଲରେ ଆଉଟ୍ ହୋଇଥିଲେ। ଏହି ସମୟରେ ଟିମର ସ୍କୋର ୫ ୱିକେଟରେ ୧୫୨ ରନରେ ଥିଲା। ଏହିଠାରୁ ହାର୍ଦ୍ଦିକ ଓ ଜାଡେଜା ମଙ୍ଗ ଧରିଥିଲେ।

ଦୁହେଁ ଘରୋଇ ଦଳର ସ୍ପିନରଙ୍କୁ ସତର୍କତାର ସହ ଖେଳିଥିଲେ ଏବଂ ସ୍କୋରକୁ ଧୀରେ ଧୀରେ ଆଗକୁ ବଢ଼ାଇଥିଲେ। ତେବେ ୪୫ ଓଭର ପରେ ଦୁହେଁ ଗିୟର ବଦଳାଇଥିଲେ। ଶେଷ ୫ ଓଭରରେ ହାର୍ଦ୍ଦିକ ଓ ଜାଡେଜା ୭୬ ରନ୍ ଯୋଡ଼ି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ଦୁହେଁ ଅଷ୍ଟ୍ରେଲିଆ ପକ୍ଷରୁ ଆଗର ୨ଟି, ହେଜଲଉଡ୍, ଆବୋଟ୍ଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story