ଆୟର ଧମାକା, ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଟିମ୍ ଇଣ୍ଡିଆ ଜବରଦସ୍ତ ବିଜୟରୁ ଶୁଭାରମ୍ଭ କରିଛି। ଶ୍ରେୟସ ଆୟର୍ ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ତା’ର ପ୍ରଥମ ଟି-୨୦ରେ ମ୍ୟାଚରେ ୬ ୱିକେଟରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ତା’ର ତିନି ଅଭିଜ୍ଞ ଖେଳାଳି କଲିନ୍ ମୁନରୋ (୫୯), […]

iyer

iyer

Ranjit Kumar Jena
  • Published: Friday, 24 January 2020
  • Updated: 24 January 2020, 04:42 PM IST

Sports

Latest News

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଟିମ୍ ଇଣ୍ଡିଆ ଜବରଦସ୍ତ ବିଜୟରୁ ଶୁଭାରମ୍ଭ କରିଛି। ଶ୍ରେୟସ ଆୟର୍ ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ତା'ର ପ୍ରଥମ ଟି-୨୦ରେ ମ୍ୟାଚରେ ୬ ୱିକେଟରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ତା'ର ତିନି ଅଭିଜ୍ଞ ଖେଳାଳି କଲିନ୍ ମୁନରୋ (୫୯), କ୍ୟାପଟେନ୍ କେନ୍ ୱିଲିୟମସନ୍ (୫୧) ଓ ରସ୍ ଟେଲର (୫୪*)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ଗୋଟିଏ ଓଭର ବାକି ଥାଇ ୪ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି। ଭାରତ ବିଜୟରେ ଆୟର୍ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି, ଯିଏ ମାତ୍ର ୨୭ ବଲରେ ୫୪ (୫ ଚୌକା, ୩ ଛକା) ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ତାଙ୍କ ସହ ମନିଷ ପାଣ୍ଡେ (୧୪) ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୬୨ ରନ୍ ଯୋଡ଼ି ଭାରତକୁ ବିଜୟୀ କରାଇଛନ୍ତି। ଏମାନଙ୍କ ବ୍ୟତୀତ ରାହୁଲ୍ ୫୬ (୨୭ ବଲ୍‌, ୪ ଚୌକା, ୩ ଛକା) ଓ କ୍ୟାପଟେନ୍ ବିରାଟ୍ କୋହଲି ୪୫ ରନର ଉପଯୋଗୀ ଯୋଗଦାନ କରିଛନ୍ତି।

ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍ ଅଲରାଉଣ୍ଡର ଶିବମ ଦୁବେ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ୬ ବୋଲରଙ୍କୁ ନେଇ ଓହ୍ଲାଇଥିଲା। ୟୁଜବେନ୍ଦ୍ର ଚହଲଙ୍କୁ କୁଲଦୀପ ଯାଦବ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ନଭଦୀପ ସାଇନିଙ୍କ ସ୍ଥାନରେ ସାମିଲ୍ କରାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ଦ୍ରୁତ ଆରମ୍ଭ କରିଥିଲା। ଦୁଇ ବିସ୍ଫୋରକ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ପାୱାରପ୍ଲେ'ରେ ୬୮ ରନ୍ ଯୋଡ଼ିଥିଲେ। ଭାରତ ବିପକ୍ଷ ଟି-୨୦ କ୍ରିକେଟରେ ପାୱାରପ୍ଲେ'ରେ ନ୍ୟୁଜିଲ୍ୟାଣ୍ଡର ଏହା ସର୍ବାଧିକ ସ୍କୋର। ଭାରତ ପ୍ରଥମ ୮ ଓଭରରେ ୬ ବୋଲରଙ୍କୁ ଲଗାଇଥିଲା।

ଦୁବେ ଓପ୍ନର ମାର୍ଟିନ୍ ଗପ୍ଟିଲଙ୍କୁ ଆଉଟ୍ କରି ଏହି ଭାଗୀଦାରୀକୁ ଭାଙ୍ଗିଥିଲେ, ଯାହାଙ୍କ କ୍ୟାଚ୍ ରୋହିତ୍ ଶର୍ମା ଧରିଥିଲେ। ଏହା ପରେ କ୍ୟାପଟେନ୍ ୱିଲିୟମସନ୍ ମଇଦାନକୁ ଆସିଥିଲେ ଏବଂ ସେ ମୁନରୋଙ୍କ ସହ ୨୪ ବଲରେ ୩୬ ରନ୍ ଯୋଡ଼ିଥିଲେ। ମୁନରୋ ୩୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଠାକୁର ମୁନରୋଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମୁନରୋ ୪୨ ବଲରେ ୬ ଚୌକା ଓ ୨ ଛକା ବଳରେ ୫୯ ରନ୍ କରିଥିଲେ। ମୁନରୋଙ୍କ ଆଉଟ୍ ହେବାର ଦୁଇଟି ବଲ୍ ପରେ ରବୀନ୍ଦ୍ର ଜାଡେଜା କଲିନ୍ ଡି'ଗ୍ରାଣ୍ଡହୋମ୍ (୦)ଙ୍କୁ ଆଉଟ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ସ୍କୋ ୧୩ ଓଭରରେ ୩ ୱିକେଟରେ ୧୧୭ ରନରେ ଥିଲା।

ଏହା ପରେ ଟିମର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ୱିଲିୟମସନ୍ ଓ ରସ୍ ଟେଲର୍ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଦୁହେଁ ୨୮ ବଲରେ ୬୧ ରନର ଭାଗୀଦାରୀ କରିଥିଲେ। ୱିଲିୟମସନ୍ ୨୬ ବଲରେ ୪ ଚୌକା ଓ ୪ ଛକା ସହାୟତାରେ ୫୧ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ କୋହଲିଙ୍କ ଦ୍ୱାରା ଧରା ପଡ଼ିଥିଲେ। ଟେଲର ନ୍ୟୁଜିଲ୍ୟାଣ୍ଡ୍ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସେ ୨୭ ବଲରେ ୩ ଚୌକା ଓ ୩ ଛକା ସହାୟତାରେ ୫୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ଚହଲ୍‌, ଦୁବେ ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୦୪ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା (୭) ଘରୋଇ ଦଳର ବାମହାତୀ ସ୍ପିନର୍ ମିଚେଲ୍ ସାଣ୍ଟନରଙ୍କୁ ଛକା ମାରିବାର ପରବର୍ତ୍ତୀ ବଲରେ ଆଉଟ୍ ହୋଇଯାଇଥିଲେ। ରୋହିତଙ୍କ ପ୍ୟାଭିଲିୟନ୍ ଯିବା ପରେ ରାହୁଲ୍ ଓ କ୍ୟାପଟେନ୍ କୋହଲି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ନ୍ୟୁଜିଲ୍ୟାଣ୍ଡର ସବୁ ବୋଲରଙ୍କୁ ଆଟାକ୍ କରିଥିଲେ। ରାହୁଲ୍ ନିଜର ଆକର୍ଷଣୀୟ ଫର୍ମ ବଜାୟ ରଖି ମାତ୍ର ୨୩ ବଲରେ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପଟେ କୋହଲି ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ୮.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ଭାରତର ସ୍କୋର ୧୧୫ ଥିବା ବେଳେ ରାହୁଲ୍ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ତାଙ୍କ ପରେ କୋହଲି ମଧ୍ୟ ପ୍ୟାଭିଲିୟନ୍ ଫେରିଯାଇଥିଲେ।

କୋହଲି ନିଜର ୪୫ ରନର ଇନିଂସରେ ୩୨ ବଲ୍ ଖେଳି ୩ ଚୌକା ଓ ୧ ଛକା ମାରିଥିଲେ। ବୋଲିଂରେ ଭଲ କରିଥିବା ଦୁବେ (୧୩) ଚୌକା ଓ ଛକା ମାରି ଦର୍ଶକକୁ ମନୋରଞ୍ଜନ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ୧୪୨ ରନରେ ୪ ୱିକେଟ୍ ହରାଇବା ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିଲା। କିନ୍ତୁ ଆୟର୍ ଓ ମନିଷ ରନ୍ ଗତି କାଏମ ରଖି ବ୍ୟାଟିଂ କରି ଭାରତର ବିଜୟକୁ ସହଜ କରିଦେଇଥିଲେ। ବିଶେଷକରି ଆୟର୍ କିୱି ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଛକା ଓ ଚୌକା ବର୍ଷା କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଇଶ ସୋଢ଼ୀ ୨ଟି, ସାଣ୍ଟନର୍ ଓ ବ୍ଲେୟାର୍ ଟିକନର୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story