ଆଇପିଏଲକୁ ନେଇ ନୂଆ ପ୍ରସ୍ତାବ ଦେଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଆଗାମୀ ଦିନରେ ଆଇପିଏଲ୍ ହେବ କି ନାହିଁ, ତାହା କିଛି ସ୍ଥିର ହୋଇନାହିଁ। କିନ୍ତୁ ଏହା ମଧ୍ୟରେ ରାଜସ୍ଥାନ ରୟାଲ୍ସ ଟିମର ସିଇଓ ରଞ୍ଜିତ ବରଠାକୁର ଆଇପିଏଲ୍ ଆୟୋଜନକୁ ଏକ ନୂଆ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଏଭଳି କଠିନ ସମୟରେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଭଲ ଆୟୋଜନ ହୋଇପାରିବ। ଏହା ସହ ସେ କହିଛନ୍ତି, […]

rajastan-royals

rajastan-royals

Ranjit Kumar Jena
  • Published: Wednesday, 01 April 2020
  • Updated: 01 April 2020, 06:23 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଆଗାମୀ ଦିନରେ ଆଇପିଏଲ୍ ହେବ କି ନାହିଁ, ତାହା କିଛି ସ୍ଥିର ହୋଇନାହିଁ। କିନ୍ତୁ ଏହା ମଧ୍ୟରେ ରାଜସ୍ଥାନ ରୟାଲ୍ସ ଟିମର ସିଇଓ ରଞ୍ଜିତ ବରଠାକୁର ଆଇପିଏଲ୍ ଆୟୋଜନକୁ ଏକ ନୂଆ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଏଭଳି କଠିନ ସମୟରେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଭଲ ଆୟୋଜନ ହୋଇପାରିବ। ଏହା ସହ ସେ କହିଛନ୍ତି, ଏହି ଟି-୨୦ ଲିଗର ଭାଗ୍ୟ ନିର୍ଦ୍ଧାରଣ ଏପ୍ରିଲ୍ ୧୫ ତାରିଖ ପୂର୍ବରୁ ହେବାର କୌଣସି ସମ୍ଭାବନା ନାହିଁ।

କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱର କ୍ରୀଡ଼ା ଗତିବିଧି ଏକଦମ୍ ଠପ୍ ପଡ଼ିଯାଇଛି। ବିସିସିଆଇ ଏହି ଲିଗକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ କରୋନାଭାଇରସର ପ୍ରକୋପ ବଢ଼ୁଥିବାର ଦେଖି ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା।

ଯଦି ଆଇପିଏଲ୍ ଏଥର ନହୁଏ, ତାହେଲେ ଫ୍ରାଞ୍ଚାଇଜି ବ୍ୟତୀତ ବିସିସିଆଇ ଏବଂ ଟୁର୍ଣ୍ଣାମେଣ୍ଟର ବ୍ରଡକାଷ୍ଟର୍ସଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ। କିନ୍ତୁ ରାଜସ୍ଥାନ ରୟାଲ୍ସର ସିଇଓ ବରଠାକୁର ଆଇପିଏଲ୍ ଆୟୋଜନ ନେଇ ଆଶାୟୀ ଅଛନ୍ତି। ସେ କହିଛନ୍ତି, "ଆମେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ମିନି ଆଇପିଏଲ୍ କରିବାକୁ ପସ୍ତୁତ ଅଛୁ। ସେମିତି ଦେଖିବାକୁ ଗଲେ ଏହା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଅଟେ। ତେଣୁ ଏଥିରେ ଯଦି କେବଳ ଭାରତୀୟ ଖେଳନ୍ତି, ତାହେଲେ ଅସୁବିଧା କ'ଣ।"

ବରଠାକୁର ଆହୁରି କହିଛନ୍ତି, "ମୋର ବିଶ୍ୱାସ ଯେ ବିସିସିଆଇ ଫ୍ରାଞ୍ଚାଇଜିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନେବ। ବର୍ତ୍ତମାନ ସମୟ ଅସାଧାରଣ ଏବଂ ସ୍ଥିତିରେ ସୁଧାର ଆସିବା ପରେ ବିସିସିଆଇ ନିଜ ତରଫରୁ ସର୍ବଶ୍ରେଷ୍ଠ ପ୍ରୟାସ କରିବ। ପ୍ରଥମେ ଆମେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଆଇପିଏଲ୍ କଥା ଚିନ୍ତା କରୁନଥିଲୁ। ବିଦେଶୀ ଖେଳାଳିଙ୍କ ବିନା ଆଇପିଏଲର ରୋମାଞ୍ଚ ନିଶ୍ଚିତ କମ୍ ହେବ। କିନ୍ତୁ ଏବେ ଭାରତରେ ପର୍ଯ୍ୟାପ୍ତ ଭଲ ଖେଳାଳି ଉପଲବ୍ଧ ଅଛନ୍ତି। ତେଣୁ ଆଇପିଏଲକୁ ବାତିଲ କରିବା ବଦଳରେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଭଲ ହେବ। ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ କେବେ ହେବ, ତାହା ବିସିସିଆଇ ନିଷ୍ପତ୍ତି ନେବ। କିନ୍ତୁ ମୋ ମତରେ ଏପ୍ରିଲ୍ ୧୫ ତାରିଖ ପରେ ଏସବୁ ଉପରେ ନିଷ୍ପତ୍ତି ନିଆଯିବା ଦରକାର।"

ସୂଚନାଯୋଗ୍ୟ, କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ପୂରା ଦେଶକୁ ଲକଡାଉନ୍ କରାଯାଇଛି। ବର୍ତ୍ତମାନ ପରିସ୍ଥିତିକୁ ଯଦି ଦେଖିବା, ତାହେଲେ ଆଇପିଏଲ୍ ଆୟୋଜନ ଅସମ୍ଭବ। ତେବେ ବିସିସିଆଇ ବର୍ଷ ଶେଷଭାଗରେ କିଛି ଟୁର୍ଣ୍ଣାମେଣ୍ଟ ବଦଳରେ ଆଇପିଏଲକୁ ଆୟୋଜନ କରିବା ନେଇ ଯୋଜନା କରୁଛି। ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଥିଲେ ଯେ ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଯଦି ବାତିଲ ହୁଏ, ତାହେଲେ ଏହି ସମୟରେ ଆଇପିଏଲ୍ ଆୟୋଜନ ସମ୍ଭବ ହେବ। ବିସିସିଆଇର ଏହି ପ୍ରସ୍ତାବ ସେତେବେଳେ ସମ୍ଭବ ହେବ, ଯେତେବେଳେ ଆଇସିସି ବିଶ୍ୱକପକୁ ସ୍ଥଗିତ କରିବ। କିନ୍ତୁ ଆଇସିସି ଚଳିତବର୍ଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବା ସପକ୍ଷରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story