ସୟଦ ମୁସ୍ତାକ୍ ଅଲୀ ଟ୍ରଫି: ବିଜୟଧାରାକୁ ଫେରିଲା ଓଡ଼ିଶା

ସୁରତ: କ୍ୟାପଟେନ୍ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟଙ୍କ ଦମଦାର ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ସୟଦ ମୁସ୍ତାକ ଅଲୀ ଟି-୨୦ରେ ବିଜୟଧାରାକୁ ଫେରିଛି। ଗୁରୁବାର ଓଡ଼ିଶା ତା’ର ତୃତୀୟ ମ୍ୟାଚରେ ସୌରାଷ୍ଟ୍ରକୁ ୪୯ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶାକୁ ୪ ପଏଣ୍ଟ ମିଳିଛି। ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା କ୍ୟାପଟେନ୍ ପୋଦ୍ଦାର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପ୍ରାରମ୍ଭିକ […]

poddar

poddar

Ranjit Kumar Jena
  • Published: Thursday, 14 November 2019
  • Updated: 14 November 2019, 06:41 PM IST

Sports

Latest News

ସୁରତ: କ୍ୟାପଟେନ୍ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟଙ୍କ ଦମଦାର ଅର୍ଦ୍ଧଶତକ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ସୟଦ ମୁସ୍ତାକ ଅଲୀ ଟି-୨୦ରେ ବିଜୟଧାରାକୁ ଫେରିଛି। ଗୁରୁବାର ଓଡ଼ିଶା ତା'ର ତୃତୀୟ ମ୍ୟାଚରେ ସୌରାଷ୍ଟ୍ରକୁ ୪୯ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶାକୁ ୪ ପଏଣ୍ଟ ମିଳିଛି।

ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା କ୍ୟାପଟେନ୍ ପୋଦ୍ଦାର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ପୋଦ୍ଦାର ଓ ବିପ୍ଳବଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୬୩ ରନ୍ କରିଥିଲା। ବିପ୍ଳବ ସର୍ବାଧିକ ୬୦ (୩୫ ବଲ୍, ୫ ଚୌକା, ୨ ଛକା) ରନ୍ ଏବଂ ଗୋବିନ୍ଦ ୫୭ (୪୨ ବଲ୍, ୫ ଚୌକା, ୨ ଛକା) ରନ୍ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଶୁଭ୍ରାଂଶୁ ସେନାପତି ୧୯, ଅରବିନ୍ଦ ସିଂହ ୧୪ ଅଙ୍କିତ ଯାଦବ ୭ ଓ ସନ୍ଦୀପ ପଟ୍ଟନାୟକ ୩ ରନର ଯୋଗଦାନ କରିଥିଲେ। ସୌରାଷ୍ଟ୍ରର ଜୟଦେବ ଉନାଦକତ୍, କୁଶାଙ୍ଗ ପଟେଲ୍ ଓ ଜୟ ଚୌହାନ୍ ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

୧୬୪ ରନର ଲକ୍ଷ୍ୟର ପିଛା କରୁଥିବା ସୌରାଷ୍ଟ୍ର ୧୯.୩ ଓଭରରେ ୧୧୪ ରନ୍ କରି ଅଲଆଉଟ୍ ହୋଇଥିଲା। ଟିମ୍ ପକ୍ଷରୁ ହରମିତ୍ ଦେଶାଇ ୨୬, ସମର୍ଥ ବ୍ୟାସ ୧୮, ଶେଲଡନ୍ ଜ୍ୟାକସନ୍ ୧୭, ଉନାଦକତ୍ ୧୭ ଓ ଚିନ୍ତନ ଯାନୀ ୧୬ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଓଡ଼ିଶାର ସଫଳ ବୋଲର ଭାବେ ଗୋବିନ୍ଦ ୭ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ସେହିପରି ସ୍ପିନର ପପୁ ରୟ, ଦେବବ୍ରତ ପ୍ରଧାନ ଓ ଅଙ୍କିତ ଯାଦବ ୨ଟି ଲେଖାଏ ୱିକେଟ୍‌ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos