ସଚିନ ଓ ଆମଲାଙ୍କୁ ପଛରେ ପକାଇଲେ ରୋହିତ୍‌

ରାଜକୋଟ୍‌: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରୋହିତ୍ ଓପ୍ନର ଭାବେ ଦ୍ରୁତ ୭ହଜାର ରନ୍ କରିବା ମାମଲାରେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲାଙ୍କୁ ପଛରେ ପକାଇଛନ୍ତି। ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ରୋହିତ୍ ଏହି ରେକର୍ଡ କରିଛନ୍ତି। ରୋହିତ୍ ୭ହଜାର ରନ୍ ପୂରଣ କରିବା ପାଇଁ ମାତ୍ର ୧୩୭ ଇନିଂସର ସହାୟତା ନେଇଛନ୍ତି। […]

rohit

rohit

Ranjit Kumar Jena
  • Published: Friday, 17 January 2020
  • Updated: 17 January 2020, 06:33 PM IST

Sports

Latest News

ରାଜକୋଟ୍‌: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରୋହିତ୍ ଓପ୍ନର ଭାବେ ଦ୍ରୁତ ୭ହଜାର ରନ୍ କରିବା ମାମଲାରେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲାଙ୍କୁ ପଛରେ ପକାଇଛନ୍ତି।

ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ରୋହିତ୍ ଏହି ରେକର୍ଡ କରିଛନ୍ତି। ରୋହିତ୍ ୭ହଜାର ରନ୍ ପୂରଣ କରିବା ପାଇଁ ମାତ୍ର ୧୩୭ ଇନିଂସର ସହାୟତା ନେଇଛନ୍ତି। ଆମଲା ୧୪୭ ଇନିଂସ୍ ଏବଂ ସଚିନ ୧୬୦ ଇନିଂସରେ ୭ହଜାର ରନ୍ କରିଥିଲେ। ରୋହିତ୍ ମଧ୍ୟ ଚତୁର୍ଥ ଭାରତୀୟ ଓପ୍ନର ଭାବେ ଦିନିକିଆରେ ୭ହଜାର ରନ୍ ପୂରଣ କରିଛନ୍ତି।

ତାଙ୍କ ପୂର୍ବରୁ ସଚିନ୍‌, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ୱାଗ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ୩୨ ବର୍ଷୀୟ ରୋହିତ୍ ଏହି ମ୍ୟାଚରେ ୪୪ ବଲରେ ୪୨ ରନ୍ କରିଛନ୍ତି। ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚରେ ଆଉ ଏକ ବଡ଼ ରେକର୍ଡରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ରୋହିତ୍ ୯ହଜାର ରନରୁ ମାତ୍ର ୪ ରନ୍ ପଛରେ ରହିଗଲେ। ତେବେ ପରବର୍ତ୍ତୀ ମ୍ୟାଚରେ ରୋହିତ୍ ଏହି ମାଇଲଖୁଣ୍ଟ ହାସଲ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos