କ୍ୟାଚ୍ ଛାଡ଼ିଲେ ପନ୍ତ, ଫାଇଦା ଉଠାଇଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍
ସିଡନୀ: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ଋଷଭ ପନ୍ତଙ୍କ କିପିଂକୁ ନେଇ ପୁଣି ଅଙ୍ଗୁଳି ଉଠିଛି। କାରଣ ସିଡନୀ ଟେଷ୍ଟରେ ପନ୍ତ ଘରୋଇ ଦଳ ପକ୍ଷରୁ ଡେବ୍ୟୁ କରୁଥିବା ୱିଲ ପୁକୋଭସ୍କିଙ୍କୁ ଦୁଇଟି କ୍ୟାଚ୍ ହାତଛଡ଼ା କରିଛନ୍ତି। ଏହାର ଫାଇଦା ଉଠାଇ ପୁକୋଭସ୍କି ୬୨ ରନର ଇନିଂସ୍ ଖେଳିଛନ୍ତି।
Pant gives Puc a life! #AUSvIND pic.twitter.com/PwhpHuJI4D
— cricket.com.au (@cricketcomau) January 7, 2021
ଅଷ୍ଟ୍ରେଲିଆ ଇନିଂସର ୨୨ତମ ଓଭରର ଶେଷ ବଲରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବୋଲିଂରେ ପୁକୋଭସ୍କିଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ ପନ୍ତ। ଏହି ସମୟରେ ପୁକୋଭସ୍କି ୨୬ ରନରେ ବ୍ୟାଟିଂ କରୁଥିଲେ। ଏହା ପରେ ମହମ୍ମଦ ସିରାଜଙ୍କ ବାଉନ୍ସରରେ ପୁକୋଭସ୍କି ଶଟ୍ ମାରିଥିଲେ, କିନ୍ତୁ ତାଙ୍କ କ୍ୟାଚକୁ ପନ୍ତ ଛାଡ଼ି ଦେଇଥିଲେ। ସେହିପରି ଚା’ପାନ ବିରତିର ଠିକ୍ ପୂର୍ବରୁ ୪୨ ରନରେ ବ୍ୟାଟିଂ କରୁଥିବା ପୁକୋଭସ୍କି ନିଶ୍ଚିତ ରନଆଉଟରୁ ବର୍ତ୍ତି ଯାଇଥିଲେ। ହେଲେ ଚା’ପାନ ବିରତି ପରେ ପୁକୋଭସ୍କିଙ୍କୁ ଟିମ୍ ଇଣ୍ଡିଆର ଡେବ୍ୟୁଟାଣ୍ଟ ନବଦୀପ ସାଇନି ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ।
A rollercoaster of emotions for Will Pucovski! Initially given out, but on closer inspection he's recalled to the crease! #OhWhatAFeeling@Toyota_Aus | #AUSvIND pic.twitter.com/WgT5lCRjAE
— cricket.com.au (@cricketcomau) January 7, 2021
ଯଦି ପନ୍ତ ପୁକୋଭସ୍କିଙ୍କ ସେହି ଦୁଇଟି ମଧ୍ୟରୁ ଗୋଟିଏ କ୍ୟାଚ୍ ଧରିବାରେ ସଫଳ ହୋଇଥାନ୍ତେ, ତାହେଲେ ମ୍ୟାଚର ମୋଡ଼ ଭିନ୍ନ ହୋଇଥାନ୍ତା। ୨୦୧୮ରୁ ପନ୍ତ ନିଜର ପ୍ରତି ଟେଷ୍ଟ ମ୍ୟାଚରେ ଅତିକମରେ ଗୋଟିଏ ଲେଖାଏ କ୍ୟାଚ୍ ଛାଡ଼ିଛନ୍ତି। ଟେଷ୍ଟ ମ୍ୟାଚରେ ତାଙ୍କର କ୍ୟାଚ୍ ଛାଡ଼ିବାର ରେକର୍ଡ ୦.୮୬ ପ୍ରତିଶତ ରହିଛି। ଅର୍ଥାତ୍ ଏହା ଭିତରେ କୌଣସି ଖେଳାଳି ୧୦ ଟେଷ୍ଟର ରେକର୍ଡକୁ ଦେଖିଲେ, ପନ୍ତଙ୍କର ରେକର୍ଡ ସବୁଠାରୁ ଖରାପ। ଟେଷ୍ଟରେ ପେସ୍ ବୋଲରଙ୍କ ବିରୋଧରେ ପନ୍ତଙ୍କ କ୍ୟାଚ୍ ଧରିବାରେ ପନ୍ତଙ୍କ ରେକର୍ଡ ୯୩ ପ୍ରତିଶତ ରହିଥିବା ବେଳେ ସ୍ପିନରଙ୍କ ଆଗରେ ୫୬ ପ୍ରତିଶତ ରହିଛି। ପନ୍ତଙ୍କ କ୍ୟାଚ୍ ଛାଡ଼ିବା ନେଇ ସୋଶାଲ ମିଡିଆରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।