ରିଓ ଅଲିମ୍ପିକ୍‌ରେ ପଦକ ବିଜେତାଙ୍କୁ ଖେଳରତ୍ନ ଓ ଅର୍ଜୁନ ପାଇଁ ଦିଆଯିବ ଅଗ୍ରାଧିକାର

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ପଦକ ବିଜେତାକୁ ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପାଇଁ ପ୍ରଥମେ ଅଗ୍ରାଧିକାର ଦିଆଯିବ। ସେମାନଙ୍କୁ ପ୍ରଥମ ଭାଗୀଦାର ଭାବେ ଗଣନା କରାଯିବ। ମଙ୍ଗଳବାର ଏହି ସୂଚନା ଦେଇଛି କ୍ରୀଡା ମନ୍ତ୍ରଣାଳୟ। କ୍ରୀଡା ବିଭାଗର ସୂଚନା ଅନୁସାରେ ରିଓ ଅଲିମ୍ପିକ୍‌ରେ ପଦକ ବିଜେତାଙ୍କୁ ଖେଳରତ୍ନ କି ଅର୍ଜୁନ ପୁରସ୍କାର ପାଇଁ ଆଗାମୀ ବର୍ଷକୁ ଅପେକ୍ଷା କରିବାକୁ ପଡିବ ନାହିଁ। ଆଥଲେଟଙ୍କୁ ତୁରନ୍ତ ବିଚାରକୁ ନେଇ ଏହି ପୁରସ୍କାର ଦିଆଯିବ। ଯେଉଁମାନେ ପୂର୍ବରୁ […]

Rio-Olympics

Rio-Olympics

Rakesh Mallick
  • Published: Tuesday, 24 May 2016
  • Updated: 24 May 2016, 11:30 AM IST

Sports

Latest News

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ପଦକ ବିଜେତାକୁ ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପାଇଁ ପ୍ରଥମେ ଅଗ୍ରାଧିକାର ଦିଆଯିବ। ସେମାନଙ୍କୁ ପ୍ରଥମ ଭାଗୀଦାର ଭାବେ ଗଣନା କରାଯିବ। ମଙ୍ଗଳବାର ଏହି ସୂଚନା ଦେଇଛି କ୍ରୀଡା ମନ୍ତ୍ରଣାଳୟ।

କ୍ରୀଡା ବିଭାଗର ସୂଚନା ଅନୁସାରେ ରିଓ ଅଲିମ୍ପିକ୍‌ରେ ପଦକ ବିଜେତାଙ୍କୁ ଖେଳରତ୍ନ କି ଅର୍ଜୁନ ପୁରସ୍କାର ପାଇଁ ଆଗାମୀ ବର୍ଷକୁ ଅପେକ୍ଷା କରିବାକୁ ପଡିବ ନାହିଁ। ଆଥଲେଟଙ୍କୁ ତୁରନ୍ତ ବିଚାରକୁ ନେଇ ଏହି ପୁରସ୍କାର ଦିଆଯିବ। ଯେଉଁମାନେ ପୂର୍ବରୁ ରାଜୀବ ଗାନ୍ଧି ଖେଳରତ୍ନ କିମ୍ବା ଅର୍ଜୁନ ସମ୍ମାନ ପାଇଛନ୍ତି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ନାହିଁ। ଏହାସହ କୌଣସି କ୍ରୀଡାବିତ୍‌ ଦଳଗତ ଭାବେ ମେଡାଲ ହାସଲ କଲେ ମଧ୍ୟ ଏହି ପୁରସ୍କାର ପାଇବେ ନାହିଁ। ଯେମିତି କି କୌଣସି ଖେଳାଳି ବ୍ୟକ୍ତିଗତ ଭାବେ କେତେ ଗୋଲ୍‌ କରିଥିବେ  କିମ୍ବା କେତେ ଗୋଲ ବଞ୍ଚାଇଥିବେ ଇତ୍ୟାଦି।

ଯେଉଁ କ୍ରୀଡାବିତ୍‌ମାନଙ୍କ ବିଗତ ୪ ବର୍ଷ ମଧ୍ୟରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବ କିମ୍ବା ସେମାନେ ଦେଶ ପାଇଁ ପଦକ ଜିତିଥିବେ ସେହି କ୍ରୀଡାବିତ୍‌ମାନେ ରାଜୀବ ଗାନ୍ଧୀ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos