ରିଓ ଅଲିମ୍ପିକ୍‌କୁ ଗଲ୍ଫ ଖେଳାଳିଙ୍କ ପ୍ରତ୍ୟାଖ୍ୟାନ

ଲଣ୍ଡନ: ପ୍ରାଇଜ୍‌ ମନି ନ ଥିବାରୁ ଓ ଜିକା ଭୂତାଣୁ କାରଣରୁ ବିଶ୍ୱର ଶ୍ରେଷ୍ଠ ୪ ଜଣ ଗଲ୍ଫ ଖେଳାଳି ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିନେଇ ଆଜି ସୂଚନା ଦେଇଛନ୍ତି ରିଓ ଅଲିମ୍ପିକ୍‌ର ପାରିଚାଳନା କମିଟିର ମୁଖ୍ୟ କାର୍ଲୋସ ନୁଜ୍‌ମାନ। ନୁଜମାନ୍‌ କହିଛନ୍ତି,“ଗଲ୍ଫ ଖେଳାଳିମାନେ ଜିକା ଭୂତାଣୁ ଆଳ ଦେଖାଇ ରିଓ ଅଲିମ୍ପିକ୍‌କୁ ପ୍ରତ୍ୟାଖ୍ୟାନ୍‌ କରିଛନ୍ତି। ଛାଡିବା ପଛରେ ପ୍ରାଇଜ ମନି ଦିଆ ନ ଯିବା ମୁଖ୍ୟ କାରଣ ରହିଛି। ଏବେ ବ୍ରାଜିଲ୍‌ […]

Rio-Olympics

Rio-Olympics

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 06:02 PM IST

ଲଣ୍ଡନ: ପ୍ରାଇଜ୍‌ ମନି ନ ଥିବାରୁ ଓ ଜିକା ଭୂତାଣୁ କାରଣରୁ ବିଶ୍ୱର ଶ୍ରେଷ୍ଠ ୪ ଜଣ ଗଲ୍ଫ ଖେଳାଳି ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିନେଇ ଆଜି ସୂଚନା ଦେଇଛନ୍ତି ରିଓ ଅଲିମ୍ପିକ୍‌ର ପାରିଚାଳନା କମିଟିର ମୁଖ୍ୟ କାର୍ଲୋସ ନୁଜ୍‌ମାନ।

ନୁଜମାନ୍‌ କହିଛନ୍ତି,“ଗଲ୍ଫ ଖେଳାଳିମାନେ ଜିକା ଭୂତାଣୁ ଆଳ ଦେଖାଇ ରିଓ ଅଲିମ୍ପିକ୍‌କୁ ପ୍ରତ୍ୟାଖ୍ୟାନ୍‌ କରିଛନ୍ତି। ଛାଡିବା ପଛରେ ପ୍ରାଇଜ ମନି ଦିଆ ନ ଯିବା ମୁଖ୍ୟ କାରଣ ରହିଛି। ଏବେ ବ୍ରାଜିଲ୍‌ ଜିକା ଭାଇରସ ମୁକ୍ତ। ଅଲିମ୍ପିକ୍ ଖେଳାଯାଉଥିବା ରହଣୀ ସ୍ଥଳରେ ଏହାର ପ୍ରଭାବ ନାହିଁ।”

ମାଶା ବାହିତ ଏହି ଭୂତାଣୁ ଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ବ୍ରାଜିଲ୍‌। ଏହି ଭୂତାଣୁ ଲାଟିନ୍‌ ଆମେରିକା ଓ କ୍ୟାରିବିଆନ୍‌ ଦେଶକୁ ବ୍ୟାପିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos