ଶୀର୍ଷକୁ ଫେରିଲେ ବିରାଟ୍‌

ଲଣ୍ଡନ୍‌: ନଟିଂହାମ୍‌ରେ ସ୍ମରଣୀୟ ବିଜୟ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୁଣିଥରେ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି। ସେ ଆଇସିସି ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଏକ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ବାସନ୍ଦାଦେଶ ପାଇଥିବା ଷ୍ଟିଭ୍‌ ସ୍ମିଥ୍‌କୁ ହଟାଇ ନଂ ୧ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପରେ କୋହଲି ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ର ଶୀର୍ଷରେ ପହଞ୍ଚିଥିଲେ। କିନ୍ତୁ ଲର୍ଡସ୍‌ ଟେଷ୍ଟରେ ବ୍ୟାଟିଂରେ ବିଫଳତା ଯୋଗୁ କୋହଲି ପୁଣି ଦ୍ୱିତୀୟ […]

virat1

virat1

Hemant Lenka
  • Published: Thursday, 23 August 2018
  • Updated: 23 August 2018, 03:02 PM IST

Sports

Latest News

ଲଣ୍ଡନ୍‌: ନଟିଂହାମ୍‌ରେ ସ୍ମରଣୀୟ ବିଜୟ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୁଣିଥରେ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି। ସେ ଆଇସିସି ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଏକ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ବାସନ୍ଦାଦେଶ ପାଇଥିବା ଷ୍ଟିଭ୍‌ ସ୍ମିଥ୍‌କୁ ହଟାଇ ନଂ ୧ ହୋଇଛନ୍ତି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପରେ କୋହଲି ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ର ଶୀର୍ଷରେ ପହଞ୍ଚିଥିଲେ। କିନ୍ତୁ ଲର୍ଡସ୍‌ ଟେଷ୍ଟରେ ବ୍ୟାଟିଂରେ ବିଫଳତା ଯୋଗୁ କୋହଲି ପୁଣି ଦ୍ୱିତୀୟ ସ୍ଥାନକୁ ଖସିଯାଇ ଥିଲେ।

ହେଲେ ନଟିଂହାମ୍‌ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ୯୭ ଓ ଦ୍ୱିତୀୟ ଇନିଂସ୍‌ରେ ୧୦୩ ରନ୍‌ କରିବା ପରେ କୋହଲି ପୁଣି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି।

ଆଇସିସି ତାଲିକା ଜାରି

ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁଯାୟୀ, ବିରାଟ୍‌ଙ୍କ ପାଖରେ ଏବେ ୯୩୭ ପଏଣ୍ଟ ରହିଛି।

ତେବେ ସେ ସର୍ବକାଳୀନ୍‌ ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ ରହିଥିବା ଶ୍ରେଷ୍ଠ ୧୦ ଜଣ ଖେଳାଳିଙ୍କ ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛନ୍ତି।

ଏହି ତାଲିକାର ଏକ ନମ୍ବର ସ୍ଥାନରେ ଡନ୍‌ ବ୍ରାଡ୍‌ମ୍ୟାନ୍‌(୯୬୧), ଷ୍ଟିଭ୍‌ ସ୍ମିଥ୍‌(୯୪୭), ଲେନ୍‌ ହଟନ୍‌(୯୪୫), ଜ୍ୟାକ୍‌ ହବ୍ସ ଓ ରିକି ପଣ୍ଟିଂ(ଉଭୟ ୯୪୨),  ପିଟର୍‌ ମେ’(୯୪୧) ଏବଂ ଗ୍ୟାରି ସୋବର୍ସ, କ୍ଲାଏଡ ୱାଲକଟ୍‌, ଭିଭିଆନ୍‌ ରିଚାର୍ଡସ୍‌ ଓ କୁମାର ସାଙ୍ଗାକାରା(ସମସ୍ତେ ୯୩୮) ପଏଣ୍ଟ ସହ ସର୍ବକାଳୀନ ଶ୍ରେଷ୍ଠ-୧୦ ତାଲିକାରେ ରହିଛନ୍ତି।

ବ୍ରାଡ୍‌ମ୍ୟାନ୍‌ ଓ ପଣ୍ଟିଂଙ୍କୁ ପଛରେ ପକାଇଲେ ବିରାଟ୍‌

ଅନ୍ୟପକ୍ଷରେ ବିରାଟ୍ ଆଉ ଏକ କୀର୍ତ୍ତିମାନ ରଚିଛନ୍ତି। ସେ ପ୍ରଥମ ଟେଷ୍ଟ୍‌ ଅଧିନାୟକ ଭାବେ ଭାରତ ଜିତିଥିବା ୭ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ କରିଛନ୍ତି। ଏଭଳି କରି ସେ ଡନ୍‌ ବ୍ରାଡ୍‌ମ୍ୟାନ୍‌ ଓ ରିକି ପଣ୍ଟିଂଙ୍କୁ  ପଛରେ ପକାଇ ଦେଇଛନ୍ତି। ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ୬ଟି ଟେଷ୍ଟ ମ୍ୟାଚ୍‌ରେ ଏହି ଦୁଇ ମହାନ କ୍ରିକେଟ୍‌ର ୨୦୦ ରନ୍‌ କରିବାର ରେକର୍ଡ କରିଥିଲେ। ବିରାଟ୍‌ଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ  ଭାରତ ଜିତିଥିବା ଗୋଟିଏ ମ୍ୟାଚ୍‌ରେ ୨୦୦ ରନ୍‌ କରିଥିଲେ।

ସେହିପରି ଅଧିନାୟକ ହିସାବରେ ୧୦ ଥର ଟେଷ୍ଟର ଦୁଇ ଇନିଂସରେ ୨୦୦ରୁ ଅଧିକ ରନ୍‌ କରି ବିରାଟ୍‌ ଆଉ ଏକ ଅନନ୍ୟ ରେକର୍ଡ କରିଛନ୍ତି।

ଅନ୍ୟ ଖେଳାଳିଙ୍କ ସ୍ଥିତିରେ ମଧ୍ୟ ସୁଧାର

କେବଳ ବିରାଟ୍‌ ନୁହନ୍ତି, ନଟିଂହାମ୍‌ ଟେଷ୍ଟ୍‌ ବିଜୟ ପରେ ଅଲରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ତାଲିକାରେ ୨୩ଟି ସ୍ଥାନ ଉଠି ୫୧ରେ ପହଞ୍ଚିଛନ୍ତି।

ସେହିପରି ଶ୍ରେଷ୍ଠ ଅଲରାଉଣ୍ଡର୍‌ ତାଲିକାରେ ପାଣ୍ଡ୍ୟା ୨୭ଟି ସ୍ଥାନ ଉଠି ୧୭ରେ ରହିଛନ୍ତି।

ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ୧୯ ତମ ସ୍ଥାନରେ ଥିବା ବେଳେ ଓପନର୍‌ ଶିଖର ଧୱନ୍‌ ପୂର୍ବଭଳି ୨୨ ତମ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ ଇଂଲଣ୍ଡର ୱିକେଟ୍‌କିପର୍‌-ବ୍ୟାଟସ୍‌ମ୍ୟାନ୍‌ ଜୋସ୍‌ ବଟଲର୍‌ ୨୨ଟି  ସ୍ଥାନ ଉପରକୁ ଉଠି ୪୭ରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story