ଏଲଏଲସିସି କପ୍‌: ଫାଇନାଲରେ ପ୍ରଗତି-ପାରାମାଉଣ୍ଟ ଟକ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାପଲ୍ଲୀ ସ୍ଥିତ ଏଲଏଲସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ଖେଳାଯାଇଥିବା ଦୁଇଟି ଯାକ ସେମି ଫାଇନାଲ ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂ ଓ ପାରାମାଉଣ୍ଟ ବିଜୟୀ ହୋଇ ଫାଇନାଲ ଟିକେଟ ହାସଲ କରିଛନ୍ତି। ପ୍ରଥମ ସେମି ଫାଇନାଲରେ ପ୍ରଗତି ସ୍ପୋର୍ଟିଂର ମୁକାବିଲା ବିବିସିଏ ସହ ହୋଇଥିଲା। ସେହିପରି ଦ୍ୱିତୀୟ ସେମି ଫାଇନାଲ୍‌ରେ ଶକ୍ତିଶାଳୀ ସହୀଦ ସ୍ପୋର୍ଟିଂକୁ ଭେଟିଥିବା ପାରାମାଉଣ୍ଟ। ପ୍ରଗତି […]

Basanta-mohanty

Basanta-mohanty

Hemant Lenka
  • Published: Saturday, 06 March 2021
  • Updated: 06 March 2021, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାପଲ୍ଲୀ ସ୍ଥିତ ଏଲଏଲସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ଖେଳାଯାଇଥିବା ଦୁଇଟି ଯାକ ସେମି ଫାଇନାଲ ମ୍ୟାଚ୍‌ରେ ପ୍ରଗତି ସ୍ପୋର୍ଟିଂ ଓ ପାରାମାଉଣ୍ଟ ବିଜୟୀ ହୋଇ ଫାଇନାଲ ଟିକେଟ ହାସଲ କରିଛନ୍ତି।

ପ୍ରଥମ ସେମି ଫାଇନାଲରେ ପ୍ରଗତି ସ୍ପୋର୍ଟିଂର ମୁକାବିଲା ବିବିସିଏ ସହ ହୋଇଥିଲା। ସେହିପରି ଦ୍ୱିତୀୟ ସେମି ଫାଇନାଲ୍‌ରେ ଶକ୍ତିଶାଳୀ ସହୀଦ ସ୍ପୋର୍ଟିଂକୁ ଭେଟିଥିବା ପାରାମାଉଣ୍ଟ। ପ୍ରଗତି ସ୍ପୋଟିଂ ୭୬ ରନ୍‌ରେ ବିବିସିଏକୁ ଓ ପାରାମାଉଣ୍ଟ ୭ ୱିକେଟ୍‌ରେ ୪.୫ ଓଭର୍‌ ପୂର୍ବରୁ ସହୀଦ ସ୍ପୋର୍ଟିଂକୁ ହରାଇ ଫାଇନାଲ ଟିକେଟ ହାସଲ କରିଛନ୍ତି।

ପ୍ରଥମ ସେମି ଫାଇନାଲ୍‌ରେ ପ୍ରଗତି ସ୍ପୋର୍ଟିଂ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୀପ୍ତାଶୁଂ ପ୍ରିୟଦର୍ଶୀଙ୍କ ଦମଦାର ୧୧୦, ସ୍ପନ୍ଦନ ମହାନ୍ତିଙ୍କ ୫୪ ଓ ସୌମ୍ୟ ମହାରାଣାଙ୍କ ୩୦ ରନ୍‌ ବଲରେ ଦଳ ୬ ୱିକେଟ ହରାଇ ନିର୍ଦ୍ଧାରିତ ୩୦ ଓଭର୍‌ରେ ୨୪୯ ରନ୍‌ କରିଥିଲା। ଏହାର ଜବାବରେ ବିବିସିଏ ଆରମ୍ଭରୁ ଷ୍ଟାର ବ୍ୟାଟସମ୍ୟାନ କାହ୍ନାଙ୍କୁ ମାତ୍ର ୪ ରନ୍‌ରେ ହରାଇଥିଲା। ଏହାପରେ ଦଳ ରନ ସଂଗ୍ରହ କରିବାକୁ ସଂଘର୍ଷ କରିଥିଲା।

ମଧ୍ୟକ୍ରମରେ ସୌମ୍ୟ ମୁର୍ମୁ ଅପରାଜିତ ୬୦, ସ୍ୱସ୍ତିକ ଦାସ ୪୪ ଓ ଅଭିଷେକ ଦାସ ୩୬ ରନ୍‌ କରିବାରୁ ଦଳ ନିର୍ଦ୍ଧାରିତ ୩୦ ଓଭର୍‌ରେ ୫ ୱିକେଟ ହରାଇ କେବଳ ୧୭୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପ୍ରଗତି ଏହି ମ୍ୟାଚ୍‌ଟିକୁ ୭୬ ରନ୍‌ରେ ଜିତି ନେଇଥିଲା।

ମ୍ୟାଚ୍‌ରେ ଶତକ ହାସଲ କରିଥିବା ଦୀପ୍ତାଶୁଂ ପ୍ରିୟଦର୍ଶୀ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଷ୍ଟାର ରଣଜୀ ଖେଳାଳି ବସନ୍ତ ମହାନ୍ତି ଉପସ୍ଥିତ ରହି ଦୀପ୍ତାଶୁଂଙ୍କୁ ମ୍ୟାନ୍‌ ଦି ମ୍ୟାଚ୍‌ ଓ ପରାଜିତ ଦଳର ସବୁ ଖେଳାଳିଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌ଟିକୁ ଅଜୟ ମହାକୁଣ୍ଡ ଓ ଲୁଲୁ ମହାପାତ୍ର ପରିଚାଳନା କରିଥିଲେ।

ଦ୍ୱିତୀୟ ସେମିଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଟିମ୍‌ ପରାମାଉଣ୍ଟ ଓ ସହୀଦ ସ୍ପୋର୍ଟିଂ। ଟସ୍‌ ଜିତି ସହୀଦ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ସବୁଠାରୁ ଭଲ ଖେଳାଳି ଶାସ୍ୱତ ରାଉତଙ୍କ ଅପରାଜିତ ୯୭, ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ଅପରାଜିତ ୬୧ ଓ ଋତୁରାଜ ମହାନ୍ତିଙ୍କ ୧୨ ରନ୍‌ ବଳରେ ଦଳ ନିର୍ଦ୍ଧାରିତ ୩୦ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୧୯୩ ରନ୍‌ କରିଥିଲା।

[caption id="attachment_625086" align="alignnone" width="826"] ପାରାମାଉଣ୍ଟର କୌଶିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଦେଉଛନ୍ତି ଶ୍ୟାମ ଅଗ୍ରୱାଲ[/caption]

୧୯୪ ରନ୍‌ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ପାରାମାଉଣ୍ଟ ଆରମ୍ଭରୁ ଆଟାକିଂ ଶଟ୍‌ ଖେଳିଥିଲା। ବିଶେଷ କରି ଏମ କୌଶିକ ଦମଦାର ବ୍ୟାଟିଂ କରିଥିଲେ। ସେ ଅପରାଜିତ ୯୨ ରନ୍‌ର ଇନିଂସ୍‌ ଖେଳି ସହିଦ ସ୍ପୋର୍ଟିଂ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଅନ୍ୟ ମାନଙ୍କର ମଧ୍ୟରେ କୁମାର ଆର୍ଯ୍ୟନ ୩୯ ଓ ୧୬ ରନ୍‌ କରିଥିଲେ। ଶେଷରେ ପରାମାଣ୍ଟ ୪.୫ ଓଭର ପୂର୍ବରୁ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା। ଏଥିସହ ଫାଇନାଲରେ ପ୍ରବେଶ କରିଥିଲା।

୯୨ ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଏମ କୌଶିକଙ୍କୁ ମ୍ୟାନ ଅଫ ଦି ପୁରସ୍କାର ମିଳିଛି। ଏହି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ଶ୍ୟାମ ଅଗ୍ରୱାଲ ଯୋଗଦେଇଥିଲେ।

୭ ତାରିଖରୁ ଏଲଏଲସିସି ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଅଣ୍ଡର-୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ପ୍ରଗତି ଓ ପରାମାଉଣ୍ଟ ମଧ୍ୟରେ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯିବ ବୋଲି ଆୟୋଜକ କ୍ଲବ ପକ୍ଷରୁ କୁହାଯାଇଛି।

ସେହିପରି ଦିନ ୧୦ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos