ପିସିବିକୁ ତୃଣମୂଳ ସ୍ତରକୁ ଯିବାକୁ ପଡିବ: ଆଫ୍ରିଦି

କରାଚୀ: ପାକିସ୍ତାନ କ୍ରିକେଟର ଉନ୍ନତି ପାଇଁ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିସିବିକୁ ତୃଣମୂଳ ସ୍ତରକୁ ଯିବାକୁ ପଡିବ। ତୃଣମୂଳ ସ୍ତରରୁ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣି କାର୍ଯ୍ୟ କରିବାକୁ ପଡିବ। ମଙ୍ଗଳବାର ଏହା କହିଛନ୍ତି ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶାହିଦ୍‌ ଆଫ୍ରିଦି। ସେ କହିଛନ୍ତି,“ଏବେ ମୁଁ ଯାହା ଦେଖୁଛି ଆମ ପଛରେ ସେତେ ଭଲ ପ୍ରତିଭା ନାହାନ୍ତି। ଆମେ ଏବେ କୌଣସି ଯୁବ ଖେଳାଳିଙ୍କୁ ଖୋଜି ପାଉ ନାହୁଁ। ମୁଁ ଭାବୁଛି ପାକିସ୍ତାନ ବୋର୍ଡ ସ୍କୁଲ […]

Shahid-Afridi

Shahid-Afridi

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 12:26 PM IST

Sports

Latest News

କରାଚୀ: ପାକିସ୍ତାନ କ୍ରିକେଟର ଉନ୍ନତି ପାଇଁ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିସିବିକୁ ତୃଣମୂଳ ସ୍ତରକୁ ଯିବାକୁ ପଡିବ। ତୃଣମୂଳ ସ୍ତରରୁ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣି କାର୍ଯ୍ୟ କରିବାକୁ ପଡିବ। ମଙ୍ଗଳବାର ଏହା କହିଛନ୍ତି ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶାହିଦ୍‌ ଆଫ୍ରିଦି।

ସେ କହିଛନ୍ତି,“ଏବେ ମୁଁ ଯାହା ଦେଖୁଛି ଆମ ପଛରେ ସେତେ ଭଲ ପ୍ରତିଭା ନାହାନ୍ତି। ଆମେ ଏବେ କୌଣସି ଯୁବ ଖେଳାଳିଙ୍କୁ ଖୋଜି ପାଉ ନାହୁଁ। ମୁଁ ଭାବୁଛି ପାକିସ୍ତାନ ବୋର୍ଡ ସ୍କୁଲ କ୍ରିକେଟରଙ୍କ ଉପରେ ଦୃଷ୍ଟି ନିକ୍ଷେପ କରୁ।”

ସୂଚନାଯୋଗ୍ୟ, ଏସିଆକପ୍‌ ଓ ଟି-୨୦ ବିଶ୍ୱକପ୍‌ରେ ଦଳର ଶୋଚନୀୟ ପରାଜୟ ପରେ ଗତମାସରେ ଆଫ୍ରିଦି ଅଧିନାୟକ ପଦ ଛାଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos